Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପାକିସ୍ତାନୀ ଗୁଇନ୍ଦା ସଂସ୍ଥା କରୁଛି କି ଭୟଙ୍କର ଚକ୍ରାନ୍ତ ?

Odisha

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା କରୁଛି କି ଭୟଙ୍କର ଚକ୍ରାନ୍ତ ?

Smruti Parija
Browse all articles by Smruti Parija
·1 year ago·2 min read
ପାକିସ୍ତାନୀ ଗୁଇନ୍ଦା ସଂସ୍ଥା କରୁଛି କି ଭୟଙ୍କର ଚକ୍ରାନ୍ତ ?

Key Points

  • ଓଡ଼ିଶା ସିମ୍ ବକ୍ସର ଖତରନାକ୍ ଷଡଯନ୍ତ୍ର ପଛରେ ISI କି
  • ପାକିସ୍ତାନୀ ଗୁଇନ୍ଦା ସଂସ୍ଥା କରୁଛି କି ଭୟଙ୍କର ଚକ୍ରାନ୍ତ 
  • ଭୁବନେଶ୍ବର-କଟକ ପରେ ଝାଡଖଣ୍ଡ ରାଞ୍ଚିରେ ରେଡ୍
  • ସମାନ ଷ୍ଟାଇଲରେ ଇନଷ୍ଟଲ ହୋଇଥିଲା ସିମ୍ ବକ୍ସ
  • ରାଜୁ ମଣ୍ଡଳ ଓ ଅସାଦ୍ଦୁରର ବସକୁ ଖୋଜିବ ଏନଆଇଏ  

ଅର୍ଗସ ବ୍ୟୁରୋ: ଝାଡଖଣ୍ଡ ରାଞ୍ଚିର ମୌଲାନା ଆଜାଦ କଲୋନିରେ କମିଶନରେଟ୍ ପୋଲିସର ସ୍ବତନ୍ତ୍ର ଟିମ୍ । ଝାଡଖଣ୍ଡ ପୋଲିସ ସହାୟତାରେ ଚାଲିଛି ରେଡ୍ । ଘରେ ଭିତରେ ପୁରା ସିମ୍ ବକ୍ସର ସେଟ୍ ଅପ୍। ପୁଲା ପୁଳା ସିମ୍। ରାଜୁ ମଣ୍ଡଳରୁ ରିମାଣ୍ଡରେ ଆଣି ପଚରାଉଚୁରା ପରେ ଖୋଲୁଛି ଗୁମର । ଭୁବନେଶ୍ବର-କଟକ ପରେ ସିମ ବକ୍ସର ତୃତୀୟ ଲୋକେସନ୍ ରାଞ୍ଚି । ରେଡ୍ ବେଳେ 5 ସିମ୍ ବକ୍ସ ସହ 5 ଶହରୁ ଅଧିକ ସିମ୍ ଜବତ ହୋଇଥିବା ଜଣାପଡିଛି । 

6 ମାସ ତଳେ ରାଞ୍ଚିର ଏଇ ଘରକୁ ଭଡାରେ ନେଇଥିଲା ରାଜୁ ମଣ୍ଡଳ। ଅସଦ୍ଦୁର ରାଞ୍ଚି ଆସି ସିମ୍ ବକ୍ସ ଲଗାଇଥିଲା। ରକ୍ଷଣାବେକ୍ଷଣ ଦାୟିତ୍ବ ଥିଲା ରାଜୁ ମଣ୍ଡଳର। ଭୁବନେଶ୍ବର-କଟକ-ରାଞ୍ଚିରେ ସେଟ୍ ଅପ୍, କଣ୍ଟ୍ରୋଲ ହେଉଥିଲା ବାଂଲାଦେଶରୁ। ପ୍ରତି ସପ୍ତାହରେ ରାଜୁ ଯାଉଥିଲା ରାଞ୍ଚି । 

ପୂର୍ବରୁ ବେଙ୍ଗୁଲୁରୁ, ମୁମ୍ବାଇ, ଭୋପାଲରୁ ବି ଏଭଳି ସିମ୍ ବକ୍ସ ଆସିଥିଲା ସ୍ମାନକୁ। ଇଣ୍ଟରନ୍ୟାସନାଲ୍ କଲକୁ ଲୋକାଲ କରାଯାଇ ଖେଳାଯାଉଥିଲା ସାଂଘାତିକ ଖେଳ । ପୁରା ଷଡଯନ୍ତ୍ର ପଛରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ହାତ ଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ଏପରି କି ମୋଷ୍ଟ ୱାଣ୍ଟେଡ୍ ଟେରରିଷ୍ଟ ହାଫିଜ ସୟିଦ ତା ଅଫିସରେ ଭାରତ ବିରୋଧରେ ଜିଡିଟାଲ୍ ଜିହାଦର ତାଲିମ ଦେଉଥିଲା। ବିଶେଷଜ୍ଞଙ୍କ ମତ ଓଡ଼ିଶା ଓ ଝାଡଖଣ୍ଡର ସିମ ବକ୍ସ ଏକ ବଡ଼ ଷଡଯନ୍ତ୍ର। ଯାହା ଡିଜିଟାଲ୍ ଜିହାଦର ଏକ ଅଙ୍ଗ। ଖୁବ୍ ଶୀଘ୍ର ତଦନ୍ତ ପାଇଁ ଆସିବ NIA । 

ଏବେ ବଡ଼ ପ୍ରଶ୍ନ ବାଂଲାଦେଶୀ ଅସାଦ୍ଦୁରର ବସ୍ କିଏ, କାହା ଇସାରାରେ ଓଡ଼ିଶା ଓ ଝାଡଖଣ୍ଡରେ ସିମ୍ ବକ୍ସର ଷଡଯନ୍ତ୍ର ରଚିଥିଲା ଅସାଦ୍ଦୁର, ଓଡ଼ିଶାର ଆଉ କିଛି ଯାଗାରେ ଅଛି କି ସିମ୍ ବକ୍ସ । ପୂର୍ବରୁ ଭୁବନେଶ୍ବର ଓ କଟକରୁ 12 ସିମ୍ ବକ୍ସ, 481 ଆକଟିଭ୍ ସିମ୍ ଓ 810 ଏକ୍ସଟ୍ରା ସିମ୍ ଜବତ କରିଥିଲା କମିଶନରେଟ୍ ପୋଲିସ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
isi-link-in-sim-box-issue | Argus News