Islam Nagar demolition / ଅର୍ଗସର ମହାପ୍ରଭାବ,ମାଟିରେ ମିଶିଲା ଇସଲାମ ନଗର
·5 hours ago·2 min read

Key Points
ମାଟିରେ ମିସିଲା ଇସଲାମ ନଗର
ମାଲକାନଗିରି ଜିଲ୍ଲା ମୋଟୁର ଇସଲାମ ନଗର
ସରକାରୀ ଜମିକୁ ମାଡ଼ି ବସିଥିଲେ ଖାନ ପରିବାର
ମାଲକାନଗିରି ଜିଲ୍ଲା ମୋଟୁର ଇସଲାମ ନଗର
ସରକାରୀ ଜମିକୁ ମାଡ଼ି ବସିଥିଲେ ଖାନ ପରିବାର
ମାଲକାନଗିରି୦୫/୦୪: ମାଟିରେ ମିସିଲା ଇସଲାମ ନଗର। ମାଲକାନଗିରି ଜିଲ୍ଲା ମୋଟୁ ଠାରେ ଥିବା ଇସଲାମ ନଗର ଉପରେ ଜିଲ୍ଲା ପ୍ରଶାସନର ବୁଲଡୋଜର ବୁଲିଲା। ମୋଟୁର ଖାନ୍ ପରିବାର ଶତାଧିକ ଏକର ସରକାରୀ ଓ ଜଙ୍ଗଲ ବିଭାଗର ଜମିକୁ ଜବର ଦଖଲ କରିଥିଲେ। ଏପରିକି ବେଆଇନ ଭାବେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ହଡପ ମଧ୍ୟ କରାଯାଇ ସେଠାରେ ପୋଖରୀ ଓ ରାସ୍ତା ନିର୍ମାଣ କରାଯାଇଥିଲା।
ମାଲକାନଗିରି ଜିଲ୍ଲା ମୋଟୁର ବାରିବାଞ୍ଚା ମୌଜା ନିକଟରେ ଖାନ ପରିବାର ବେଆଇନ ଭାବେ ସରକାରୀ ଜମିକୁ ଜବର ଦଖଲ କରି ଗଢ଼ିଥିଲେ ଇସଲାମ ନଗର । ଆଉ ଏହି ଇସଲାମ ନଗରକୁ ଥିଲା ପୂର୍ବ ବିଜେଡି ସରକାରର ଅହେତୁକ ଅନୁକମ୍ପା । ସରକାରୀ ଓ ସଂରକ୍ଷିତ ଜଙ୍ଗଲକୁ ସଫା କରି ବେଆଇନ ଭାବେ ନିର୍ମାଣ କରିଥିଲେ ଚାରୋଟି ମନରେଗା ରାସ୍ତା ଓ ମତ୍ସ୍ୟ ବିଭାଗର ପୋଖରୀ । ତେବେ ଏ ନେଇ ଅର୍ଗସ ରେ ବାରମ୍ବାର ଖବର ପ୍ରସାରଣ ପରେ ଆକ୍ସନ ମୋଡକୁ ଆସିଥିଲେ ରାଜ୍ୟ ସରକାର। ଜଙ୍ଗଲ ବିଭାଗ ଓ ରାଜସ୍ୱ ବିଭାଗର ମନ୍ତ୍ରୀ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ।
ତେବେ ମୋଟୁ ତହସିଲ ଅନ୍ତର୍ଗତ ବାରିବାଞ୍ଚା ମୌଜା ର ଅକ୍ତିଆରରେ ଥିବା ଜମି କୁ ନେଇ ଉଚ୍ଚ ନ୍ୟାୟାଳୟ ରେ ଏକ ରିଟ ପିଟିସନ ଦାଖଲ କରିଥିଲେ ଖାନ୍ ପରିବାର । କିନ୍ତୁ ସେଇ ଜମି ଗ୍ରାମ୍ୟ ଜଙ୍ଗଲ ହୋଇଥିବାରୁ ଓ ଜମି କୁ ନେଇ କୌଣସି ଠୋସ ପ୍ରମାଣ ମିଳିନଥିବା ଯୋଗୁଁ ଉଚ୍ଚ ନ୍ୟାୟାଳୟ ଜଣକିଆ ଖଣ୍ଡପୀଠ ଜଷ୍ଟିସ ଡ଼. ସଞ୍ଜୀବ କୁମାର ପାଣିଗ୍ରାହୀ ଖାନ୍ ପରିବାରର ଆବେଦନ କୁ ଖାରଜ କରିଛନ୍ତି । ତେବେ ଇସଲାମ ନଗର ଜମିକୁ ନେଇ ଆବେଦକ ମୋହମ୍ମଦ ହାସମ୍ ଖାନ ଓ ଅନ୍ୟ ମାନେ ଦାବି କରିଥିଲେ ଯେ, ୧୯୨୦ ମସିହାରେ ତାଙ୍କ ପିତାଙ୍କୁ ୩୬୦ ଏକର ଜମି ଦିଆଯାଇଥିଲା ଏବଂ ୧୯୭୩ରେ ସରକାର ତାହାରୁ ୭୫ ଏକର ଜମିର ଆରଓଆର୍ (ROR) ଜାରି କରିଥିଲେ। ଶେଷ ଜମି ତାଙ୍କ ପରିବାର ଦୀର୍ଘଦିନ ଧରି ଚାଷ କରୁଥିବା ଦାବି କରାଯାଇଥିଲା।
ପଢନ୍ତୁ ଏହି ଖବର: ପୁଣି ହେବ ରତ୍ନଭଣ୍ଡାର ଗଣତିମଣତି,ନୀତି ବହୁଳ ଦିନ ଓ ରବିବାର ବନ୍ଦ ରହିବ
୨୦୧୯ରେ ଅନୁସୂଚିତ ଜନଜାତି ଓ ପାରମ୍ପରିକ ବନବାସୀ (ବନ ଅଧିକାର ସ୍ୱୀକୃତି) ଆଇନ, ୨୦୦୬ ଅନୁସାରେ ଜମି ସ୍ଥାୟୀକରଣ ପାଇଁ ସବ୍-କଲେକ୍ଟରଙ୍କ ନିକଟରେ ଆବେଦନ କରାଯାଇଥିଲା। କିନ୍ତୁ ଯଥାଚିତ ପ୍ରମାଣ ନ ଦେଇପାରିବାରୁ ତାହା ଖାରଜ ହୋଇଥିଲା। ପରେ ୨୦୨୨ରେ ଓଡ଼ିଶା ପ୍ରିଭେନ୍ସନ ଅଫ୍ ଲ୍ୟାଣ୍ଡ ଏନକ୍ରୋଚ୍ମେଣ୍ଟ ଆଇନ, ୧୯୭୨ ଅନୁସାରେ ଜମି ଖାଲି କରିବାକୁ ନୋଟିସ ଜାରି ହୋଇଥିଲା ଓ ଅର୍ଥଦଣ୍ଡ ଲାଗୁ ହୋଇଥିଲା । ତେବେ ବର୍ତ୍ତମାନ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ସ୍ପଷ୍ଟ ପ୍ରମାଣିତ ହେବା ପରେ ମୋଟୁ ର ବେଆଇନ ଇସଲାମ ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଲଡୋଜର ଆକ୍ସନ କରାଯାଇଛି। ମୋଟୁ ତହସିଲଦାର ଙ୍କ ନେତୃତ୍ୱରେ ଗତ 17 ଫେବୃଆରୀ ତାରିଖରେ ଇସଲାମ ନଗର ରେ ବେଆଇନ ଭାବେ ଗଢି ଉଠିଥିବା କିଛି କୋଠାକୁ ଭଙ୍ଗା ଯାଇଥିବା ବେଳେ ଆଜି ସମ୍ପୂର୍ଣ୍ଣ ଇସଲାମ ନଗରକୁ ମାଟିରେ ମିଶାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories