ଯୁଦ୍ଧ ବନ୍ଦ କରିବାକୁ ଇସ୍ରାଏଲକୁ ହମାସର ଅପିଲ୍

ନିର୍ଣ୍ଣାୟକ ମୋଡ଼ରେ ଇସ୍ରାଏଲ୍ - ହମାସ୍ ଯୁଦ୍ଧ । ସରେଣ୍ଡର ମୁଡ୍ ରେ ହମାସ୍ । ଇସ୍ରାଏଲର ଘନ ଘନ ଆକ୍ରମଣରେ ଅସ୍ତବ୍ୟସ୍ତ ହମାସ୍ । ଯୁଦ୍ଧ ବନ୍ଦ କରିବାକୁ ଇସ୍ରାଏଲକୁ ହମାସର ଅପିଲ୍ । ସବୁ ବନ୍ଧକଙ୍କୁ ଛାଡ଼ିବାକୁ ରାଜି ହମାସ୍ । ଏବେ ଯୁଦ୍ଧ ବନ୍ଦ କରାଯିବା ଦରକାର ବୋଲି କହିଲା ହମାସ୍ । ଅନ୍ତରୀଣ ନୁହେଁ ସ୍ଥାୟୀ ସମାଧାନ ଆବଶ୍ୟକ ବୋଲି କହିଲା ହମାସ ।
ଏକ ଭିଡିଓ ବାର୍ତ୍ତାରେ କହିଲେ ହମାସ୍ ନେତା ଖଲିଲ୍ ଅଲ୍ ହାୟା । ଆମେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛୁ । ଗାଜାରେ ଆଉ ଯୁଦ୍ଧ ଚାହୁଁନଥିବା କହିଲେ ହମାସ୍ ନେତା । ଆମେ ସବୁ ବନ୍ଧକଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ହମାସ୍ । ଅକ୍ଟୋବର 2023ରେ ଇସ୍ରାଏଲ୍ ଉପରେ ଆକ୍ରମଣ କରିଥିଲା ହମାସ୍ ।
📱 Get Argus News App
✨ହମାସ୍ ଆକ୍ରମଣରେ 1200 ଇସ୍ରାଏଲ୍ ନାଗରିକଙ୍କର ମୃତ୍ୟୁ ହୋଇଥିଲା । ବହୁ ଇସ୍ରାଇଲ୍ ନାଗରିକଙ୍କୁ ବନ୍ଧକ କରି ନେଇଥିଲେ ହମାସ୍ ଆତଙ୍କୀ । ଅକ୍ଟୋବର 2023ରୁ ଚାଲିଛି ଇସ୍ରାଏଲ୍-ହମାସ୍ ଯୁଦ୍ଧ । ଇସ୍ରାଏଲ୍-ହମାସ୍ ଯୁଦ୍ଧରେ ହେଲାଣି ହଜାର ହଜାର ଲୋକଙ୍କ ମୃତ୍ୟୁ । ଇସ୍ରାଏଲ୍ ଆକ୍ରମଣରେ ଧ୍ବଂସସ୍ତୁପରେ ପରିଣତ ହୋଇଛି ଗାଜା ସହର ।