Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଧାନସଭାରେ ଉଠିଲା ପ୍ରସଙ୍ଗ,ଖଣି ମାଫିଆ ଛାନିଆ 

Odisha

ବିଧାନସଭାରେ ଉଠିଲା ପ୍ରସଙ୍ଗ,ଖଣି ମାଫିଆ ଛାନିଆ 

Sangram Tripathy
Browse all articles by Sangram Tripathy
·1 year ago·1 min read
ବିଧାନସଭାରେ ଉଠିଲା ପ୍ରସଙ୍ଗ,ଖଣି ମାଫିଆ ଛାନିଆ 


ଅର୍ଗସ ବ୍ୟୁରୋ:ବିଧାନସଭାରେ ପ୍ରସଙ୍ଗ ଉଠିଲା, ଖଣି ମାଫିଆଙ୍କ ଛାତିରେ ଛନକା ପସିଲା,ଆଉ ଚାଲିବନି ଖଣି ମାଫିଆଙ୍କ ରାଜ୍ ,ମୋହନସରକାରରେ ମାଫିଆ ହେବେ ସାବାଡ୍ । ଆକ୍ସନ ମୋଡରେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ। ନୀଳଗିରି ରେ ବିନା ପରମିଟରେ ରେ ପ୍ରତିଦିନ ଚାଲିଛି ହଜାର ହଜାର ଟ୍ରିପ ଲଘୁ ଖଣିଜ ଲୁଟ୍। ପଥର, ବାଲି, ମରମ କୁ ଲୁଟ କରୁଛନ୍ତି ମାଫିଆ ଗୋଷ୍ଠୀ। ଏନେଇ ବିଧାନସଭା ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି ନୀଳଗିରି  ବିଧାୟକ ସନ୍ତୋଷ ଖଟୁଆ। ନୀଳଗିରି ରେ ଲଘୁ ଖଣିଜ ସମ୍ପଦର ସୁପରିଚାଳନା ଓ ରାଜସ୍ବ ଆଦାୟ 
ରାଜସ୍ବ ବିଭାଗକୁ ଦିଆଯାଉ ବୋଲି ସେ ଦାବି ରଖିଛନ୍ତି । 


 ଲଘୁ ଖଣିଜ ସମ୍ପଦ ସୁପରିଚାଳନା ଓ ରାଜସ୍ବ ଆଦାୟ ଦାଯିତ୍ବ ମାଇନିଂ ବିଭାଗକୁ ଦେଇଥିଲେ ପୂର୍ବତନ ବିଜେଡି ସରକାର,ନୀଳଗିରି ମାଇନିଂ ବିଭାଗ କାର୍ଯ୍ୟଳୟ ନଥିବାରୁ ଖଣି ମାଫିଆ କୋଟି କୋଟି ଟଙ୍କାର ରାଜସ୍ବ ଲୁଟ୍ କରିଚାଲିଛନ୍ତି,ନୀଳଗିରିରେ ଖଣିମାଫିଆଙ୍କ ସାମ୍ରାଜ୍ୟକୁ ବନ୍ଦ କରିବାକୁ ବିଭିନ୍ନ ସମୟରେ ଦାବି ହୋଇଆସୁଛି,ମୋହନ ସରକାର ଏବେ ରାଜ୍ୟର ବେଆଇନ ଖଣି ମାଫିଆଙ୍କ କଳା ସାମ୍ରାଜ୍ୟକୁ ଶେଷ କରିବାକୁ ଅଣ୍ଟା ଭିଡିଛନ୍ତି,ଯାହାକୁ ନେଇ ମାଫିଆଙ୍କ ଭିତରେ ପସିଛି ଛନକା। 

ଯେଭଳି ଗୁଣ୍ଡା ବଦମାସଙ୍କୁ ସାବାଡ଼ କରିବାକୁ ମୋହନ ସରକାରବୁଲ୍ ଡୋଜର ଫର୍ମୁଲା ଆପଣାଉଛନ୍ତି,ଏହାକୁ ଦେଖି ବଢିଗଲାଣି ଲୁଟେରାଙ୍କ ଟେନସନ,ସେମାନେ ବୁଝିଗଲେଣି,ଏଇଟା ବିଜେଡି ଶାସନ ନୁହେଁ ବିଜେପି ଶାସନ,ଲୁଟ୍ କଲେ ସିଧାମାମୁଁଘର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Issues raised in the assembly, mining mafia shadow | Argus News