Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଳାଧନ ସମ୍ପର୍କିତ ଏସଆଇଟି ବୈଠକରେ ଉଠିଲା ପ୍ରସଙ୍ଗ

Rashmita Mishra
Browse all articles by Rashmita Mishra
·1 year ago·2 min read
କଳାଧନ ସମ୍ପର୍କିତ ଏସଆଇଟି ବୈଠକରେ ଉଠିଲା ପ୍ରସଙ୍ଗ

ଅର୍ଗସ ବ୍ୟୁରୋ: କଟକରେ ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବସିଥିଲା କଳାଧନ ସମ୍ପର୍କିତ ଏସଆଇଟିର ନବମ ବୈଠକ। ଓଡ଼ିଶାରେ ଭିଜିଲାନ୍ସ ଦ୍ବାରା ଧରା ପଡ଼ି ଗିରଫ ହୋଇଥିବା କୁବେର ବାବୁଙ୍କ ସମ୍ପର୍କରେ ଇଡି ସହ ଆଲୋଚନା କରାଯାଇଛି। ଏହି କୁବେର ବାବୁମାନେ ଅମାପ ସମ୍ପତ୍ତି ଠୁଳ କେମିତି କଲେ । ଟଙ୍କା ସଂଗ୍ରହର ଉତ୍ସ କଣ । କୁବେର ବାବୁଙ୍କ ଚାନ୍ଦାର ହେଲା ସ୍କାନ । କେଉଁ ଉପାୟରେ ଅର୍ଥ ଉପାର୍ଜନ କରି ଏତେ ପରିମାଣର ସମ୍ପତ୍ତି ଏକାଠି କଲେ ସେନେଇ ଏସଆଇଟି ଉପାଧ୍ୟକ୍ଷ ଏବଂ ଇଡି ନିର୍ଦ୍ଦେଶକଙ୍କ ମଧ୍ୟରେ ଆଲୋଚନା ହୋଇଛି । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ନିକଟକୁ ରେଡ କରିବାକୁ ଯିବା ସମୟରେ ଆୟକର ବିଭାଗ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମକୁ ନେଇ ଯିବା ପାଇଁ ପରାମର୍ଶ ଦେଇଛନ୍ତି ଏସଆଇଟି ଉପାଧ୍ୟକ୍ଷ। ଆସନ୍ତା ୧୫ ଦିନ ମଧ୍ୟରେ ସୁପ୍ରିମକୋର୍ଟରେ କଳାଧନ ସମ୍ପର୍କିତ ବୈଠକର ରିପୋର୍ଟ ଦାଖଲ କରାଯିବ। 
ଦେଶରେ ବର୍ତ୍ତମାନ ଅନଲାଇନ ଜୁଆ, ଟ୍ରେଡିଂ, କ୍ରିପ୍ଟୋ କରେନ୍ସି, ଅନଲାଇନ ଗେମରେ ଅଧିକ କଳାଧନ କାରବାର ହେଉଛି। ତା ଉପରେ ବୈଠକରେ ଫୋକସ କରାଯାଇଛି। ଏନେଇ ଚିନ୍ତା ପ୍ରକଟ କରିଛନ୍ତି ଏସଆଇଟି ଉପାଧ୍ୟକ୍ଷ। ବିଭାଗୀୟ ଅଧିକାରୀଙ୍କୁ ନଜର ରଖିବା ପାଇଁ ପରାମର୍ଶ ମଧ୍ୟ ଦେଇଛନ୍ତି। ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

 କିଛି ଦିନ ମଧ୍ୟରେ ଭିଜିଲାନସ ହାତରେ ଧରାପଡିଛନ୍ତି 11 କୁବେର ବାବୁ । ଅଭିଯୋଗ ହେଉଛି ଏମାନେ କେବଳ ମୋହରା, ଟଙ୍କା ଯାଉଥିଲା ବବି-ପାଣ୍ଡିଆନ୍-କୁଟ୍ଟେ ଓ ଆସିଷ ସିଂହଙ୍କ ପାଖକୁ । ଏହି କୁବେର ବାବୁ ମାନଙ୍କ ପାଖକୁ କେଉଁଠାରୁ ଟଙ୍କା ଆସିଛି ସେନେଇ ବୈଠକରେ ଆଲୋଚନା ହୋଇଛି । ବୈଠକରେ ଇଡି ନିର୍ଦ୍ଦେଶକ ରାହୁଲ ନବୀନ, ସିବିଡିଟି ଅଧ୍ୟକ୍ଷ ରବି ଅଗ୍ରୱାଲ, ଆୟକର ବିଭାଗ ଅଧିକାରୀ, ଏନସିବି ଅଧିକାରୀ, ସିଟିଜିଏସଟି, ଏକ୍ସିସାଇସ ଓ କଷ୍ଟମ ଅଧିକାରୀ, ଭିଜିଲାନ୍ସ ନିର୍ଦ୍ଦେଶକ ଯଶବନ୍ତ ଜେଠୱା, କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମଦ, ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା ଅଧିକାରୀ ଏହି ବୈଠକରେ ସାମିଲ ଥିଲେ। 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Issues raised in the SIT meeting related to black money | Argus News