Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବିଞ୍ଝାରପୁରରେ ମହିଳାଙ୍କୁ ଆକ୍ରମଣ ଓ ଅସଦାଚରଣ ଘଟଣାକୁ ୩ ଦିନ ପାର

Odisha

ବିଞ୍ଝାରପୁରରେ ମହିଳାଙ୍କୁ ଆକ୍ରମଣ ଓ ଅସଦାଚରଣ ଘଟଣାକୁ ୩ ଦିନ ପାର

Rashmita Mishra
Browse all articles by Rashmita Mishra
·1 year ago·2 min read
ବିଞ୍ଝାରପୁରରେ ମହିଳାଙ୍କୁ ଆକ୍ରମଣ ଓ ଅସଦାଚରଣ ଘଟଣାକୁ ୩ ଦିନ ପାର

Key Points

  • ବିଞ୍ଝାରପୁରରେ ମହିଳାଙ୍କୁ ଆକ୍ରମଣ ଓ ଅସଦାଚରଣ ଘଟଣାକୁ ୩ ଦିନ ପାର
  • ଏଯାଏ ମୁଖ୍ୟ ଅଭିଯୁକ୍ତ ରାହାସୋଇ ସରପଞ୍ଚଙ୍କ ସ୍ବାମୀ ହେଲାନି ଗିରଫଦାର
  • ପୀଡ଼ିତାଙ୍କ ଅଭିଯୋଗ, ଜେଲରୁ ବାହାରିଲେ ବଂଶ ଲୋପ କରିଦେବେ ବୋଲି ଅଭିଯୁକ୍ତ ଦେଉଛନ୍ତି ଧମକ
  • ବିଞ୍ଝାରପୁର ଘଟଣା କୁରୁସଭାରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ଭଳି ମହାପାପ
  • ମୁଖ୍ୟମନ୍ତ୍ରୀ ମୋହନ ମାଝି କରିବେ କି ମାମଲାରେ ବ୍ୟକ୍ତିଗତ ହସ୍ତକ୍ଷେପ ?

ଅର୍ଗସ ବ୍ୟୁରୋ: ଘର ବାହାରେ ପୋଲିସ ସୁରକ୍ଷା ସତ୍ତ୍ବେ ଆତଙ୍କରେ ଦିନ କାଟୁଛନ୍ତି ବିଞ୍ଝାରପୁର ପୀଡ଼ିତାଙ୍କ ପରିବାର। ସୂଚନା ଅଧିକାର କର୍ମୀ ଅଶୋକ ପତି ଓ ତାଙ୍କ ପତ୍ମୀ ଲତିକାଙ୍କୁ ଆକ୍ରମଣ ଓ ଅସଦାଚରଣ ଘଟଣାକୁ ୩ ଦିନ ବିତିସାରିଲାଣି। କିନ୍ତୁ ଏଯାଏ ମୁଖ୍ୟ ଅଭିଯୁକ୍ତ ତଥା ରାହାସୋଇ ସରପଞ୍ଚଙ୍କ ସ୍ବାମୀ ଶିବ ପ୍ରସାଦ ରଥକୁ ଗିରଫ କରିନି ପୋଲିସ। ଅନ୍ୟ ଅଭିଯୁକ୍ତମାନେ ବି ଅଛନ୍ତି ଫେରାର। ସେପଟେ ଅନ୍ୟମାନଙ୍କ ଜରିଆରେ ଅଭିଯୁକ୍ତମାନେ ଅଶୋକ ଓ ତାଙ୍କ ପରିବାରକୁ ଶେଷ କରିଦେବାକୁ ଧମକ ଦେଉଛନ୍ତି। ଅଭିଯୁକ୍ତ ମାନେ ପ୍ରମିଳା ମଲ୍ଲିକଙ୍କ ଲୋକ ବୋଲି ପୋଲିସ ସେମାନଙ୍କୁ ଗିରଫ କରୁନଥିବା ଅଭିଯୋଗ କରିଛନ୍ତି ଅଶୋକ। 

ସେପଟେ ଏ ମାମଲାରେ ପୋଲିସ ଦେଖାଇଛି ତତ୍ପରତା। ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ଗିରଫ କରିସାରିଥିବା ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।  ରାହାସୋଇ ପଂଚାୟତ ୨ନମ୍ବର ୱାର୍ଡ ମେମ୍ବର ମନୋରଞ୍ଜନ ପରମାଣିକ ଓ ସରପଞ୍ଚ ଗୀତାଞ୍ଜଳି ଦିବେଦୀଙ୍କ ସମ୍ପର୍କୀୟ ସ୍ମୃତିରଞ୍ଜନ ରଥ ଓରଫ ପୁତୁଳିକୁ ପୁଲିସ ଥାନାକୁ ଉଠାଇ ନେଇ ଜେରା କରୁଛି। ଏତଲାରେ ଦିଆଯାଇଥିବା ନାଁ ବାଦ ୧୦ ରୁ ଅଧିକ ଲୋକଙ୍କୁ ନଜରରେ ରଖିଥିବା କହିଛନ୍ତି ଏସଡିପିଓ। ତେବେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇନଥିବାରୁ ବଢୁଛି ଅସନ୍ତୋଷ।

ସେପଟେ ବିଞ୍ଝାରପୁର ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ସହ ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟ ଅଭିଯୁକ୍ତମାନଙ୍କର ଏକାଧିକ ଫଟୋ ହେଉଛି ଭାଇରାଲ। ଯାହା ପ୍ରମିଳାଙ୍କ ସହ ଅଭିଯୁକ୍ତମାନଙ୍କର ଘନିଷ୍ଠତାକୁ ପ୍ରମାଣିତ କରୁଛି। ତେଣୁ ଏବେ କାଠଗଡ଼ାରେ ଡାଲି ଦିଦି। ଅଭିଯୁକ୍ତଙ୍କୁ ସୁରକ୍ଷା ଦେବା ପାଇଁ ପ୍ରମିଳା ମଲ୍ଲିକ ପୂରା ଦମ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏ ଅପରାଧ କୁରୁସଭାରେ ଦ୍ରୌପଦୀଙ୍କ ବସ୍ତ୍ର ହରଣ ପରି ମହାପାପଠୁ କୌଣସିଗୁଣରେ କମ୍ ନୁହେଁ। ଏବେ ପ୍ରଶ୍ନ ଉଠୁଛି ପୀଡ଼ିତାଙ୍କୁ ନ୍ୟାୟ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏ ମାମଲାରେ କରିବେ କି ବ୍ୟକ୍ତିଗତ ହସ୍ତକ୍ଷେପ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯାଜପୁର ଜିଲ୍ଲା ଖାସ କରି ବିଞ୍ଝାରପୁରରେ ବିଜେଡି ମାର୍ଫତରେ ଦୁର୍ନୀତି କିଛି ନୂଆ କଥା ନୁହେଁ। ଆଉ ଯିଏ ଦୁର୍ନୀତି ବିରୋଧରେ ମୁହଁ ଖୋଲିଲା ତାଙ୍କ ଉପରେ  ବିଜେଡି ଗୁଣ୍ଡାମାନେ ଆକ୍ରମଣ କରିବାର ପୂର୍ବରୁ ଅନେକ ନଜିର ରହିଛି। ଓଡ଼ିଶାରେ ସରକାର ସିନା ବଦଳିଛି ହେଲେ ବିଜେଡି ନେତା ଓ କର୍ମୀଙ୍କର ଅପାରାଧିକ ମାନସିକତା ଏଯାଏ ବଦଳି ନାହିଁ। ଏ ଘଟଣାରେ ଯଦି ପୋଲିସ କଠୋର ପଦକ୍ଷେପ ନନିଏ ଆଗକୁ ଏଭଳି ସଂଘବଦ୍ଧ ଅପରାଧ ଘଟଇବାକୁ ଅଧିକ ସାହସ ପାଇବେ ଅଭିଯୁକ୍ତ। ମୁଖ୍ୟ ଅଭିଯୁକ୍ତ ଶିବ ରଥ କେବେ ଧରାପଡୁଛି  ଓ ପୀଡ଼ିତାଙ୍କ ପିରବାରକୁ କେବେ ନ୍ୟାୟ ମିଳୁଛି ଏବେ ତାକୁ ଅପେକ୍ଷା।

Sponsored
It has been 3 days since the incident of assault and mistreatment of women in Binjharpur | Argus News