Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏହି ୩ ଜିଲ୍ଲାରେ ପଡିବ କୁଆ ପଥର!

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଏହି ୩ ଜିଲ୍ଲାରେ ପଡିବ କୁଆ ପଥର!

ଗତକାଲି ଅପରାହ୍ନରୁ ବଦଳିଛି ପାଗ। ଗତକାଲି ସନ୍ଧ୍ୟାରେ କଟକ ସମେତ ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ସକାଳୁ ଭୁବେନଶ୍ବର ସମେତ କେତେକ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି। ନିମ୍ନଚାପ ପ୍ରଭାବରେ ରାଜ୍ୟର ୨୨ ଟି ଜିଲାରେ ବର୍ଷା ହୋଇପାରେ। ଖୋର୍ଦ୍ଧା, କଟକ, ଜଗତସିଂହପୁର, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ନୟାଗଡ଼, ପୁରୀ, ଗଞ୍ଜାମ ଓ ଗଜପତିରେ ଘଡଘଡି ଆଶଙ୍କା ରହିଛି।


୨୦, ୨୧, ୨୨, ୨୩ ତାରିଖରେ ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ବଜ୍ରପାତ ଓ ଝଡ ତୋଫାନ ନେଇ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣି ଜାରି କରାଯାଇଛି। କିଛି ସ୍ଥାନରେ ବର୍ଷା ଘଡଘଡି ସହ କୁଆ ପଥର ମାଡ ହେବାର ସମ୍ଭାବନା ରହିଛି। କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ବର ଜିଲାକୁ ସତର୍କତା ଜାରି କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored