Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -   ତିନିବର୍ଷ ହେଲା ଶୌଚାଳୟରେ ଜୀବନ  

Odisha

  ତିନିବର୍ଷ ହେଲା ଶୌଚାଳୟରେ ଜୀବନ  

Manini Pattanayak
Browse all articles by Manini Pattanayak
·2 years ago·2 min read
  ତିନିବର୍ଷ ହେଲା ଶୌଚାଳୟରେ ଜୀବନ  

କେନ୍ଦୁଝର: ଅନ୍ଧାରିଆ ନୂଆଣିଆ ଘର। ନଇଁ ନଇଁ ଗଲେ ଘରେ ପଶିବା ସମ୍ଭବ ନହେଲେ ନାହିଁ । ଘର ଭିତରକୁ ପଶିବା ପରେ ଏଇଟା ଘର ନା ପାଇଖାନା ଜାଣିବା ମୁସ୍କିଲ । ହେଲେ ସେ କରିବେ ବା କଣ ? ଘର ନାହିଁ କି ଦ୍ଵାର ନାହିଁ...ଗୋଡ ଚଳୁନି କି ହାତ ଚଳୁନି । ଏମିତି ସ୍ଥିତିରେ ଭାଗ୍ୟକୁ ଆଦରିବା ଛଡା ଉପାୟ ବି କିଛି ନାହିଁ । ଘର ଖଣ୍ଡିଏ ଲାଗି ବାବୁଙ୍କୁ ଗୁହାରି କରିକରି ଥକିଗଲେ ସତ ହେଲେ କେହି ଶୁଣିଲେନି । ସେଇଥି ଲାଗି ତ ଏଇ ଘରେ ବଡ଼ ଦହଗଂଜ ଅବସ୍ଥାରେ ୩ ବର୍ଷ ହେଲାଣି ପଡିରହିଛନ୍ତି ମାଧାବ । ଏ ହେଉଛନ୍ତି କେନ୍ଦୁଝର ତେଲକୋଇ ବ୍ଲକ ଖୁଣ୍ଟାପଡା କୁଲାଡେରା ଗାଁର ମାଧବ ଜାମଦା । ଅଂଟାରେ ବଳ ଥିବା ବେଳେ ରୋଜଗାର କରୁଥିଲେ, ଭଲରେ ଚଳୁଥିଲେ । ହେଲେ କାଳ ହେଲା କୁଷ୍ଠରୋଗ । ରୋଗ ଗ୍ରାସିବା ପରେ ଚାଲବୁଲା କରିପାରିଲେନି । ବୟସର ଅପରାହ୍ମରେ ମୁହଁରେ ଗଣ୍ଡାଏ ଆହାର ଦେଉଥିଲା ସ୍ତ୍ରୀ । ହେଲେ ଦୈବ ସେତିକି ବି ସହିଲାନି । ଆଜକୁ ୧୦ ବର୍ଷ ତଳେ ସ୍ତ୍ରୀକୁ ଛଡାଇନେଲା । ଆଉ ସ୍ତ୍ରୀ ଯିବା ପରେ ମାଧବଙ୍କର ଅବସ୍ଥା କଣ ତାହା ଆପଣଙ୍କ ସାମ୍ନାରେ ।

ମାଧବ ଦିବ୍ୟାଙ୍ଗ ହୋଇଥିବାରୁ ଘର ଖଣ୍ଡିଏ ଲାଗି ଗୁହାରି କରିଥିଲେ ବାବୁଙ୍କ ପାଖରେ । ହେଲେ ବାବୁ ଏମିତି ଗୁହାରି ଶୁଣିଲେ ଯେ ୫ ବର୍ଷ ହେଲାଣି ଘର ତିଆରି କରୁଛନ୍ତି ଯେ ସରିବାର ନା ଧରୁନି । ସେଇଥି ଲାଗି ତ ଖରା-ବର୍ଷା-ଶୀତରେ ଏଇ ଶୌଚାଳୟ ଘରେ ରହୁଛନ୍ତି ମାଧବ । ଆଉ ସରକାରୀ ସହାୟତା କହିଲେ ମାସକୁ ୫ କେଜି ଚାଉଳ ଓ ୭୦୦ ଟଙ୍କା ଭତ୍ତା । ଏମିତି ସ୍ଥିତିରେ ଘର ଖଣ୍ଡିଏ ତୁରନ୍ତ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି । ତେବେ ସମୟ କହିବ କେବେ ମାଧବଙ୍କୁ ମିଳୁଛି ଘର ।

ଅଧିକ  ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
It has been three years of life in the toilet | Argus News