Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ବଚ୍ଛତାକୁ ନେଇ ଦେଶରେ ଆସିକା ଦ୍ବିତୀୟ ସ୍ଥାନ ଅଧିକାର କରିଛି

Ritu Das
Browse all articles by Ritu Das
·11 months ago·2 min read
ସ୍ବଚ୍ଛତାକୁ ନେଇ ଦେଶରେ ଆସିକା ଦ୍ବିତୀୟ ସ୍ଥାନ ଅଧିକାର କରିଛି

Key Points

ସ୍ବଚ୍ଛତାକୁ ନେଇ ଦେଶରେ ଆସିକା ଦ୍ବିତୀୟ ସ୍ଥାନ ଅଧିକାର କରିଛି

୨୦୨୪-୨୫ ସ୍ୱଚ୍ଛ ସର୍ବେକ୍ଷଣରେ ସର୍ବଭାରତୀୟସ୍ତରରେ ମିଳିଲା ଟାଇଟଲ୍

ଦେଶରେ ଆସିକା ଦ୍ବିତୀୟ ସ୍ଥାନ ଅଧିକାର କରିଥିବାବେଳେ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛି

ଓଡ଼ିଶାର ସବୁଠୁ ସ୍ୱଚ୍ଛ ସହର ଆସିକା। ୨୦୨୪-୨୫ ସ୍ୱଚ୍ଛ ସର୍ବେକ୍ଷଣରେ ସର୍ବଭାରତୀୟସ୍ତରରେ ମିଳିଲା ଟାଇଟଲ୍ । ସ୍ବଚ୍ଛତାକୁ ନେଇ ଦେଶରେ ଆସିକା ଦ୍ବିତୀୟ ସ୍ଥାନ ଅଧିକାର କରିଥିବାବେଳେ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରିଛି । ଗଞ୍ଜାମ ଜିଲ୍ଲାର ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ୧୮ ଟି ୱାର୍ଡକୁ ନେଇ ଗଠନ ହୋଇଛି l ସହରରେ ପ୍ରାୟ ୩୦ ହାଜର ରୁ ଉର୍ଦ୍ଧ୍ବ ଜନସଂଖ୍ୟା ରହିଛି। ଆସିକାକୁ ସ୍ୱଚ୍ଛ ସହର କରିବା ପାଇଁ ନଗରପାଳିକାଙ୍କ ତତ୍ତ୍ବାବଧାନରେ ସ୍ୱଚ୍ଛସାଥୀ ସଫେଇ କର୍ମଚାରୀମାନେ ଦୀର୍ଘ ଦୁଇ ବର୍ଷ ଧରି ପରିଶ୍ରମ କରିଥିଲେ l ପରିମଳ ବ୍ୟବସ୍ଥାଠୁ ଆରମ୍ଭ କରି ଡ୍ରେନେଜ ସଫା, ସହରକୁ ଆବର୍ଜନା ମୁକ୍ତ ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା।


ଏଥିପାଇଁ ଅଞ୍ଚଳବାସୀମାନେ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଜାଗା ଜାଗାରେ ସୁନ୍ଦର ସୁନ୍ଦର ପ୍ରତିମୂର୍ତ୍ତି ସହ ଛୋଟ ଛୋଟ ପାର୍କ ନିର୍ମାଣ କରାଯାଇଥିଲା । ତା ସାଙ୍ଗକୁ ସହର ସାରା ଆଲୋକୀକରଣ ମଧ୍ୟ କରାଯାଇଥିଲା। ଯାହାକି ଆସିକାର ଶୋଭା ବଢାଇବା ସହ ଦେଶରେ ସ୍ବଚ୍ଛ ସହର ଭାବେ ରାଷ୍ଟ୍ରପତିଙ୍କଠୁ ପୁରସ୍କୃତ ହୋଇଛି। ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ଦ୍ବାରା ପୁରସ୍କୃତ ହୋଇଛି ଆସିକା l ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଏନ୍‌ଏସି ଅଧ୍ୟକ୍ଷା ବିନେତା ସ୍ୱାଇଁ ଓ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ ମହାପାତ୍ର ରାଷ୍ଟ୍ରପତିଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ଆସିକା ସର୍ବ ଭାରତୀୟ ସ୍ତରରେ ପୁରସ୍କୃତ ହୋଇ ଫେରିବା ପରେ ଗତ କାଲି ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା କରାଯାଇଥିଲେ l ସଭାରେ ଆସିକା ବିଧାୟକ ସରୋଜ ପାଢ଼ୀ ଯୋଗ ଦେଇ ଆସିକାକୁ ସ୍ୱଚ୍ଛ ରଖିବା ପଛରେ ଯେଉଁ ସବୁ ସ୍ୱଚ୍ଛସାଥୀ ଓ ସଫେଇ କର୍ମଚାରି ମାନଙ୍କ ହାତ ରହିଛି ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ l ଏହି ପରିପ୍ରେକ୍ଷୀରେ ଆସିକାର ବିଭିନ୍ନ ଅନୁଷ୍ଠାନ ମାନେ ମଧ୍ୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ବିନିତା ସ୍ବାଇଁ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେଶ ମହାପାତ୍ରଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ତେବେ ଆଗାମୀ ଦିନରେ ମଧ୍ୟ ଆସିକାର ଏହି ସ୍ବଚ୍ଛତା ବଜାଇ ରହିବା ସହ ଆଗାମୀ ବର୍ଷରେ ଆସିକାକୁ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ୱଚ୍ଛ ଓ ସୁନ୍ଦର ସହର କରିବାକୁ ଲକ୍ଷ୍ୟ ରଖାଯାଇଛି।

Sponsored
it-has-secured-the-second-position-in-the-country-in-terms-of-cleanliness | Argus News