Videos
|
Odisha

ଦୀପାବଳିରେ ପିଣ୍ଡଦାନ ସହ ବଡବଡୁଆଙ୍କୁ ଡାକିବାର ରହିଛି ପରମ୍ପରା

Sangram Tripathy
Browse all articles by Sangram Tripathy
·1 year ago
ଦୀପାବଳିରେ ପିଣ୍ଡଦାନ ସହ ବଡବଡୁଆଙ୍କୁ ଡାକିବାର ରହିଛି ପରମ୍ପରା

ଅର୍ଗସ ବ୍ୟୁରୋ: କେତେକ ସ୍ଥାନରେ ଆଜି ପାଳନ ହେଉଛି ଆଲୋକର ପର୍ବ ଦୀପାବଳି। ପିଣ୍ଡଦାନ ସହ ବଡବଡୁଆଙ୍କୁ ଡାକିବାର ରହିଛି ପରମ୍ପରା। ଆଜି ସକାଳୁ ଶ୍ରୀମନ୍ଦିର ନିକଟରେ ଏକାଠି ହୋଇ ବଡ଼ବଡୁଆ ଡାକିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ବିଭିନ୍ନ ପଞ୍ଜିକାରେ ଆଜି ପୟାଶ୍ରାଦ୍ଧ ଉଲ୍ଲେଖ ଥିବାରୁ ହଜାରହଜାର ଭକ୍ତ କାଉଁରିଆ ଜାଳି ବଡଵଡୁଆ ଡାକିଛନ୍ତି। ତେବେ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ସ୍ଥିରିକୃତ ପଞ୍ଜିକାରେ ଆସନ୍ତାକାଲି ଦୀପାବଳି ଓ ପୟାଶ୍ରାଦ୍ଧ। ଆସନ୍ତାକାଲି ମଧ୍ୟ ହଜାର ହଜାର ଭକ୍ତ ଶ୍ରୀମନ୍ଦିର ନିକଟରେ କାଉଁରିଆ ଜାଳି ବଡବଡୁଆ ଡାକିବେ। ସେପଟେ ଦିପାବଳୀ ଓ ପାୟାଶ୍ରାଦ୍ଧ ପାଳନକୁ ନେଇ ଦ୍ବନ୍ଦରେ ପଡିଛନ୍ତି ଲୋକେ । କାଳୀପୂଜା ପାଇଁ ବି ଉତ୍ସବ ମୁଖର ସାରା ରାଜ୍ୟ । ରାଜ୍ୟର ବିଭିନ୍ନ ସ୍ଥାନରେ ପୀଠ ଓ ମଣ୍ଡପରେ ପୂଜା ପାଇବେ ମାଆ । ମା'ଙ୍କ ସ୍ବାଗତ ପାଇଁ ବିଭିନ୍ନ ପୂଜା ମଣ୍ଡପ ସମେତ କାଳୀ ମନ୍ଦିର ଉତ୍ସବମୁଖର ହୋଇଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
It is a tradition to call the big baddua with pinddan in daylight | Argus News