Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସୈତାନ ମୁହଁରେ ବେଦବାଣୀ

Odisha

ସୈତାନ ମୁହଁରେ ବେଦବାଣୀ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ସୈତାନ ମୁହଁରେ ବେଦବାଣୀ

Key Points

  • ସୈତାନ ମୁହଁରେ ବେଦବାଣୀ
  • ବିଜେପି ସରକାର କରିବ, ଝାରପଡା ଯିବେ ବିଜେଡି ନେତା

ସୈତାନ ମୁହଁରେ ବେଦବାଣୀ ଯାହା ବିଜେଡି ମୁହଁରେ ସତକଥା ତାହା । ଶଙ୍ଖରେ ଯେଉଁ ନେତାମାନେ ଅଛନ୍ତି ସେମାନେ ପୂରା ଭଲ । ଯେଉଁମାନେ ବିଜେଡି ଛାଡି ବିଜେପିରେ ଯୋଗ ଦେଉଛନ୍ତି ସେମାନେ ଖପରା । ତାଙ୍କ ଦଳର ସୁନା ଅନ୍ୟ ଦଳକୁ ଗଲେ ଖପରା କେମିତି ହେଉଛନ୍ତି ? ଦୁର୍ନୀତି ଓ ଭ୍ରଷ୍ଟାଚାରରେ ବିଜେଡି ନେତାମାନେ ଏମିତି ଅଛନ୍ତି ଯେ ବିଜେପି ସରକାର ଆସିବା ମାତ୍ରେ ଝାରପଡ଼ାରେ ରାତି କାଟିବେ ବୋଲି କହିଛନ୍ତି ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

୨୫ ବର୍ଷ ଶାସନ କ୍ଷମତାରେ ରହିବା ପରେ ବିଜେଡିର ସାଙ୍ଘାତିକ ଭାବରେ ଅହଙ୍କାର ବଢିଛି । ସେମାନେ ମଣିଷକୁ ମଣିଷ ପରି ଖାତିର କରୁନାହାନ୍ତି । ବିଜେଡି ବାହାରୁ ଯେମିତି ଦିଶୁଛି ଭିତରୁ ସେମିତି ଆଦୌ ନାହିଁ । ଦଳରେ ଏବେ ତାମିଲ ବାବୁଙ୍କ ହାତରେ ପୂରା କ୍ଷମତା ରହିଛି । ଯାହାକୁ ନେଇ ଦଳୀୟ ନେତା ଅସନ୍ତୁଷ୍ଟ ଥିବା ସହିତ ଶହଶହ ସଂଖ୍ୟାରେ ବିଜେଡି ଛାଡୁଛନ୍ତି । ଯେଉଁ ନେତା ତାଙ୍କ ଦଳକୁ ଯାଉଛନ୍ତି ସେମାନେ ଭଲ, ଆଉ ଯେଉଁମାନେ ଅନ୍ୟ ଦଳକୁ ଆସୁଛନ୍ତି ସେମାନେ ଖପରା ବୋଲି କଟାକ୍ଷ କରିଛନ୍ତି ସମୀର । ଏତିକି ନୁହେଁ ବରଂ ବିଜେପି ସରକାରକୁ ଆସିଲେ ଗୋଟି ଗୋଟି ଦୁର୍ନୀତିର ପର୍ଦ୍ଦାଫାଶ ହେବ । ସବୁ ନେତା ଝାରପଡାରେ ରାତି କାଟିବେ ବୋଲି କହିବାକୁ ପଛାଇନାହାନ୍ତି ସମୀର ।

ରାଜ୍ୟରେ ଏବେ ମୋଦି ଲହର । ବିଜେପି ପ୍ରତି ପ୍ରବଳ ମାତ୍ରାରେ ଜନସମର୍ଥନ ବି ରହିଛି । ଏହାସହ ଘନଘନ କେନ୍ଦ୍ରୀୟ ନେତା ଓଡ଼ିଶା ଆସି ଓଡ଼ିଶାରେ ପ୍ରଚାର ବି କରୁଛନ୍ତି । ଖାଲି ପ୍ରଚାର କରୁଛନ୍ତି ତାହା ନୁହେଁ ବରଂ ରାଜ୍ୟ ସରକାରଙ୍କ ଗୋଟି ଗୋଟି ଗୁମର ଖୋଲିବା ସହିତ କେମିତି କେନ୍ଦ୍ରୀୟ ଯୋଜନାକୁ ହାଇଜାକ କରୁଛି ବିଜେଡି ସେନେଇ ବି ଭାଣ୍ଡାଫୋଡ କରୁଛନ୍ତି । ଏମିତି ପ୍ରଶ୍ନ କରୁଛନ୍ତି ଯେ ବିଜେଡି ଉତ୍ତର ଦେବାକୁ ପଚଘୁଂଚା ଦେଉଛି । କେବଳ ପ୍ରେସମିଟ୍‌ କରି ମିଛରେ କେନ୍ଦ୍ରୀୟ ନେତାଙ୍କ ଉପରେ ବର୍ଷୁଛି । ଏ ସବୁ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ, ଏଥର ବିଜେଡି ହାରିବ, ବିଜେପି ଜତିବ ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Samir Mohanty | Argus News