ରାଜ୍ୟରେ କଲବଲ କଲାଣି ଅସମ୍ଭାଳ ତାତି

ରାଜ୍ୟରେ କଲବଲ କଲାଣି ଅସମ୍ଭାଳ ତାତି। ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ। ଝାରସୁଗୁଡ଼ା ୪୩ ଡିଗ୍ରୀ ପାର, ୪୦ ଡିଗ୍ରୀ ଉରରେ ୬ ସହର...ଆସନ୍ତା ୩ ଦିନ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ନିଆଁ ବର୍ଷା...ଦିନ ଓ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ ।
ରାଜ୍ୟରେ କଲବଲ କଲାଣି ଅସମ୍ଭାଳ ତାତି । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ଜନଜୀବନ । ଗତକାଲି ଝାରସୁଗୁଡ଼ା ୪୩ ଡିଗ୍ରୀ ସେଲସିୟସ୍ ପାର୍ କରିଥିବା ବେଳେ ୬ଟି ସହର ୪୦ ଡିଗ୍ରୀ ଡେଇଁଛି । ଆସନ୍ତା ୩ ଦିନ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷିବ ନିଆଁ । ଉପକୂଳ ୪୦ ଡେଇଁ ପାରେ ପାରଦ । ଏହା ପରେ ବି ତାତିରୁ ବଡ଼ ଧରଣର ନିସ୍ତାର ଆଶା ଦେଖାଯାଉନି । ଆସନ୍ତା ୩ ଦିନ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବ । ଉଭୟ ଦିନ ଓ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିପାରେ । ଶୁକ୍ରବାର ଝାରସୁଗୁଡ଼ା, ସମ୍ବଲପୁରରେ ପାରଦ ୪୩ ଡିଗ୍ରୀ ଛୁଇଁଛି ।
📱 Get Argus News App
✨ପଶ୍ଚିମ ଓ ଆଭ୍ୟନ୍ତରଣ ଓଡ଼ିଶାର ଅନେକ ସ୍ଥାନରେ ତାପମାତ୍ରା ୪୦-୪୧ ଡିଗ୍ରୀ ଉପରେ ରହିଛି । ସେହିପରୀ ରାଜଧାନୀ ଭୁବନେଶ୍ବରର ତାପମାତ୍ରା ୪୦.୨ ଡ଼ିଗ୍ରୀ ରେକର୍ଡ କରାଯାଇଛି । ସେହିପରୀ ଆଜି ପାଇଁ ୬ ଜିଲ୍ଲାକୁ ୟେଲେ ୱାର୍ଣ୍ଣିଂ ଜାରି କରାଯାଇଛି । କଳାହାଣ୍ଡି, ବଲାଙ୍ଗୀର, ସୋନପୁର,ବୌଦ୍ଧ, ସମ୍ବଲପୁର ଓ ଝାରସୁଗୁଡ଼ାରେ ପ୍ରବଳ ଖରା ହେବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ସେହିପରି ଆସନ୍ତାକାଲି କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ ,ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏପ୍ରିଲ ୨ ତାରିଖ ବେଳକୁ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ।