Sleeper Coach / ସ୍ଲିପର କୋଚ୍ ବସ୍ରେ ପାଣି ଟାଙ୍କି ଲାଗିବା ବାଧ୍ୟତାମୂଳକ !

Key Points
ଏଣିକି ବସ୍ରେ ଲାଗିବ ପାଣି ଟାଙ୍କି । ଏହା ବାଧ୍ୟତା ମୂଳକ । ଏଭଳି କହିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଜେନା । ରାସ୍ତା ଘାଟରେ ଅନେକ ବସ୍ ଦୁର୍ଘଟଣା ଘଟୁଛି । ସେଥିରୁ କିଛି ବସ୍ ରାସ୍ତା ଉପରେ ହିଁ ଜଳି ଯାଉଛି । ଯାହା ଦ୍ୱାରା ଧନ ଜୀବନ ନଷ୍ଟ ହେଉଛି । ଅକାଳେ ନୀରିହ ଜୀବନ ସବୁ ଚାଲିଯାଉଛି ।
ତେଣୁ ମନ୍ତ୍ରୀ କହିଛନ୍ତି ଏଣିକି ସ୍ଲିପର କୋଚ୍ ବସ୍ରେ ପାଣି ଟାଙ୍କି ଓ ସ୍ପ୍ରିଙ୍କଲର୍ ଲାଗିବା ବାଧ୍ୟତାମୂଳକ । ଯାହାଦ୍ୱାରା ବଡ଼ ଅଗ୍ନିକାଣ୍ଡକୁ ରୋକା ଯାଇପାରିବ । ଅନେକ ନୀରିହ ଜୀବନ ବଞ୍ଚିପାରିବ । ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ସହ ମାଲିକ ସଂଘ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସ୍ଲିପର୍ କୋଚ୍ ପାଇଁ ଯେଉଁ ସବୁ ଗାଇଡ୍ଲାଇନ୍ ରହିଛି, ସେହି ସବୁ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି ।
ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ସ୍ଲିପର କୋଚ୍ରେ ରହିବ ଗୋଟିଏ ପାଣି ଟାଙ୍କି । ସ୍ପ୍ରିଙ୍କଲର୍ ଲଗାଇବା ବାଧ୍ୟତାମୂଳକ କରାଯିବ କହିଛନ୍ତି ମନ୍ତ୍ରୀ । କୋର୍ଟଙ୍କ ନିର୍ଦ୍ଦେଶନାମା ଥିବାରୁ କଡ଼ାକଡ଼ି ପାଳନ କରାଯିବ କହିଛନ୍ତି ମନ୍ତ୍ରୀ । ଏସି ବସ୍ ଓ ସ୍ପିପର କୋଚ୍ରେ ଅଧିକ ନିଆଁ ଲାଗୁଥିବାରୁ ନିୟମକୁ କଡ଼ା କଡ଼ି ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁ ନିୟମକୁ ବସ୍ ମାଲିକ ଅନୁପାଳନ କରିବାକୁ ବାଧ୍ୟ ବୋଲି କହିଛନ୍ତି ମନ୍ତ୍ରୀ ।
ଅନ୍ୟପଟେ ରାଉରେକାଲରେ ଘରୋଇ ବିମାନ କ୍ରାସ୍ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ମନ୍ତ୍ରୀ କହିଛନ୍ତି, "ବିମାନଟି ରାଉରକେଲାରୁ ଭୁବନେଶ୍ଵର ଅଭିମୁଖେ ଆସୁଥିଲା । ୮ରୁ ୧୦ କିଲୋମିଟର ଉଡ଼ାଣ ପରେ ଜାଲଦାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ୬ ଜଣ ଥିଲେ, ସମସ୍ତଙ୍କ ସ୍ଵାସ୍ଥ୍ୟାବସ୍ଥା ଠିକ୍ ରହିଛି ।"
ପାଇଲଟ୍ ସହ ବିମାନରେ ୬ ଜଣ ଥିଲେ । ସମସ୍ତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ୍କୁ ନିଆଯାଇଛି । ଘରୋଇ ବିମାନଟି ଇଣ୍ଡିଆ ୱାନ୍ ଏୟାର କମ୍ପାନୀର ଫ୍ଲାଇଟ୍ VT-102 । ଦିନ ଗୋଟାଏ ୧୫ ସମୟରେ ଜାଲ୍ଦାରେ ଜରୁରୀ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ବିମାନରେ କ୍ୟାପ୍ଟେନ ନବୀନ କାଡ଼ଙ୍ଗା, କ୍ୟାପ୍ଟେନ ତରୁଣ ଶ୍ରୀବାସ୍ତବଙ୍କ ସହ ୪ ଜଣ ଯାତ୍ରୀ ଥିଲେ । ସୁଶାନ୍ତ କୁମାର ବିଶ୍ୱାଳ, ଅନୀତା ସାହୁ, ସୁନୀଲ ଅଗ୍ରୱାଲ, ସବିତା ଅଗ୍ରୱାଲ ବିମାନରେ ରାଉଲକେଲା ଭୁବନେଶ୍ୱର ଆସୁଥିଲେ । ଏହି ବିମାନରେ ୯ ଜଣ ଯାତ୍ରୀ ଗୋଟିଏ ଥରରେ ଯାଇ ପାରିବେ ।
ବିମାନ ଦୁର୍ଘଟଣାର ତଦନ୍ତ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ଏଥିପାଇଁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି । ଭଗବାନଙ୍କ ଆଶୀର୍ବାଦରୁ ବଡ଼ ଅଘଟଣ ଟଳି ଯାଇଥିବା କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା ।
📱 Get Argus News App
✨Related Topics
Explore more stories