Videos
|
Odisha

Odisha / ଲାଲ୍ ଡାଏରୀ ଖୋଲିବ ମଦ ସାମ୍ରାଜ୍ୟର କଳା ଗୁମର?

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଲାଲ୍ ଡାଏରୀ ଖୋଲିବ ମଦ ସାମ୍ରାଜ୍ୟର କଳା ଗୁମର?
MLA Susanta Singh

Key Points

ଡାଏରୀ ଖୋଲିଦେଲା ବିଜେଡି ନେତାଙ୍କ ଗୁମର କାହା ପାଖକୁ ଯାଇଛି କେତେ ଟଙ୍କା ? ଇଡି ଘାଣ୍ଟିଲେ ସାମ୍ନାକୁ ଆସିବ ସତ ବାନ୍ଧିବ ସିବିଆଇ

ଅର୍ଗସ ବ୍ୟୁରୋ: ବଲାଙ୍ଗିରରେ ରେଡ୍‌ ହୋଇଥିବା ଟଙ୍କାର ଧୀରେ ଧୀରେ ଫିଟୁଛି ଗୁମର । ଏତେ ପରିମାଣରେ ଟଙ୍କା ଜବତ ହୋଇଥିବାରୁ ଚର୍ଚ୍ଚା ବଢିବା ସ୍ଵାଭାବିକ କଥା । ହେଲେ ଯେବେ ବିଜେଡି ନେତାଙ୍କ ଲିଙ୍କ୍ ସାମ୍ନାକୁ ଆସିଲା ସେବେଠୁ ଆହୁରି ଚର୍ଚ୍ଚା ବଢିଲା ।

ଏବେ ପୁଣି ଚର୍ଚ୍ଚାକୁ ଖୁରାକ ଯୋଗାଇଛି ଏହି ନାଲି ଡାଏରୀ । କେଉଁ ବିଜେଡି ନେତାଙ୍କ ପାଖକୁ ଯାଇଛି କେତେ ଟଙ୍କା ତାହାର ପୋଥି ଲେଖା ହୋଇଛି ଏହି ଡାଏରୀରେ । ପୂରା ଘଟଣା ଜଣାପଡିବା ପରେ ଏବେ ଚର୍ଚ୍ଚା ଆହୁରି ବଢିଛି ।

ଲାଲ୍ ଡାଏରୀ ଖୋଲିବ ମଦ ସାମ୍ରାଜ୍ୟର କଳା ଗୁମର ?  ଲାଲ ଡାଏରୀରେ ଲୁଚିଛି ବଡ ସତ ! କୋଟି କୋଟି ଟଙ୍କାର କଳାକାହାଣୀ ଲୁଚିଛି ଏହି ଡାଏରୀରେ । ଆଉ ଡାଏରୀ ସାମ୍ନାକୁ ଆସିବା ପରେ ଏବେ ଅପେକ୍ଷା କେବେ, କାହାକୁ ବାନ୍ଧୁଛି ସିବିଆଇ ?

ଗୁରୁତ୍ଵପୂର୍ଣ୍ଣ କଥା ହେଲା ବଲାଙ୍ଗିରରୁ ରେଡ୍‌ ହୋଇଥିବା ଟଙ୍କା କାଳେ ରାଜନୈତିକ ପାଣ୍ଠି ଭାବରେ ବ୍ୟବହାର କରିଯାଇଥାଆନ୍ତା । ହେଲେ ନିର୍ବାଚନ ପୂର୍ବରୁ ଆଇଟି ରେଡ୍‌ ପଡିବାରୁ ଅଧା ରାସ୍ତାରେ ଖୋଲିଗଲା ଗୁମୁର ।

ଆଇଟି ରେଡ୍‌ରେ ପୁଳାପୁଳା ଟଙ୍କା ବାହାରିବା ପରେ ଏବେ ଛାନିଆ ହେଲେଣି ବିଜେଡି ନେତା । କୁହାଯାଉଛି କି ଆଲମାରୀରେ ଥିବା ଏହି ଟଙ୍କା କୁଆଡେ ନିର୍ବାଚନ ବେଳେ ବିଜେଡି ବାଣ୍ଟିଥାଆନ୍ତା । ହେଲେ ଭାଗ୍ୟ ଖରାପ । ଏବେ ସବୁକୁ ରେଡ୍‌ କଲା ଆଇଟି ଟିମ ।

କିନ୍ତୁ ମିଳିଥିବା ଡାଏରୀରେ ସବୁ ନେତାଙ୍କର କାରସାଦି ଲୁଚି ହୋଇ ରହିଛି । ଆଉ ପୋଥି ଖୋଜିଲେ ସମସ୍ତଙ୍କର ଅକଲ ଗୁଡୁମ ହେବ ବୋଲି ଚର୍ଚ୍ଚା ବି ବଢିଛି । ଖାସ୍‌ କରି ସନ୍ଦେହ ଘେରରେ ଏବେ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବିଧାୟର ସୁଶାନ୍ତ ସିଂ, ନିରଞ୍ଜନ ପୂଜାରୀ ଓ ପ୍ରଦୀପ ଅମାତ୍‌ ଅଛନ୍ତି । ଆଶ୍ଚର୍ଯ୍ୟର କଥା ହେଲା,  ଧୀରଜ ସାହୁ ଝାଡଖଣ୍ଡର କଂଗ୍ରେସ ରାଜ୍ୟସଭା ସଦସ୍ୟ ଅଛନ୍ତି ।

ତାଙ୍କ ଭାଇ ଉଦୟ ସାହୁ, ଶିବ ପ୍ରସାଦ ସାହୁ ବି ବେପାରରେ ସାମିଲ୍ । ପୁରା ପରିବାରର ଅକ୍ତିଆରରେ ପଶ୍ଚିମ ଓଡ଼ିଶାର ମଦ ସାମ୍ରାଜ୍ୟ ଥିଲା ହେଲେ ଏବେ ରେଡ୍‌ ପରେ ସବୁ ଓଲଟପାଲଟ ହେଲା । ସମୟ କହିବ କେବେ ସାମ୍ନାକୁ ଆସୁଛି ପୂରା ସତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

IT raid crackdown continues on Day 3 on liquor traders in Bolangir | Argus News