Videos
|
Odisha

ଏଥର ଭିଜିବ ରଜ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଏଥର ଭିଜିବ ରଜ

Key Points

ଆଗୁଆ ଆସିଛି ମୌସୁମୀ 

୧୨ ରୁ ବଦଳିବ ପାଗ

ସଜରୁ ରଜ ଢାଳିବ

ଏସନ ବର୍ଷାରେ ଭିଜିବ ରଜ। ତାତି କମିବ ପାଣି ଢାଳିବ। ସଜବାଜରୁ ଶେଷ ରଜ ପର୍ଯ୍ୟନ୍ତ ପାଗ କୋହଲା ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରଜ ତିନିଦିନ ଯାକ ପାଗ କୋହଲା ରହିବା ସହିତ ବର୍ଷା ହେବାର ସମ୍ଭାବନା ରହିଛି। ୧୪-୧୬ ଜୁନ ମଧ୍ୟରେ ଉତ୍ତର ଲଘୁଚାପ ସମ୍ଭାବନା ରହିଛି। ୧୨ ତାରିଖ ଠାରୁ ପାଗରେ ପରିବର୍ତ୍ତନ ହେବ, ସେହିଭଳି ୧୪ ତାରିଖରୁ ବଢିବ ବର୍ଷା। ତେବେ ୧୦ ତାରିଖ ପର୍ଯ୍ୟନ୍ତ ପାଗରେ ସେମିତି କିଛି ପରିବର୍ତ୍ତନ ହେବାର ନାହିଁ।


ଗତବର୍ଷ ତୁଳନାରେ ଏଥର ସଅଳ ଆସିଛି ମୌସୁମୀ। ଆଗୁଆ ମୌସୁମୀ ଆସିଥିବାରୁ ସ୍ବାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଅନୁମାନ କରାଯାଉଛି। ଦକ୍ଷିଣ ଆଣ୍ଡାମାନ ସାଗରକୁ ମୌସୁମୀ ସାଧାରଣତଃ ମେ’ ୧୯ରେ ଛୁଇଁ ଥାଏ। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଥିବା ପୋର୍ଟ ବ୍ଲେୟାରକୁ ଏହା ମେ’ ୨୧ରେ ସ୍ପର୍ଶ କରିଥାଏ। ତେବେ ଏଥର ମେ ୧୩ ବେଳକୁ ମୌସୁମୀ ଆସିଛି। ୨୦୧୪ରେ ମୌସୁମୀ ଏଠାକୁ ମେ’ ୧୯ରେ ଆସିଥିବା ବେଳେ ୨୦୨୩ରେ ମଧ୍ୟ ମେ’ ୧୯ରେ ସ୍ପର୍ଶ କରିଥିଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୨୦୨୨ରେ ମେ’ ୧୬, ୨୦୨୧ରେ ମେ’ ୨୧, ୨୦୨୦ରେ ମେ’ ୧୭ ଓ ୨୦୧୯ରେ ମେ’ ୧୮ ତାରିଖରେ ମୌସୁମୀ ଆସିଥିଲା। IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ଏଥର ଜୁନ୍ ମାସରେ ଅଧିକ ବର୍ଷା ହୋଇପାରେ। ୧୦୬ ପ୍ରତିଶତ ବର୍ଷା ହେବା ସମ୍ଭାବନା ରହିଛି। ମେ ମାସରେ ଦେଶରେ ସ୍ବାଭାବିକଠୁ ଅଧିକ ବର୍ଷା ହୋଇଛି । ଉତ୍ତରପୂର୍ବାଞ୍ଚଳ ରାଜ୍ୟକୁ ଛାଡ଼ି ଅନ୍ୟ ସ୍ଥାନରେ ଅଧିକ ବର୍ଷା ହୋଇଛି ।


ସାଧାରଣତଃ ମୌସୁମୀ ବାୟୁ କେରଳ ଛୁଇଁବାର ୧୦ରୁ ୧୨ ଦିନ ମଧ୍ୟରେ ଓଡ଼ିଶାକୁ ପ୍ରବେଶ କରିଥାଏ। ତେବେ ଏଥର ଜୁନ୍ ପୂର୍ବରୁ ଓଡ଼ିଶା ଛୁଇଁଛି ମୌସୁମୀ।

It will rain in Raja | Argus News