Videos
|
Odisha

ସାର୍ ଭୂଲି ଯାଉଥିଲା ପିଲା କିଏ ? ଆଉ ପିଲାଏ ବି ଭୂଲି ଯାଉଥିଲେ ସାର୍ କିଏ ?

Smruti Parija
Browse all articles by Smruti Parija
·1 year ago·3 min read
ସାର୍ ଭୂଲି ଯାଉଥିଲା ପିଲା କିଏ ? ଆଉ ପିଲାଏ ବି ଭୂଲି ଯାଉଥିଲେ ସାର୍ କିଏ ?

Key Points

ଗୋଟିଏ ଷ୍ଟେଜ୍ ରେ ନାଚୁଥିଲେ ଛାତ୍ରଛାତ୍ରୀ ଓ ଅଧ୍ୟାପକ

ଜଣେ ଅଧ୍ୟାପକଙ୍କ ପାଇଁ ଗୋଟିଏ ନୀରିହ ଛାତ୍ରୀ ଅଗ୍ନିରେ ଝାସ ଦେଇଛି

ହେଲେ ଗୁରୁ, ଶିଷ୍ୟ ପରମ୍ପରାର ଏଇଠୁ କ୍ଷୂର୍ଣ୍ଣ ହେବା ଆରମ୍ଭ ହୋଇଥିଲା

ଗୁରୁ, ଶିଷ୍ୟ ପରମ୍ପରାର ଏଇଠୁ କ୍ଷୂର୍ଣ୍ଣ ହେବା ଆରମ୍ଭ ହୋଇଥିଲା କହିଲେ ଭୂଲ୍ ହେବନି ।


ଗୋଟିଏ ଷ୍ଟେଜ୍ ରେ ନାଚୁଥିଲେ ଛାତ୍ରଛାତ୍ରୀ ଓ ଅଧ୍ୟାପକ । ସାର୍ ଭୂଲି ଯାଉଥିଲା ପିଲା କିଏ..ଆଉ ପିଲାଏ ବି ଭୂଲି ଯାଉଥିଲେ ସାର୍ କିଏ ।


ବାଲେଶ୍ୱର ପୀଡିତାଙ୍କ ମୃତ୍ୟୁ ସମସ୍ତଙ୍କୁ ବ୍ୟଥିତ କରିଛି । କାରଣ ଜଣେ ଅଧ୍ୟାପକଙ୍କ ପାଇଁ ଗୋଟିଏ ନୀରିହ ଛାତ୍ରୀ ଅଗ୍ନିରେ ଝାସ ଦେଇଛି । ଯାହାକୁ ନେଇ ଶିକ୍ଷା ବ୍ୟବସ୍ଥା ଉପରେ ଆଙ୍ଗୁଠି ଉଠିଛି । ପୁରା ଗୁରୁକୂଳ ନନ୍ଦିତ ହୋଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆମେ ଏଠି କାହା ପକ୍ଷ ନେଉନୁ କି କାହାକୁ ଦୋଷ ଦେଉନୁ । ବେଶୀ ପୂରୁଣା ନୁହେଁ ଏଇ ବର୍ଷ ତଳର ଭିଡିଓ ଦେଖନ୍ତୁ...



ଦର୍ଶକ ବନ୍ଧୁ ଆମେ ପିଲାଟି ବେଳୁ ପଢିଛେ


"ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବୋ ମହେଶ୍ଵର, ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀ ଗୁରବେ ନମଃ।"


ଅର୍ଥାତ୍ ଗୁରୁ ବ୍ରହ୍ମା ରୂପରେ ଶିଷ୍ୟଙ୍କ ସୃଜନୀ ଶକ୍ତିର ବିକାଶ କରି ଶିଷ୍ୟକୁ ନବଜନ୍ମ ପ୍ରଦାନ କରନ୍ତି । ବିଷ୍ଣୁ ରୂପରେ ସ୍ନେହପୂର୍ଣ୍ଣ ଶିକ୍ଷାଦାନ କରି ଶିଷ୍ୟମାନଙ୍କୁ ପରିପାଳନ କରନ୍ତି । ଓ ମହେଶ୍ୱରଙ୍କ ରୂପରେ ଶିଷ୍ୟମାନଙ୍କର ଦୁର୍ଗୁଣକୁ ବିନାଶ କରି ସୁଗୁଣର ପରିପ୍ରକାଶ କରନ୍ତି । ଗୁରୁଶିଷ୍ୟ ପରମ୍ପରାରେ ଶିଷ୍ୟ ସର୍ବଦା ଗୁରୁଙ୍କ ନିକଟରେ ବିନମ୍ରତା ଏବଂ ସମର୍ପଣ ଭାବ ପ୍ରକାଶ କରିଥାଏ।
ହେଲେ ନିର୍ବାଚନ ପୂର୍ବରୁ ବିରୋଧୀ ବିଜେଡିର ଅସ୍ତ୍ର ସାଜିଥିଲା ଦୁଇଟି ଯୋଜନା ନୂଆ-ଓ...ଯୁବ ଓଡିଶା ନବୀନ ଓଡିଶା । ଟାର୍ଗେଟ୍ ରେ ଥିଲେ ଛାତ୍ରଛାତ୍ରୀ । ଉଦେଶ୍ୟ ଭୋଟ୍ ହାତେଇବା । "ଆମ ଓଡିଶା ଆଉ ନବୀନ ଓଡିଶା" କରିକି ହରିଲୁଟ କରିଥିଲେ, ଯୋଉମାନେ ନୂଆକରି 18 ବର୍ଷରେ ପାଦ ଦଉଥିଲେ, ପୁଅକୁ 10 ହଜାର ଆଉ ଝିଅଙ୍କୁ 12 ହଜାର କରି ବାଣ୍ଟୁ ଥିଲେ ।


ସେତେବେଳର ସରକାର ଯାହା କରିଛନ୍ତି ତାହା ପୁରା ରାଜ୍ୟ ଦେଖିଛି । କେମିତି ଛାତ୍ରଛାତ୍ରୀଙ୍କୁ ନୂଆ-ଓ ପ୍ରୋଗ୍ରାମ୍ କରିବାକୁ ବାଧ୍ୟ କରାଯାଉଥିଲା । ନୂଆ-ଓ କାର୍ଯ୍ୟକ୍ରମକୁ ନଗଲେ ପରୀକ୍ଷାରେ ଫେଲ୍ କରାଇଦେବାକୁ ଧମକ ଦିଆଯାଉଥିଲା । କେମିତି ପ୍ରଦିତିନ ପିଲାଙ୍କ କ୍ଲାସ୍ ମିସ୍ ହେଉଥିଲା ...ଆଉ କେମିତି ଖୋଦ୍ ଛାତ୍ରଛାତ୍ରୀ ପରୀକ୍ଷା ପାଖେଇ ଆସୁଥିବାବେଳେ କୋର୍ସ ସରିନଥିବା କହି ବିରକ୍ତି ପ୍ରକାଶ କରୁଥିଲେ ତାହା ମଧ୍ୟ ପୁରା ରାଜ୍ୟ ଦେଖିଛି । ପାଠ କମ୍ , ସାଠ ଅଧିକ ଚାଲିଥିବା ନେଇ ଲମ୍ବା ଅଭିଯୋଗ ହୋଇଛି ।

FM କଲେଜ ଛାତ୍ରୀଙ୍କୁ ନ୍ୟାୟ ଦେବା ପାଇଁ ଆଜି ଚିତ୍କାର ହେଉଛି । ଆନ୍ଦୋଳନ..ନାରା ବାଜି..ପୋଡା ଜଳା ଚାଲିଛି । କିନ୍ତୁ ସେବେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା, କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଭଳି ପ୍ରୟାସରୁ ଦୂରରେ ରହି ସମସ୍ତେ ମାତିଲେ ନାଚ ଗୀତରେ ।


ଗତ ତିନିରୁ ଚାରି ଦିନ ହେଲା ଗତ ସରକାରର ଟାଣୁଆ ନେତା ମାନେ ଆନ୍ଦୋଳନ କରୁଛନ୍ତି । ଏବେର ସରକାରର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଆମେ କହୁନୁ ଏମାନେ ଭୂଲ୍ କରୁଛନ୍ତି । ବା ଭୂଲ କହୁଛନ୍ତି । ବିରୋଧୀ ଦଳ ହିସାବରେ ଏମାନେ ତାଙ୍କ କାମ କରୁଛନ୍ତି । ହେଲେ ଯେତେବେଳେ ନୂଆ-ଓ କୁ ନେଇ ଛାତ୍ରଛାତ୍ରୀଙ୍କ ସମୟ ନଷ୍ଟ ହେଉଥିଲା, ଗୁରୁ ଶିଷ୍ୟ ପରମ୍ପରା କ୍ଷୂର୍ଣ୍ଣ ହେଉଥିଲା । ପାଠ ପଢା ଚୁଲିକୁ ଯାଉଥିଲା । କିନ୍ତୁ ସେତେବେଳେ ଠିକ୍ ଏହି ନେତାମାନେ ପାଟିରେ ତୁଣ୍ଡି ଦେଇ ଘରେ ବସି ରହୁଥିଲେ ।


କୁହାଯାଏ ଆଚାର୍ଯ୍ୟ ଦେବୋ ଭବ । ଅର୍ଥାତ୍ ଆଚାର୍ଯ୍ୟ ବା ଆଚରଣ ସିଦ୍ଧ ନହେଲେ କେହି ଗୁରୁ ହୋଇପାରେନା । ଗୁରୁ ହେବା ସାଧାରଣ କଥା ନୁହେଁ, ଏହା ସାଧନାର କଥା । ହେଲେ ଗୁରୁ ଶିଷ୍ୟର ପରମ୍ପରାକୁ ସେତେବେଳେ ଅତି ନିମ୍ନ ସ୍ତରକୁ ନିଆଯାଇଥିଲା । 25 ବର୍ଷର ସରକାରରେ ଛାତ୍ରଛାତ୍ରୀଙ୍କ ସମୟକୁ ସେତେବେଳେ ଗୁରୁତ୍ୱ ଦେଇପାରିନଥିଲେ । କଣ ସେତେବେଳେ ଏହା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନଥିଲା କି । ନା ଏବେ ବିରୋଧୀ ଭାବରେ ଏମାନଙ୍କୁ ଗୋଟିଏ ମୁଦ୍ଦା ମିଳିଯାଇଛି । ବାଡ ହୋଇ କ୍ଷେତକୁ ଖାଇସାରିବା ପରେ ଏବେ ବାଡାପିଟା ଚାଲିଛି । କଣ ସେତେବେଳେ ଦାୟିତ୍ୱ ନଥିଲା ବ୍ୟବସ୍ଥାକୁ ସୁଧାରିବା ? ଯଦି ବର୍ଷକର ସରକାର ଦାୟୀ, ତାହେଲେ 25 ବର୍ଷର ସରକାରର କଣ କିଛି ଭୂଲ୍ ନାହିଁ ? ଉତ୍ତର ଆପଣଙ୍କର...

it-wouldnt-be-wrong-to-say-that-the-tradition-of-guru-and-student-began-to-crumble-from-here | Argus News