Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ୨୪ ଘଣ୍ଟା ହେଲା ପଡ଼ିଛି ମୃତଦେହ,ମିଳୁନି ଶବକୁ ଶ୍ମଶାନ

Odisha

୨୪ ଘଣ୍ଟା ହେଲା ପଡ଼ିଛି ମୃତଦେହ,ମିଳୁନି ଶବକୁ ଶ୍ମଶାନ

Sangram Tripathy
Browse all articles by Sangram Tripathy
·1 year ago
୨୪ ଘଣ୍ଟା ହେଲା ପଡ଼ିଛି ମୃତଦେହ,ମିଳୁନି ଶବକୁ ଶ୍ମଶାନ

ଅର୍ଗସ ବ୍ୟୁରୋ: ଧର୍ମ ପରିବର୍ତ୍ତନ କରିବାରୁ ଶବକୁ ମିଳିଲାନି ଶ୍ମଶାନ । ଘରେ ୨୪ ଘଣ୍ଟାରୁ ଉର୍ଦ୍ଧ ସମୟ ହେଲା ପଡ଼ିରହିଛି ମୃତଦେହ । ପ୍ରଶାସନର ଉଦ୍ୟମ ପରେ ବୁଝିଲେନି ଗ୍ରାମବାସୀ । ଏ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ପୋଣ୍ଡିକୋଟ ଗାଁରେ । ୨ ବର୍ଷ ତଳେ ଗାଁର ଡୋମୁ ଜାନି ନିଜର ଧର୍ମ ପରିବର୍ତ୍ତନ କରିଥିଲେ । ଗତକାଲି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା । ଧର୍ମ ପରିବର୍ତ୍ତନ କରିଥିବାରୁ କେଉଁଠି ତାଙ୍କ ମରଶରୀରକୁ କବର ଦିଆଯିବ ସେହି ଚିନ୍ତାରେ ପରିବାର ଲୋକେ । ଗାଁ ଶ୍ମଶାନରେ ସ୍ଥାନ ଦେବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ ବି ଏନେଇ ଗ୍ରାମବାସୀ ଅନୁମତି ଦେଉନାହାନ୍ତି । ଖବର ପାଇ ପାପଡ଼ାହାଣ୍ଡି ଅତରିକ୍ତ ତହସିଲଦାର, ପାପଡ଼ାହାଣ୍ଡି SDPO ପହଞ୍ଚି ବୁଝାସୁଝା କରିଥିଲେ ବି ଗ୍ରାମବାସୀ ବୁଝୁନାହାନ୍ତି 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
It's been 24 hours since the dead body has fallen, and the corpse has not been found in the cemetery | Argus News