Videos
|
Odisha

 ୪ ଘଣ୍ଟା ହେଲାଣି ନୀତିରେ ବିଳମ୍ବ, ପୂଜାପଣ୍ଡା ଓ ସିଂହାରିଙ୍କ ମଧ୍ୟରେ ବିବାଦ 

Smruti Parija
Browse all articles by Smruti Parija
·2 years ago·1 min read
 ୪ ଘଣ୍ଟା ହେଲାଣି ନୀତିରେ ବିଳମ୍ବ, ପୂଜାପଣ୍ଡା ଓ ସିଂହାରିଙ୍କ ମଧ୍ୟରେ ବିବାଦ 

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ନୀତିରେ ବିଳମ୍ବ । ୪ଘଣ୍ଟା ହେଲାଣି ନୀତିରେ ବିଳମ୍ବ । ପୂଜାପଣ୍ଡା ଓ ସିଂହାରିଙ୍କ ମଧ୍ୟରେ ବିବାଦ । ଏଯାବତ ହୋଇନାହିଁ ମଙ୍ଗଳ ଆଳତି । ତେବେ ସୁରୁଖୁରରେ ଚାଲିଛି ଭକ୍ତଙ୍କ ଦର୍ଶନ । ସେପଟେ ଆସନ୍ତାକାଲି ଦଇତାପତି ପ୍ରବେଶ ଓ ଆଜି ଚମ୍ପକ ଦ୍ଵାଦଶୀ ନୀତି । ନୀତି ଶୃଙ୍ଖଳିତ ନହେଲେ ବିଳମ୍ବ ହେବ ଦେବସ୍ନାନ ପୂର୍ଣ୍ଣିମା ନୀତି ।

ଅନ୍ୟପଟେ ଆଜି ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି।  ଚମ୍ପକ ଦ୍ୱାଦଶୀ ଅବସରରେ ପାଳିତ ହେବ ମହାପ୍ରଭୁଙ୍କର ଗୁଆଲି ଯାତ୍ରା । ମଧ୍ଯାନ୍ନ ଧୂପ ପରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଅର୍ଥାତ ନବଦମ୍ପତ୍ତି ଶ୍ରୀ ମଦନମୋହନ ଓ ରୁକ୍ମଣୀ ଗୁଆଲି ଯାତ୍ରା କରିବେ । 

ପ୍ରଥମେ ଶ୍ରୀମନ୍ଦିର ଭିତରେ ଭିତରଚ୍ଛ ମହାପାତ୍ରଙ୍କ ଦ୍ବାରା ଅକ୍ଷତ ବନ୍ଦାପନା, ପ୍ରସାଦ ଲାଗି ପରେ ପଟୁଆରରେ ରାଜା ନହରରେ ନବଦମ୍ପତ୍ତି ପହଂଚିବା ପରେ ସେଠାରେ ଗଜପତି ବନ୍ଦାପନା କରିବେ । ଏହି ସମୟରେ ଗଜପତିଙ୍କ ପ୍ରତିନିଧି , ଛତିଷାନିଯୋଗ ମହାନାୟକ, ରାଜଗୁରୁ , ଜ୍ୟୋତିଷ, ତଢାଉକରଣ ଆଦି ଉପସ୍ଥିତ ରହି ରାଜନୀତି ସଂପାଦନ କରିବେ । 

ଶ୍ରୀନହରରେ ବନ୍ଦାପନା ସରିବାପରେ ନବଦମ୍ପତ୍ତି ଗୋଟିଏ ପାଲିଙ୍କିରେ ବିରାଜମାନ କରି ସିଂହଦ୍ୱାର ଦେଇ ଜମ୍ବେଶ୍ୱର ମନ୍ଦିରକୁ ବିଜେ କରିବେ ଓ ସେଠାରେ ପଞ୍ଚୁଗ୍ରାସ ନୀତି ସମ୍ପାଦିତ ହେବ । ଏହାପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ମହାପ୍ରଭୁ । ଅନ୍ୟପଟେ ଆସନ୍ତାକାଲି ତ୍ରୟୋଦଶୀ ତିଥିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଦଇତାପତି ସେବକ ମାନେ ଶ୍ରୀମନ୍ଦିରରେ ପ୍ରବେଶ କରି ଶ୍ରୀମୁଖ ଖଣ୍ଡୁଆ, ବାହୁଟକଣ୍ଟ ନୀତି ସମ୍ପାଦିତ କରି ସ୍ନାନଯାତ୍ରା ପହଣ୍ଡି ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ କରିବେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: