Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରିକ୍ସାରୁ ନେଇ ଡବଲ ଡେକରର ଯାତ୍ରାକୁ ପୁରିଛି ୭୬ ବର୍ଷ

Rashmita Mishra
Browse all articles by Rashmita Mishra
·1 year ago·2 min read
ରିକ୍ସାରୁ ନେଇ ଡବଲ ଡେକରର ଯାତ୍ରାକୁ ପୁରିଛି ୭୬ ବର୍ଷ

Key Points

୭୭ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର
ଘଞ୍ଚ ଜଙ୍ଗଲ ଭରା ଅଞ୍ଚଳ ପାଲଟିଛି କଂକ୍ରିଟ ସହର
୮ ଦଶନ୍ଧିରେ ପାଇଛି ସ୍ମାର୍ଟସିଟିର ପରିଚୟ
ରିକ୍ସାରୁ ନେଇ ଡବଲ ଡେକରର ଯାତ୍ରାକୁ ପୁରିଛି ୭୬ ବର୍ଷ

ରାଜଧାନୀ ଭୁବନେଶ୍ବର ପାଳିଛି ନିଜର ୭୭ତମ ପ୍ରତିଷ୍ଠା ଦିବସ। ବିଗତ ୭୬ ବର୍ଷ ଭିତରେ ଭୁବନେଶ୍ୱର ଦେଖିଛି ଅଭିବୃଦ୍ଧିର ବିବିଧତା । ଟେମ୍ପୁଲ ସିଟିରୁ ସ୍ମାର୍ଟସିଟିର ସୁଦୀର୍ଘ ଯାତ୍ରାରେ ଆଜି ବଦଳିଛି ରାଜଧାନୀର ଚେହେରା ଆଉ ରୂପରେଖ। ସୁଉଚ୍ଚ ଅଟ୍ଟାଳିକା ସାଙ୍ଗକୁ ଚକାଚକ ରାସ୍ତା ଆଉ ଦୋକାନ ବଜାରରେ ରାଜଧାନୀ ଭୁବନେଶ୍ବର ଆଜି ସ୍ମାର୍ଟସିଟିର ପରିଚୟରେ ପରିଚିତ। ତେବେ ପ୍ରତିଷ୍ଠା ଦିବସ ଅବସରରେ ଓଡିଶା ବିଧାନସଭା ସମ୍ମୁଖସ୍ଥ ଶିଳାନ୍ୟାସ ଫଳକରେ ପୁଷ୍ପମାଲ୍ୟ ଅର୍ପଣ କରି ବାଚସ୍ପତି ସୁରମା ପାଢୀ ଦିବସର ଅୟମାରମ୍ଭ କରିଥିଲେ । ପରେ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ରାଜଧାନୀର ବିଭିନ୍ନ କଲେଜର ୨୧ ଟି ଟ୍ରୁପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ଚିତାକର୍ଷକ ଓ ବେସାମରିକ ପରେଡ ପରିବେଷଣ କରିଥିଲେ। ଏହା ସହ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜୟଦେବ ଭବନ ଠାରେ ଫଟୋଚିତ୍ର ପ୍ରଦର୍ଶନୀ କରାଯାଇଥିଲା ।

୩୦ସେପ୍ଟେମ୍ବର ୧୯୪୬ ମସିହାରେ ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଭୁବନେଶ୍ୱର କୁ ରାଜଧାନୀ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ପରବର୍ତ୍ତୀ ସମୟରେ ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହୁରଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇ ଥିଲା । ପ୍ରଥମେ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଆରମ୍ଭ ହୋଇଥିଲା ଏହି ଯାତ୍ରା। ୫ଟି ଥାନା, ଅଳ୍ପ କେଇ ଖଣ୍ଡ ଗାଁ, ୧୫ହଜାର ଲୋକଙ୍କୁ ନେଇ ଆରମ୍ଭ ହୋଇଥିବା ରାଜଧାନୀର କାୟାକଳ୍ପ ଏବେ ଦିଗବଳୟର ରୂପ ନେଇଥିବା ବେଳେ ଏହାର ଜନସଂଖ୍ୟା ୧୦ଲକ୍ଷ ପାର ହୋଇଛି। ସମୟ ସହ ତାଳ ଦେଇ ବଦଳିଛି ଭୁବନେଶ୍ୱର ର ରାସ୍ତାଘାଟ ଓ କଳେବର । ୨୩ ଫେବୃଆରୀ ୨୦୧୬ରେ ସ୍ମାର୍ଟ ସିଟିରେ ପରିଣତ ହୋଇ ସାରିଛି ରାଜଧାନୀ । ଏହି ଅଭିବୃଦ୍ଧି ସହରକୁ ସ୍ଵଛ ,ସୁନ୍ଦର,ସବୁଜ ଓ ସମୃଦ୍ଧ କରିବାର ମିଳିତ ସହଭାଗିତାର ଆହ୍ୱାନ ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ।

ଛୋଟିଆ ଚାରାରୁ ମହାଦ୍ରୁମ ଭଳି ପାଖାପାଖି ୮ ଦଶନ୍ଧିର ଯାତ୍ରାରେ ଘଞ୍ଚ ବଣଜଙ୍ଗଲ ଘେରା ଅଞ୍ଚଳରୁ ସ୍ମାର୍ଟ୍ ସିଟିରେ ପରିଣତ ହୋଇଛି ରାଜଧାନୀ ଭୁବନେଶ୍ଵର। ମନ୍ଦିର ମାଳିନୀ ଏହି ସହର ବିକାଶ ଦିଗରେ ଆଗେଇ ଚାଲିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
its-been-76-years-since-the-journey-from-rickshaw-to-double-decker-bus | Argus News