Videos
|
Odisha

ଭୋଟ ମାଗିବାକୁ ଯାଇ ହଟହଟା ହେଲେ ଦୀପାଳି ଦାସ

Manini Pattanayak
Browse all articles by Manini Pattanayak
·2 years ago·2 min read
ଭୋଟ ମାଗିବାକୁ ଯାଇ ହଟହଟା ହେଲେ ଦୀପାଳି ଦାସ

ଝାରସୁଗୁଡା:  ଗାଁ ଲୋକ ଘେରିଗଲେ ଦୀପାଳି ଦାସଙ୍କୁ ।  ପ୍ରଶ୍ନ ପରେ ପ୍ରଶ୍ନ କଲେ... କଣ କରିଛ ବୋଲି ହିସାବ ମାଗିଲେ ? ଝରାସୁଗୁଡାର ବିଧାୟାକ ହେଲଣି ୮ ମାସ ହେଲା, କାମ କଣ କରିଛ ? ଏବେ ପୁଣି ଆସିଯାଇଛ ଭୋଟ୍‌ ମାଗିବା ପାଇଁ । ଭୋଟ ମାଗିବାକୁ ଯାଇଁ ହଟହଟ ହୋଇଛନ୍ତି ନବ ଦାସଙ୍କ ଝିଅ ତଥା ଝାରସୁଗୁଡା ଏମଏଲ ଦିପାଳୀ ଦାସ। ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର କିର୍ମିରା ବ୍ଲକ ଝାରମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ମାଳିବେଉଁରା ଗ୍ରାମ  ଏଭଳି ଲୋକଙ୍କ ପ୍ରଶ୍ନର ସାମ୍ନା କରିବାକୁ ପଡିଥିଲା ଦୀପାଲୀଙ୍କ।  

ଲୋକଙ୍କ ଗୋଟିଏ ପ୍ରଶ୍ନ  କଣ କରିଛ ପୁଣି ଆସିଗଲ ଭୋଟ ମାଗିବା ପାଇଁ?  ଆମେ ଏଥର ଭୋଟ ଦେବୁନି.। ତୁମ ବାପା କରିଥିଲେ କାମ .. ତୁମେ କଣ କରିଛ ?  ଏହା ପରେ ଶୁଣନ୍ତୁ ଦୀପାଲୀ  କହୁଛନ୍ତି ଭୋଟ ଦିଅ କି ନଦିଅ ମୁଁ ପୁଣି ଏମଏଲଏ ହେବି..   ଯାହାର ଇଚ୍ଛା ହେଉଛି ମୋତେ ଭୋଟ ଦିଅ.. ଯାହାର ଇଛା ନାହିଁ ମୋତେ ଦିଅନି ।

 ଦୀପାଲୀଙ୍କ ଏହି ବୟାନ  ଏବେ ଅଞ୍ଚଳରେ ଚର୍ଚ୍ଚା ହେବା ସହ  ଲୋକଙ୍କ ଭରଷା ଭାଙ୍ଗିଛନ୍ତି ଦୀପାଲୀ ବୋଲି ଜୋର ଦାର ନାରା ଲାଲିଛି।   ବିଜେଡିର ଏହି ବିଧାୟିକା ପ୍ରାର୍ଥୀ ଲୋକଙ୍କୁ ବୁଝାଇବାରେ ବ୍ୟସ୍ତ।   ହାସ୍ୟସ୍ପଦ କଥା ଯେ ବିଧାୟିକା ଦିପାଲୀ ଦାସ କହୁଛନ୍ତି  ଜମା ୮ ମାସ  ହେଲା ବିଧାୟିକା  ହୋଇଛି। ଏହି ୮ ମାସରେ  ସମୟ ପାଇଲି ନାହିଁ।.. ଏଥର ଦିଅ ଭୋଟ   ଦେଖିବେ ତୁରନ୍ତୁ କାମ ହେବ ମୋ ଉପରେ ବିଶ୍ୱାସ ରଖ।

କିନ୍ତୁ ଜନତା ନାରାଜ।  ଏଥର ଦେବେ ଉଚିତ୍‌ ଜବାବ୍‌..  ପୂର୍ବ ଥର ବାପାଙ୍କ ନାଁରେ ଭୋଟ୍‌ ଗୋଟାଇଥିଲେ କିନ୍ତୁ ଏଥର ଜନତା ଜନାର୍ଦ୍ଦନ ବୁଝିସାରିଲେ ଏ କାମ କୁ ନୂହଁନ୍ତି। ଏଥର ଉଚିତ୍‌ ଲୋକଙ୍କୁ  ଦେବେ ଭୋଟ୍‌ ବୋଲି  ଲୋକଙ୍କ ଏହି ବିରୋଧରୁ ଜଣା ପଡୁଛି।   ତେବେ ଦେଖାଯାଉ ଏଥର ଝାରସୁଗୁଡାବାସୀ କେତେ ସଜାଗ ।
 ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
It's been 8 months since Jharasugudar's MLA, what have you done? voter | Argus News