Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଫେବୃଆରୀରୁ ଟାଇଁ ଟାଇଁ ଖରା: ତିନି ଦିନ ବଢିଲାଣି ୩ ଡିଗ୍ରୀ ତାପମାତ୍ରା

Odisha

ଫେବୃଆରୀରୁ ଟାଇଁ ଟାଇଁ ଖରା: ତିନି ଦିନ ବଢିଲାଣି ୩ ଡିଗ୍ରୀ ତାପମାତ୍ରା

Ritu Das
Browse all articles by Ritu Das
·1 year ago·1 min read
ଫେବୃଆରୀରୁ ଟାଇଁ ଟାଇଁ ଖରା: ତିନି ଦିନ ବଢିଲାଣି ୩ ଡିଗ୍ରୀ ତାପମାତ୍ରା

ଫେବ୍ରୁଆରୀରୁ ଟାଇଁ ଟାଇଁ ଖରା ଅନୁଭୂତ ହେଲାଣି । ତିନି ଦିନ ଭିତରେ ତାପମାତ୍ରା ବଢିଲାଣି ୩ ଡିଗ୍ରୀ। ପାରଦ ୩୭ ଡିଗ୍ରୀ ପାର୍ କଲାଣି। ଏବେଠୁ ଏତେ ଗରମ ତ ମେ ଓ ଜୁନ୍ ମାସରେ ଅବସ୍ଥା କଣ ହେବ ତାକୁ ନେଇ ଚିନ୍ତାରେ ରାଜ୍ୟବାସୀ। ଏପଟେ ଚଳିତ ବର୍ଷ ପ୍ରଥମ ଥର ଫେବ୍ରୁଆରୀ ମାସରେ ୩୫ ଡିଗ୍ରୀ ଛୁଇଁଛି ରାଜଧାନୀ ତାପମାତ୍ରା। ଦିନ ସାଢେ ୨ଟା ବେଳକୁ ହିଁ ଭୁବନେଶ୍ବର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଥିଲା। ଗତବର୍ଷ ଫେବୃଆରୀ ୧୩ରେ ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରୀ ଥିବା ବେଳେ ଭୁବନେଶ୍ବରରେ ୩୨.୮ ଡିଗ୍ରୀ ରେକର୍ଡ ହୋଇଥିଲା। ଫେବ୍ରୁଆରୀ ୧୦ରେ ୩୪ ଡିଗ୍ରୀ ସେଲସିୟସ ଉପରେ ରାଜ୍ୟର ୧୧ ସହର ରହିଥିବା ରେକର୍ଡ ହୋଇଛି।


ଫେବୃଆରୀ ୧୧ ତାରିଖରେ ରାଜ୍ୟର ୮ଟି ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ଫେବୃଆରୀ ୧୨ ତାରିଖରେ ୩୫ ଡିଗ୍ରୀ ପାର କରିଥିଲା ୧୦ଟି ସହରର ତାପମାତ୍ରା। ପାଣିପାଗ ବିଭାଗ ଆକଳନ ଅନୁସାରେ ଓଡ଼ିଶା ଉପୂକଳକୁ ଗୁରୁଚାପ ବଳୟ କବ୍‌ଜା କରି ରଖିଥିବାରୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଥଣ୍ଡା-ଶୁଷ୍କ ପବନ ଅବରୋଧ ହୋଇଛି। ଏଥିସହ ପଶ୍ଚିମା ଝଡ଼ ପ୍ରଭାବରେ ତାତି ବଢୁଛି। ବର୍ତ୍ତମାନ ଦିନର ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୩ ଡିଗ୍ରୀ ବଢିଛି। ରାତିର ତାପମାତ୍ରା ବି ବୃଦ୍ଧି ପାଇଛି। ବିଶେଷ କରି ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଗରମ ଅନୁଭୂତ ହେଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
It's been a hot summer since February: Temperatures have risen by 3 degrees for three days now. | Argus News