Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

28 ଓ 29 ଦୁଇ ଦିନ ରାଜ୍ୟରେ ବର୍ଷା ସମ୍ଭାବନା

Smruti Parija
Browse all articles by Smruti Parija
·1 year ago·1 min read
28 ଓ 29 ଦୁଇ ଦିନ ରାଜ୍ୟରେ ବର୍ଷା ସମ୍ଭାବନା

Key Points

ଆସନ୍ତାକାଲିଠୁ ପୁଣି ବର୍ଷା

ଭୁବନେଶ୍ୱର: ଆସନ୍ତାକାଲିଠୁ ପୁଣି ବର୍ଷା । 28 ଓ 29 ତାରିଖ ଦୁଇ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଉତ୍ତର ତଥା ଉତ୍ତର ପଶ୍ଚିମ ଓଡ଼ିଶାରେ କିଛି ଜିଲ୍ଲାରେ ବର୍ଷା ଆଶଙ୍କା ରହିଥିବା ନେଇ ସୂଚନା ରହିଛି । ସେପଟେ ଗତ କିଛିଦିନ ଧରି ଲଗାଣ ବର୍ଷାରେ ଚାଷୀ ମୁଣ୍ଡରେ ଚଡକ ପଡିଛି । ପାଚିଲା ଧାନ ବିଲରେ ଗଜା ହେବାକୁ ବସିଲାଣି । ଠିକ୍ ଅମଳ ବେଳକୁ ଅଦିନିଆ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗିଦେଇଛି । ପାଣିରୁ ଛାଣି ଧାନ ସଂଗ୍ରହ କରିବାରେ ଚାଷୀ ଲାଗିପଡିଥିବାବେଳେ ଏବେ ପୁଣି ବର୍ଷା ଖବର ଶୁଣି ଚାଷୀ ଛାତିରେ ଛନକା ପସିଛି ।


ଅଦିନିଆ ଲଗାଣ ବର୍ଷା ଚାଷୀ ମେରୁଦଣ୍ଡକୁ ଦୋହଲେଇ ଦେଇଥିବା ବେଳେ ଦୁଇଦୁଇଟି ଲଘୁଚାପ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି । ଏଭଳି ଦୈବୀ ଦୁର୍ବିପାକ ପରିସ୍ଥିତିରେ ଚାଷୀକୁଳ କେମିତି ବଞ୍ଚିବ ଭାବି ଆଖିରୁ ନିଦ ହଜିବାକୁ ବସିଛି । ଗତ ସପ୍ତାହରେ ଦୁଇ ଦୁଇଟି ଲଘୁଚାପ ଯୋଗୁଁ ଅଦିନିଆ ଲଗାଣ ବର୍ଷା ହେବା ଫଳରେ ଅମଳ ହେବାକୁ ଥିବା ଧାନ ଜମିରେ ବର୍ଷା ଜଳ ଲହଡି ମାରୁଛି । ବର୍ଷକର ଦାନା ଯୋଗାଡ଼ ଉଦ୍ଦେଶ୍ୟରେ ଜମିକୁ ପାଣିରୁ ଛାଣି ହିଡ଼ ସମେତ କେତେକ ଉଚ୍ଚ ସ୍ଥାନରେ ରଖିବା ନିମନ୍ତେ ପାଣି କାଦୁଅରେ ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରଖିଛି ଚାଷୀ । ଧାନ ଶୁଖିବା ପରେ ଶୁଖିଲା ଧାନକୁ ଖଳା ବାଡି଼କୁ ଆଣିବାକୁ ମନସ୍ଥ କରିଥିଲା ଚାଷୀ । ହେଲେ ଲଘୁଚାପ ବର୍ଷା ଉଜାଡି ଦେଲା ବର୍ଷକର ଆହାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସରକାର କ୍ଷୟକ୍ଷତି ଆକଳନ କରି ଚାଷୀ ମାନଙ୍କୁ କ୍ଷତିପୂରଣ ଯୋଗାଇଦେବାକୁ ନିବେଦନ କରୁଛନ୍ତି ବିଭିନ୍ନ ଅଂଚଳର ଚାଷୀ ।

Sponsored
its-raining-again-from-december-28 | Argus News