Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଲାଙ୍ଗିର ପହଞ୍ଚୁ ପହଞ୍ଚୁ ବର୍ଷିଲେ ମୋଦି, ବିଜେଡି ଯିବାର କାଉଣ୍ଟ ଡାଉନ୍‌ ଆରମ୍ଭ !

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ବଲାଙ୍ଗିର ପହଞ୍ଚୁ ପହଞ୍ଚୁ ବର୍ଷିଲେ ମୋଦି, ବିଜେଡି ଯିବାର କାଉଣ୍ଟ ଡାଉନ୍‌ ଆରମ୍ଭ  !

Key Points

  • ବଲାଙ୍ଗିର ପହଞ୍ଚୁ ପହଞ୍ଚୁ ବର୍ଷିଲେ ମୋଦି
  • ବାଜା ବଜାଇ ନବୀନଙ୍କୁ ବିଦାୟ ପାଇଁ ଆହ୍ଵାନ ଦେଲେ
  • ବିଜେଡି ଯିବାର କାଉଣ୍ଟ ଡାଉନ୍‌ ଆରମ୍ଭ ବି କହିଲେ

ଅର୍ଗସ ବ୍ୟୁରୋ : ଆକ୍ରମଣ ହେଲା ଆହୁରି ଶାଣିତ । ନବୀନଙ୍କ ନାଁନେଇ ପ୍ରଶ୍ନ ଉପରେ ପ୍ରଶ୍ନ କଲେ ମୋଦି । ପ୍ରଧାନମନ୍ତ୍ରୀଙ୍କ ପ୍ରଶ୍ନରେ ଥଥମମ ବିଜେଡି ନେତା । ମଂଚରେ ଚଢୁଚଢୁ ସିଧା କହିଲେ, ଏଥର ଓଡ଼ିଶାରେ ନିଶ୍ଚୟ ଡବଲ ଇଞ୍ଜିନ ସରକାର । ବିଜେଡି ସରକାର ଗରିବୀ ଦୂର ପାଇଁ କିଛି କରିନି । ରାଜ୍ୟର ଏମିତି ଜଣେ ମୁଖ୍ୟମନ୍ତ୍ରୀ ଅଛନ୍ତି ଯେ ଯିଏ କି ଭଲରେ ପଦେ ଓଡ଼ିଆ ବି କହିପାରୁନାହାନ୍ତି । ବିନା କାଗଜରେ ପଦେ କଥା କହିବା ତାଙ୍କ ଲାଗି ସମ୍ଭବ ନୁହେଁ । ଏମିତି ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ କେମିତି କରିବେ ବୋଲି ପ୍ରଶ୍ନ କରିଛନ୍ତି ମୋଦି ?

ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର ହେଲେ ଡବଲ ବିକାଶ ହେବ । ଲଗାତାର ଏତେଦିନ ବିଜେଡି କ୍ଷମତାରେ ରହିଲା ହେଲେ ରାଜ୍ୟର ବିକାଶ ଯେମିତି ଭାବରେ ହେବାର କଥା ସେମିତି ହେଲା ନାହିଁ । ଏ ସରକାର ପାଇଁ ଓଡ଼ିଆ ଅସ୍ମିତା ଆଜି ସଂକଟରେ, ଆମେ କେବେ ଏହାକୁ ବନ୍ଧା ପକାଇବୁନି । ଓଡ଼ିଶାକୁ ଏହି ସଂକଟରୁ ଉଦ୍ଧାର କରିବାକୁ ବିଜେପି ସଂକଳ୍ପ କରିଛି । ଜୁନ୍‌ ୪ ବିଜେଡି ସରକାରର ଏକ୍ସପାଏରୀ ଡେଟ୍‌ । ଜୁନ୍‌ ୧୦ରେ ବିଜେପି ସରକାର ଶପଥ ନେବ, ଆପଣମାନଙ୍କୁ ନିମନ୍ତ୍ରଣ ରହିଲା...ଓଡ଼ିଶା ମାଟିରେ ଜନ୍ମିତ ବ୍ୟକ୍ତି ହିଁ ମୁଖ୍ୟମନ୍ତ୍ରୀ ହେବ, ଏହା ମୋଦି ଗ୍ୟାରେଣ୍ଟି ।

ଖାଲି ଏତିକି ନୁହେଁ ବରଂ ମୋଦି ବଲାଙ୍ଗିର ସଭାରେ କହିଛନ୍ତି, ଆପଣଙ୍କ ମୁଖ୍ୟମନ୍ତ୍ରୀ ଏଠାରେ ନିର୍ବାଚନ ଲଢ଼ିବାକୁ ଆସିଛନ୍ତି । ତାଙ୍କୁ ପୂରା ବାଜାବାଣ ବଜାଇ ଏଠାରୁ ବିଦା କରିଦିଅନ୍ତୁ । ନବୀନ ବାବୁ ଯଦି ଏଠାକୁ ପ୍ରଚାରରେ ଆସନ୍ତି, ତାଙ୍କୁ ପଚାରିବେ । ନବୀନଙ୍କୁ ବିନା କାଗଜରେ କଣ୍ଟାବାଂଜିର ୧୦ ଗାଁ ନାଁ ପଚାରିବେ । ନବୀନ କଣ୍ଟାବାଂଜିର ୧୦ଟି ଗାଁ ନାଁ ବି କହିପାରିବେନି । ସେ ଆପଣଙ୍କ ସହ ନାହାନ୍ତି, ସେ ଆପଣଙ୍କ ଦୁଃଖ ବୁଝିପାରିବେନି । କିଛି ଏମିତି ଢଙ୍ଗରେ ନବୀନଙ୍କୁ ହମଲା କରିଛନ୍ତି ମୋଦି । ଆଉ ମୋଦିଙ୍କ ଏମିତି ସାନାଦାର ଆକ୍ରମଣକୁ ନେଇ ଏବେ ବିଜେଡି ଶିବିରରେ ଭାଳେନି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored