ଶୃଙ୍ଖଳିତ ହେଉଛି ଜଗା ଦର୍ଶନ, ହେଲେ ଟେନସନ ଦେଉଛି ଛୁଟି ଦିନର ଭିଡ

ଧୀରେ ଧୀରେ ସହଜ ହେଉଛି ଜଗନ୍ନାଥ ଦର୍ଶନ । ଭିଡ ବଢୁଛି ,ବ୍ୟବସ୍ଥା ବଦଳୁଛି । ଶୃଙ୍ଖଳା ଓ ସୁରକ୍ଷା ପାଇଁ ନୂଆ ପନ୍ଥା ଆପଣାଉଛି ପ୍ରଶାସନ । ଚାରିଦ୍ୱାର ଖୋଲିବା ପରେ ଗୋଟିଏ ଦୁଆରେ ଆଉ ହେଉନି କୃତ୍ରିମ ଗହଳି । ହେଲେ ଛୁଟି ଦିନର ନାହିଁ ନଥିବା ଭିଡ, ସମୟ ସମୟରେ ଚିନ୍ତା ବଢ଼ାଉଛି । ଅପେକ୍ଷାର ସମୟ ବ୍ୟବଧାନ ବଢିଲେ ଭକ୍ତ ଧୈର୍ଯ୍ୟ ହରାଉଛନ୍ତି । ଅନ୍ୟପଟରେ ଏହା ପାଇଁ ଏମର୍ଜେନସୀ ପ୍ଲାନ୍ ଆପଣା ଯାଉଛି କହିଛନ୍ତି ଆଇନ ମନ୍ତ୍ରୀ । କାର୍ପେଟ ପଡ଼ିଛି । ସେଡ ହୋଇଛି । କୁଲର୍ ବି ଲାଗିଛି । ହେଲେ ଛୁଟି ଦିନରେ ଭିଡ ବଢିଲେ ସେଡ୍ ବାହାରକୁ ଲମ୍ବୁଛି ଲାଇନ। ତେଣୁ ଛୁଟି ଦିନରେ ହଠାତ୍ ଯାହା ଯାହା ଆବଶ୍ୟକ ତାହା କରିବାକୁ ପ୍ରଶାସନ ତୟାର୍ କହିଛନ୍ତି ଆଇନ ମନ୍ତ୍ରୀ ।
କିନ୍ତୁ ନାଟ ମଣ୍ଡପ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହେଲେ ଅପେକ୍ଷାର ସମୟ ବ୍ୟବଧାନ କମିବ । ତେଣୁ ଖୁବ୍ ଶୀଘ୍ର ମ୍ୟାନେଜିଂ କମିଟି ଗଠନ,ହୁଣ୍ଡି ସ୍ଥାନାନ୍ତର ହେବା ସହ ନାଟମଣ୍ଡପ ରେ ୬ ଥାକିଆ ଧାଡ଼ି ଦର୍ଶନ ବ୍ୟବସ୍ଥା ଲାଗୁ ହେଲେ ଦର୍ଶନ ଆହୁରି ଶୃଙ୍ଖଳିତ ହେବ ଆଇନ ମନ୍ତ୍ରୀ କହିଛନ୍ତି ।
📱 Get Argus News App
✨ଅନ୍ୟପଟରେ ଦିବ୍ୟାଙ୍ଗ ଓ ସିନିଅର ସିଟି ଜେନଙ୍କ ଖୁବ୍ ଶୀଘ୍ର ଲାଗୁ ହେବ ଷ୍ଟାଣ୍ଡର୍ଡ ଅପରେଟିଂ ପ୍ରସିଯିଅର୍ ବା SOP । ସ୍ବତନ୍ତ୍ର ମାର୍ଗଦର୍ଶିକା ଆଧାରରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଦର୍ଶନ ସହଜ ହେବ।ଏମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ପାଇଁ ଦାବି ଦୀର୍ଘ ଦିନର । ପ୍ରସ୍ତାବିତ ନାଟ ମଣ୍ଡପ ୬ ଥାକିଆ ଧାଡ଼ି ଦର୍ଶନରେ ମଧ୍ୟ ଏମାନଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ରହିଛି । ୬ ଥାକ ରୁ ମହିଳା,ଶିଶୁ, ଦିବ୍ୟାଙ୍ଗ,ବରିଷ୍ଠ ଙ୍କ ପାଇଁ ରହିଛି ସ୍ୱତନ୍ତ୍ର ଲାଇନ୍ । କୋର୍ଟ ରେ ମଧ୍ୟ ସତ୍ୟପାଠ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ପ୍ରସ୍ତୁତ ଥିବା ଉତ୍ତର ଦ୍ଵାର ରାମ୍ପ୍ କେବଳ ନାକୁ ମାତ୍ର ରହିଛି । ହେଲେ ଦୀର୍ଘ ୫ ବର୍ଷ ପରେ ବି ଲାଗୁ ହୋଇ ପାରିନାହିଁ ଦିବ୍ୟାଙ୍ଗ ଙ୍କ ପାଇଁ ସ୍ଵତନ୍ତ୍ର ଦର୍ଶନ ବ୍ୟବସ୍ଥା । ତେବେ ଆଇନ ମନ୍ତ୍ରୀ ଙ୍କ ପ୍ରତିକ୍ରିୟା ପରେ ନୂଆ ଆଶାର କିରଣ ଦେଖିପାରିଛନ୍ତି ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ।
ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ପରେ ଏସବୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କାର୍ଯ୍ୟକାରୀ ହେବ । ତେଣୁ ଖୁବ୍ ଶୀଘ୍ର ପରିଚାଳନା କମିଟି ଗଠନ ଦାବି ଜୋର୍ ଧରିଛି ।