Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Jagannath Temple / ପୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ

Rashmita Mishra
Browse all articles by Rashmita Mishra
·8 months ago·2 min read
ପୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ

Key Points

ଯାହା କଲେ ବି ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି ବନ୍ଦ ହେଉନାହିଁ । ଏବେ ଆମାଜନ ଓ ଶ୍ରୀପ୍ରସାଦ ନାମକ ୱେବସାଇଟ୍‌ରେ ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦ ବିକ୍ରି ନେଇ ବିଜ୍ଞାପନ ବାହାରିଛି ।

ଯାହା କଲେ ବି ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି ବନ୍ଦ ହେଉନାହିଁ । ଏବେ ଆମାଜନ ଓ ଶ୍ରୀପ୍ରସାଦ ନାମକ ୱେବସାଇଟ୍‌ରେ ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦ ବିକ୍ରି ନେଇ ବିଜ୍ଞାପନ ବାହାରିଛି । ଆମାଜନ ତାର ୱେବସାଇଟ୍‌ରେ ତାଳପତ୍ରରେ ଶୁଖିଲା ଭୋଗ ମିଳିବା ସହ ରହିଛି ୫୦ ପ୍ରତିଶତ ରିହାତିର ବିଜ୍ଞାପନ । ୩୫୦୦ ଟଙ୍କାରେ ୩ ପ୍ରକାର ଭୋଗ । ୨୫୦୦ ଟଙ୍କାରେ ୨ ପ୍ରକାର ଭୋଗ । ୧୫୦୦ ଟଙ୍କାରେ ଗୋଟିଏ ପ୍ରକାର ଭୋଗ ଦେବା ନେଇ ଅନଲାଇନ୍‌ ସାଇଟ୍‌ରେ ଅପ୍‌ସନ୍‌ ରହିଛି । ଆମାଜନ୍‌ରେ କ୍ରିଷ୍ଟାଲ ଭିଜନ ନାମକ ସେଲର ତରଫରୁ ଏହି ଭୋଗ ଯୋଗାଇ ଦିଆଯାଉଛି ।

ସେପଟେ ଶ୍ରୀପ୍ରସାଦ ନାମକ ୱେବ୍‌ସାଇଟରେ ରହିଛି ମହାପ୍ରଭୁଙ୍କ ଅବଢ଼ା ମହାପ୍ରସାଦ ବିକ୍ରି ନେଇ ବିଜ୍ଞାପନ । ଶ୍ରୀମନ୍ଦିର ରୋଷ ଘରୁ ସିଧାସଳଖ ଆଣି ମହାପ୍ରସାଦ ଯୋଗାଇଦେବା ନେଇ ବିଜ୍ଞାପନ ଦିଆଯାଇଛି। ଗୋଟିଏ ପଟେ ମହାପ୍ରଭୁଙ୍କ ଅବଢ଼ା କଣିକାଏ ପାଇବାକୁ ଶ୍ରଦ୍ଧାଳୁ ବ୍ୟାକୁଳ ହେଉଥିବା ବେଳେ ୱେବସାଇଟ୍‌ରେ ଏ ପ୍ରକାର ବିଜ୍ଞାପନ ସେବାୟତ ଓ ଶ୍ରଦ୍ଧାଳୁଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରିଛି ।

ଏଥିସହ ପଢ଼ନ୍ତୁ: ୯ ଦିନରେ ରଥଯାତ୍ରା ସାରିବାକୁ ସହମତ ହୋଇପାରୁନି ଇସ୍କନ, ଆପତ୍ତି ଉଠାଇଲେ ଗଜପତି ମହାରାଜ

ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ବାରମ୍ଵାର ଭାଇରାଲ୍ ହେବା ପରେ ଏହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଉଦବେଗ ପ୍ରକାଶ ପାଇଛି । ଶ୍ରୀମନ୍ଦିର ପ୍ରଶାସନ ଏହି ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ସେହିପରି ପୂର୍ବରୁ ମଧ୍ୟ ଅନଲାଇନରେ ମହାପ୍ରଭୁଙ୍କ ମହାପ୍ରସାଦ ବିକ୍ରି ନେଇ ସାମାଜିକ ଗଣମାଧ୍ୟମରେ ଦିଆଯାଇଛି ସୂଚନା। ତେବେ ଏଥର କୌଣସି ଅନୁଷ୍ଠାନ କିମ୍ବା ସଂସ୍ଥା ନୁହେଁ ବରଂ ଶ୍ରୀମନ୍ଦିରର ଜଣେ ସେବାୟତ ନିଜ ସୋସିଆଲ ମିଡିଆରେ ଏଭଳି ପ୍ରଚାର କରିଥିବା ଦେଖିବାକୁ ମିଳିଛି ।

ଅଜୟ ସୁଆର ନାମକ ଜଣେ ବ୍ୟକ୍ତି ନିଜ ୟୁଟ୍ୟୁବରେ ଏଭଳି ପୋଷ୍ଟ କରିଛନ୍ତି । ଶ୍ରୀମନ୍ଦିର ଅବଢ଼ା ସେବା ନାମରେ ସମ୍ପୃକ୍ତ ବ୍ୟକ୍ତି ଜଣକ ନିଜ ୟୁଟ୍ୟୁବରେ ଏଭଳି ପ୍ରଚାର କରିଥିବା ଦେଖିବାକୁ ମିଳିଛି । ସେ ନିଜ ଚ୍ୟାନେଲରେ ଲେଖିଛନ୍ତି ଆମେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ରୋଷଶାଳାରୁ ମହାପ୍ରସାଦ ପ୍ରସ୍ତୁତ କରି ଆଣିଥାଉ । ଭକ୍ତଙ୍କୁ ଶୁଦ୍ଧ ଓ ମୂଳ ମହାପ୍ରସାଦ ସେବା ପ୍ରଦାନ କରିବା ଆମର ମୂଳ ଲକ୍ଷ୍ୟ । ମହାପ୍ରସାଦ ପାଇବା ପାଇଁ ଆଗ୍ରହୀ ବ୍ୟକ୍ତିମାନେ ଫୋନ୍ ନଂ ସହିତ ହ୍ବାଟ୍ସ ଆପରେ ଯୋଗାଯୋଗ କରିପାରିବେ ବୋଲି ସୂଚନା ଦିଆଯାଇଛି ।

ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଏହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଉଦବେଗ ପ୍ରକାଶ ପାଇଛି । ଶ୍ରୀମନ୍ଦିର ପ୍ରଶାସନ ଏହି ଘଟଣାର ସତ୍ୟାସତ୍ୟ ଯାଞ୍ଚ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି |

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jagannath Temple | Devotees Outraged Again Over Jagannath Issue | Argus News | Argus News