Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୁଣ୍ଡ ନୁଆଁଇଲେ ମମତା, ବିଭିନ୍ନ ମହଲରୁ ତୀବ୍ର ବିରୋଧ ପରେ ହଟିଲା ନାଁ

Odisha

ମୁଣ୍ଡ ନୁଆଁଇଲେ ମମତା, ବିଭିନ୍ନ ମହଲରୁ ତୀବ୍ର ବିରୋଧ ପରେ ହଟିଲା ନାଁ

Smruti Parija
Browse all articles by Smruti Parija
·1 year ago·2 min read
ମୁଣ୍ଡ ନୁଆଁଇଲେ ମମତା, ବିଭିନ୍ନ ମହଲରୁ ତୀବ୍ର ବିରୋଧ ପରେ ହଟିଲା ନାଁ

ଜଗନ୍ନାଥ ପ୍ରେମୀଙ୍କ ତୀବ୍ର ବିରୋଧ ପରେ ମୁଣ୍ଡ ନୁଆଁଇଲେ ମମତା । ଦୀଘା ଜଗନ୍ନାଥ ମନ୍ଦିର ଆଗରୁ ହଟିଲା ଜଗନ୍ନାଥ ଧାମ ଲେଖାଥିବା ସିଗ୍ନେଚର୍ । ଏନେଇ ସୋସିଆଲ୍ ମିଡ଼ିଆ ଏକ୍ସରେ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି ବିଜେପି ମୁଖପାତ୍ର ଅମିତ ମାଲବ୍ୟ ।


ବିଭିନ୍ନ ମହଲରୁ ତୀବ୍ର ବିରୋଧ ପରେ ହଟିଲା ନାଁ । ପଶ୍ଚିମବଙ୍ଗ ସରକାର ଦୀଘାରେ ଥିବା 'ଜଗନ୍ନାଥ ଧାମ୍' ସାଇନ୍ ବୋର୍ଡକୁ ହଟାଇବାକୁ ବାଧ୍ୟ ହୋଇଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ବଳକା ଦାରୁରେ ମୂର୍ତ୍ତି ନିର୍ମାଣକୁ ମିଛ କହିଛନ୍ତି ଆଇନ ମନ୍ତ୍ରୀ । ମାତ୍ର ଅଢେଇ ଫୁଟ୍ ଉଚ୍ଚ ଦାରୁରେ ମୂର୍ତ୍ତି ନିର୍ମାଣ ଅସମ୍ଭବ। ମହାରଣା ସେବକଙ୍କ ସହ ଆଲୋଚନା ପରେ ଏହା ସ୍ପଷ୍ଟ ହୋଇଛି । ରାମକୃଷ୍ଣ ମହାପାତ୍ର ଏହା କହୁ କହୁ କହିଦେଇଥିବା ଜଣାଇଛନ୍ତି । ଭୁବନେଶ୍ବରର ସୁଦର୍ଶନ ମହରଣା ନିମ୍ବ କାଠରେ ମୂର୍ତ୍ତି ତିଆରି କରିଛନ୍ତି । ଏହି ମୂର୍ତ୍ତି ନେଇ ରାମକୃଷ୍ଣ ଦାସମହାପାତ୍ର ଦୀଘାରେ ଦେଇଛନ୍ତି । ମହାପ୍ରଭୁଙ୍କ ଦୈନନ୍ଦିନ କଣ କାର୍ଯ୍ୟ ରହିବ ଏନେଇ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିରକୁ ଶ୍ରୀମନ୍ଦିର ପକ୍ଷରୁ ଖୁବଶୀଘ୍ର ମାର୍ଗ ଦର୍ଶିକା ଜାରି ହେବ ।


ଧାମ ଶବ୍ଦର ନାମ କେବଳ ଚାରି ଧାମରେ ଲାଗିବ । ଦୀଘାଠାରେ ମହାଦୋଧି ନାଁକୁ କାଟିବା ପାଇଁ ଜଣାଯିବ । ଯଦି ପଶ୍ଚିମବଙ୍ଗ ସରକାର ନମାନିଲେ ଆଇନ ଗତ ଆଶ୍ରୟ ନିଆଯିବ । ସେବାୟତ ମାନେ କେଉଁଠିକୁ ଯିବେ ନଯିବେ ମାର୍ଗଦର୍ଶିକା ଜାରି ହେବ । ଶ୍ରୀ ମନ୍ଦିର ଆକ୍ଟ ଅନୁଯାୟୀ ପୁଣି ୭ ଦିନ ଭିତରେ ଜଣାଇବା ପାଇଁ କୁହାଯାଇଛି । ସେଥିରେ ସନ୍ତୁଷ୍ଟ ନହେଲେ ଶ୍ରୀମନ୍ଦିର ପ୍ରଶାସନ ଦଣ୍ଡିତ କରିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଆଜି ଦୀଘା ଜଗନ୍ନାଥ ମନ୍ଦିର ବିବାଦ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରକୋଷ୍ଠରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ । ଉପସ୍ଥିତ ଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ଅନ୍ୟ ଅଧିକାରୀ ।

Sponsored
jagannath-dham-tag-for-west-bengals-digha-temple-changed | Argus News