Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଜଗନ୍ନାଥ ପ୍ରଧାନଙ୍କ ଆତ୍ମସମର୍ପଣ ପରେ ଗିରଫ, କୋର୍ଟ ଚାଲାଣ

Rashmita Mishra
Browse all articles by Rashmita Mishra
·1 year ago·2 min read
ଜଗନ୍ନାଥ ପ୍ରଧାନଙ୍କ ଆତ୍ମସମର୍ପଣ ପରେ ଗିରଫ, କୋର୍ଟ ଚାଲାଣ

Key Points

ଜଗନ୍ନାଥ ପ୍ରଧାନଙ୍କ ଆତ୍ମସମର୍ପଣ, ଗିରଫ, କୋର୍ଟ ଚାଲାଣ
ପ୍ରତ୍ୟାହୃତ ହେଲା OAS ଆନ୍ଦୋଳନ
ବିବାଦର ଘଟିଛି ଅନ୍ତ ସତ

ଜଗନ୍ନାଥ ପ୍ରଧାନଙ୍କ ଆତ୍ମସମର୍ପଣ, ଗିରଫ, କୋର୍ଟ ଚାଲାଣ । ପ୍ରତ୍ୟାହୃତ ହେଲା OAS ଆନ୍ଦୋଳନ । ବିବାଦର ଘଟିଛି ଅନ୍ତ ସତ । ହେଲେ OAS ସଂଘର ଆଭିମୁଖ୍ୟ 24 ବର୍ଷ ବିଜେଡି ଶାସନର ପୃଷ୍ଠଭୂମିରେ ତାଙ୍କ ଭୂମିକାକୁ ନେଇ ସୃଷ୍ଟି କରିଛି ନୂଆ ବିତର୍କ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଲେ, ଆଇନ ଉପରେ କେହି ବି ନୁହନ୍ତି, ସପକ୍ଷ ହୁଅନ୍ତୁ କି ବିପକ୍ଷ । ନଗର ଉନ୍ନୟନ ମନ୍ତ୍ରୀଙ୍କ ପ୍ରତିକ୍ରିୟା, ଆଇନ ଅନୁଯାୟୀ ଯାହା ଆବଶ୍ୟକ ସରକାର ତାହା କରିବେ ।

ବିଏମସି ଅଧିକାରୀଙ୍କୁ ମାଡ଼ ଘଟଣାରେ ଜଗନ୍ନାଥ ପ୍ରଧାନ ଡିସିପି ଅଫିସରେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଗିରଫ କରିବା ପରେ ଜଗନ୍ନାଥଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ତାଙ୍କ ଜାମିନ ନାମଞ୍ଜୁର ହୋଇଥିଲା। ତେଣୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି ଜଗା ପ୍ରଧାନ। ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜଙ୍କ ନିକଟରେ ଜାମିନ ପାଇଁ ଆବେଦନ କଲେ ଜଗନ୍ନାଥ ପ୍ରଧାନ ଙ୍କ ସମେତ 5ଜଣ ଅଭିଯୁକ୍ତ । ଜଗନ୍ନାଥ ପ୍ରଧାନ ଗିରଫଦାରି ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ସବୁବେଳେ କହି ଆସିଛନ୍ତି, ଆଇନ ତା ବାଟରେ ଯିବ । ଆଇନ ଅନୁଯାୟୀ ଯାହା ଆବଶ୍ୟକ ସରକାର ତାହା କରିବେ । ...

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଯେଉଁ ଘଟଣା ଘଟିଛି ତାହା ଦୁର୍ଭାଗ୍ୟପୂର୍ଣ୍ଣ। ପୋଲିସ ଏହା ଉପରେ ତଦନ୍ତ କରୁଛି। ଆଇନ କାନୁନ ଅନୁସାରେ ଯେଉଁ ପଦକ୍ଷେପ ନେବା କଥା ରାଜ୍ୟ ସରକାର ତାହା ନେଇଛନ୍ତି । ଗୋଟେ ଥର ଯାଞ୍ଚ ହେଲେ କିଏ ପକ୍ଷ କିଏ ବିପକ୍ଷ ତାହା ସାମନାକୁ ଆସିବ। ନ୍ୟାୟ ସମସ୍ତଙ୍କୁ ମିଳିବା ଦରକାର। ଆଇନକୁ ହାତକୁ ନେବା କଥା ନୁହେଁ। ଆଇନ ଉପରେ କେହି ବି ନୁହନ୍ତି। ସେ ସପକ୍ଷ ହୁଅନ୍ତୁ କି ବିପକ୍ଷ ହୁଅନ୍ତୁ।  ଗିରଫ ମାମଲାରେ ଜଗନ୍ନାଥ ପ୍ରଧାନ କହିଛନ୍ତି, ଅତିରିକ୍ତ କମିସନରଙ୍କୁ ମାଡ଼ ମରାଯିବା ଘଟଣାରେ ମୋର ସଂପୃକ୍ତି ନାହିଁ। ମୁଁ ଏହି ଘଟଣାକୁ ନିନ୍ଦା କରିଛି। କିନ୍ତୁ ମୋତେ, ମୋ ଦଳ ଓ ସରକାରଙ୍କୁ ବଦନାମ କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ କରାଗଲା।


ସେପଟେ OAS ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି । ବିବାଦର ଅନ୍ତ ହୋଇଛି ସତ । ହେଲେ OAS ସଂଘର ଆଭିମୁଖ୍ୟ 24 ବର୍ଷ ବିଜେଡି ଶାସନର ପୃଷ୍ଠଭୂମିରେ ତାଙ୍କ ଭୂମିକାକୁ ନେଇ ସୃଷ୍ଟି କରିଛି ନୂଆ ବିତର୍କ । ଜଗା ପ୍ରଧାନଙ୍କ ଗିରଫଦାରୀକୁ ବିରୋଧ କରି ତାଙ୍କ ସମର୍ଥକମାନେ ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରିଥିଲେ। ଏହା ରାଜନୈତିକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
jagannath-pradhan-arrested-court-proceedings-after-surrender | Argus News