ବାଜା ବଜାଇ ବାଣ ଫୁଟାଇ ଜେଲ୍ରୁ ବାହାରିଲେ ଜଗନ୍ନାଥ ପ୍ରଧାନ

Key Points
ଜଗାଙ୍କ ଗିରଫ ଦାବିେ ଜିଦରେ ଅଟଳ ଥିଲା ଓଏଏସ୍ ସଂଘ ।
ଏହାପରେ ଆତ୍ମସମର୍ପଣ କରିଥିଲେ ଜଗନ୍ନାଥ ।
ଜେଲରୁ ବାହାରିଲେ ବିଜେପି ନେତା ଜଗନ୍ନାଥ ପ୍ରଧାନ । ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ମିଳିଛି ଜାମିନ । ଝାରପଡ଼ା ଜେଲରୁ ମୁକୁଳିବା ପରେ ବାଜା ବଜାଇ, ବାଣ ଫୁଟାଇ ଜଗା ପ୍ରଧାନଙ୍କୁ ସ୍ବାଗତ କରିଛନ୍ତି ସମର୍ଥକ ଓ ଶୁଭେଚ୍ଛୁ । ବିରାଟ ଶୋଭାଯାତ୍ରାରେ ଜଗନ୍ନାଥ ପ୍ରଧାନଙ୍କୁ ପାଛୋଟି ନେଲେ । ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିଲେ ଜଗା ପ୍ରଧାନ । ଜିଲ୍ଲା ଏବଂ ଦୌରା ଜଜ୍ଙ୍କ ନ୍ୟାୟାଳୟ ପକ୍ଷରୁ ଆଜି ସକାଳେ ତାଙ୍କୁ ଜାମିନ ମଳିଥିଲା । ଏହି ଘଟଣାରେ ଜଗାଙ୍କ ପୂର୍ବରୁ ଗିରଫ ହୋଇଥିଲେ ୫ ଅଭିଯୁକ୍ତ । କିନ୍ତୁ ଜଗାଙ୍କ ଗିରଫ ଦାବିେ ଜିଦରେ ଅଟଳ ଥିଲା ଓଏଏସ୍ ସଂଘ । ଏହାପରେ ଆତ୍ମସମର୍ପଣ କରିଥିଲେ ଜଗନ୍ନାଥ ।
ଭୁବନେଶ୍ବର FIR, ପୀଡ଼ିତଙ୍କ ବୟାନ ଓ ପ୍ରାଥମିକ ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରିଥିଲା ପୋଲିସ । ଜଗାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଦଫା ୧୨୧ (୧), ୧୨୧ (୨), ୧୩୨, ୧୮୯(୨), ୧୯୦, ୩(୫), ୩୦୪/ ୩୩୩, ୩୫୧(୨), ୫୪/୬୧(୨) ଏବଂ ଦଫା ୬୨ ଲାଗିଛି ।