DCP ଅଫିସରେ ଆତ୍ମସପର୍ମଣ କଲେ ଜଗନ୍ନାଥ ପ୍ରଧାନ

Key Points
ଡିସିପି ଅଫିସ ପରିସରରେ ଜଗାଙ୍କ ସମର୍ଥକଙ୍କ ଭିଡ଼ ଜମିଛି। ଜଗାଙ୍କ ସମର୍ଥକ ପ୍ରତିବାଦ ଜଣାଇବା ସହ ଜାତୀୟ ରାଜପଥ ଅବରୋଧ କରିଛନ୍ତି।
BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ଡିସିପି ଅଫିସରେ ଆତ୍ମସପର୍ମଣ କଲେ ଜଗନ୍ନାଥ ପ୍ରଧାନ। ଆତ୍ମସମର୍ପଣ ପରେ ପୋଲିସ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଛି। ଏହା ପରେ କ୍ୟାପିଟାଲ ହସପିଟାଲ ନେଇ ଜଗନ୍ନାଥଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଛି। ଡିସିପି ଅଫିସରେ ପହଞ୍ଚିବା ପରେ ଜଗା ନିଜ ପ୍ରତିକ୍ରିୟାରେ କହିଥିଲେ, ଘଟଣାରେ ମୋର ସମ୍ପୃକ୍ତି ନାହିଁ। ତଦନ୍ତରେ ମୁଁ ସହଯୋଗ କରିବି।
ସେପଟେ ଡିସିପି ଅଫିସ ପରିସରରେ ଜଗାଙ୍କ ସମର୍ଥକଙ୍କ ଭିଡ଼ ଜମିଛି। ଜଗାଙ୍କ ସମର୍ଥକ ପ୍ରତିବାଦ ଜଣାଇବା ସହ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ବାଣୀବିହାର ଛକରେ ଧାରଣା ଦେଲେ ଜଗାଙ୍କ ସମର୍ଥକ ।
ତେବେ ଅତିରିକ୍ତ କମିଶନରଙ୍କୁ ମାଡ଼ ଘଟଣାରେ ଏବେ ସୁଦ୍ଧା ୬ ଜଣଙ୍କୁ ଗିରଫ କରାଯାଇ ସାରିଛି । ପୂର୍ବରୁ ୫ ଜଣଙ୍କୁ ଗିରଫ କରାଯାଇଥିଲା । ପ୍ରଥମେ ୨୪ ଘଣ୍ଟାରେ ହିଁ ୩ ଜଣଙ୍କୁ ପୋଲିସ ଗିରଫ କରିଥିଲା । ସେଥିରେ ଜଣେ କର୍ପୋରେଟର ମଧ୍ୟ ରହିଛନ୍ତି । ପରେ ଆଉ ଜଣଙ୍କୁ ଗିରଫ କରାଯାଇଛି ।
📱 Get Argus News App
✨ଜଗନ୍ନାଥ ପ୍ରଧାନ ଗିରଫ ହେବା ପରେ OAS ସଂଘ ପକ୍ଷରୁ ଆନ୍ଦୋଳନକୁ ପ୍ରତ୍ୟାହାର କରାଯାଇଛି । ଏନେଇ ସଂଘ ସଭାପତି ସୂଚନା ଦେଇଛନ୍ତି ।