Videos
|
Odisha

Ratna Bhandar / ପୁଣି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଆଜି ଓ କାଲି ହେବ ଗଣତିମଣତି

Rashmita Mishra
Browse all articles by Rashmita Mishra
·17 mins ago·1 min read
ପୁଣି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଆଜି ଓ କାଲି ହେବ ଗଣତିମଣତି
Ratna Bhandar

Key Points

ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର
ଆଜି ଓ କାଲି ହେବ ଗଣତିମଣତି
ମଧ୍ୟାହ୍ନ ଧୂପରୁ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ଭିତର କାଠ ଦର୍ଶନ ବନ୍ଦ
କେବଳ ବାହାର କାଠରୁ ଦର୍ଶନ କରିବେ ଭକ୍ତ 

ଆଜି ପୁଣି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର... ଶ୍ରୀମନ୍ଦିରରେ ବିଭିନ୍ନ ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ତଥା କମାଣ୍ଡରଙ୍କ ପରାମର୍ଶ ଅନୁଯାୟୀ ଆଜି ଏବଂ ଆସନ୍ତାକାଲି ରତ୍ନଭଣ୍ଡାର ଗଣତିମଣତି କରାଯିବ । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ଗଣତି ହେବ ।

ଗଣତିମଣତି ପାଇଁ ମଧ୍ୟାହ୍ନ ଧୂପ ପରଠାରୁ ସନ୍ଧ୍ୟା ଧୂପ ଶେଷ ହେବା ପର୍ଯ୍ୟନ୍ତ ଭିତର କାଠ ଦର୍ଶନ ବନ୍ଦ ରହିବ । ଗଣତି ପ୍ରକ୍ରିୟା ଚାଲୁ ରହିଥିବା ସମୟରେ ଶ୍ରୀଜୀଉଙ୍କ ନୀତି ସମ୍ପାଦନ ଅବ୍ୟାହତ ରହିବ ଏବଂ ଅଧିକୃତ ପାଳିଆ ସେବକମାନେ ଜଗମୋହନ ଓ ଗର୍ଭଗୃହକୁ ନୀତି ସମ୍ପାଦନ ନିମନ୍ତେ ସ୍ୱଚ୍ଛନ୍ଦରେ ପ୍ରବେଶ କରିପାରିବେ । କଡ଼ା ସୁରକ୍ଷା ଦୃଷ୍ଟିରୁ ସର୍ବସାଧାରଣଙ୍କ ନିମନ୍ତେ ଗଣତି ଦିନମାନଙ୍କରେ ଧାର୍ଯ୍ୟ ସମୟ ଅବଧିରେ ଦର୍ଶନ ବ୍ୟବସ୍ଥା ଭିତର କାଠ ନିକଟରୁ ବନ୍ଦ ରଖାଯିବ ।

କେବଳ ବାହାର କାଠ ନିକଟରୁ ଶ୍ରୀଜୀଉଙ୍କୁ ଦର୍ଶନ କରି ଭକ୍ତ ଫେରିବେ । ସୂଚନାନୁଯାୟୀ, ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ୨୦୨୫ ମାର୍ଚ୍ଚ ୨୫ରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଭିନ୍ନ ପର୍ଯ୍ୟାୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୭୮ ଘଣ୍ଟା ୩ ମିନିଟ ରତ୍ନଭଣ୍ଡାର ଗଣତି ହୋଇସାରିଛି । ଚଳିତବର୍ଷ ରଥଯାତ୍ରା ଏବଂ ବହୁଳ ନୀତିକାନ୍ତି ପରିପାଳନ ପାଇଁ ଗଣତିମଣତି ବନ୍ଦ ରହିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Ratna Bhandar | Puri Srimandir Ratna Bhandar Reopens Today | Jewellery Counting Begins | Argus News