Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗଜପତିଙ୍କୁ ସ୍ୱପ୍ନାଦେଶ ଦେଲେ ମହାପ୍ରଭୁ: ମନୋହର ଆଣିଥିବା ପଦ୍ମଫୁଲରେ ହିଁ ମୋର ବଡ଼ସିଂହାର ବେଶ ହେବ

Odisha

ଗଜପତିଙ୍କୁ ସ୍ୱପ୍ନାଦେଶ ଦେଲେ ମହାପ୍ରଭୁ: ମନୋହର ଆଣିଥିବା ପଦ୍ମଫୁଲରେ ହିଁ ମୋର ବଡ଼ସିଂହାର ବେଶ ହେବ

Smruti Parija
Browse all articles by Smruti Parija
·1 year ago·2 min read
ଗଜପତିଙ୍କୁ ସ୍ୱପ୍ନାଦେଶ ଦେଲେ ମହାପ୍ରଭୁ: ମନୋହର ଆଣିଥିବା ପଦ୍ମଫୁଲରେ ହିଁ ମୋର ବଡ଼ସିଂହାର ବେଶ ହେବ

Key Points

ଆଜିର ଦିନରେ ବଡସିଂହାର ନୀତିରେ ମହାପ୍ରଭୂ ପଦ୍ମବେଶରେ ସଜ୍ଜିତ ହୋଇ ପହୁଡ ହେବେ

ପୁରୀ: ଭକ୍ତର ଭକ୍ତିରେ ବନ୍ଧା କାଳିଆ ସାଆନ୍ତ । ଭକ୍ତର ନିଚ୍ଛକ ଭଲପାଇବା ଟିକକ ପାଇଁ ସେ ବ୍ୟାକୁଳ...ସେ ତତ୍ପର । ସେଥିପାଇଁ ସେଦିନ ସେ ଭକ୍ତର ମନବାଞ୍ଝା ପୁରା କରିବାକୁ ଝାଉଁଳିଯାଇଥିବା ଫୁଲରେ ବି ସୁସଜ୍ଜିତ ହେବାକୁ ମନ କରିଥିଲେ । ଆଉ ସେବେଠୁ ହୋଇ ଆସୁଛି ମହାପ୍ରଭୁଙ୍କ ପଦ୍ନବେଶ । ହେଲେ କିଏ ସେ ଭକ୍ତ ? ଆସନ୍ତୁ ଜାଣିବା...


ଭକ୍ତ ମନୋହରର ଦାଶ । ଯାହାଙ୍କ ମନବାଞ୍ଛା ପୂରଣ କରିବା ପାଇଁ ମହାପ୍ରଭୁ ମଉଳା ପଦ୍ମଫୁଲରେ ଏହି ବେଶ ଧାରଣ କରିଥାନ୍ତି । କିମ୍ବଦନ୍ତୀ ଅନୁଯାୟୀ, ଉତ୍କଳଠାରୁ ଶହ ଶହ ମାଇଲ ଦୂରରେ ହିନ୍ଦୀ ଭାଷୀ ସାଧୁ ମନୋହର ଦାସ ଜଗନ୍ନାଥଙ୍କୁ ଦର୍ଶନ କରିବା ଉଦ୍ଦେଶ୍ୟରେ ଶ୍ରୀକ୍ଷେତ୍ରକୁ ଆଗମନ କରିଥିଲେ । ତାଙ୍କର ପ୍ରବଳ ଆକାଂକ୍ଷା ଥିଲା ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଦର୍ଶନ । ସାଧୁଙ୍କୁ ଥରେ ଭୀଷଣ ଶୋଷ ହେଲା । ପାଖରେ କୈଣସି ଗ୍ରାମ କିମ୍ବା ଜଳାଶୟ ନଥିଲା । କିଛି ପଥ ଅତିକ୍ରମ କରିବା ପରେ ହଠାତ ତାଙ୍କର ଦୃଷ୍ଟି ଗୋଚର ହେଲା ଗୋଟିଏ ପୁଷ୍କରିଣୀ ମଧ୍ୟରେ ଅନେକ ପଦ୍ମ ଫୁଲ ଫୁଟିଛି । ସେ ତାହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ କାରଣ ଶୀତଦିନରେ ପଦ୍ମ ଫୁଲ ଫୁଟିବା ସମ୍ଭବ ନୁହେଁ ।


ସେ ମନେ ମନେ ଜଗନ୍ନାଥଙ୍କୁ ସୁମରଣା କରି ପାଣି ପିଇ ପ୍ରଭୁଙ୍କ ନିମନ୍ତେ ପୁଷ୍କରିଣୀରେ ଫୁଟିଥିବା ପଦ୍ମ ପୁଷ୍ପକୁ ତୋଳି ନିକଟରେ ଥିବା ଏକ ମଇଳା ଗାମୁଛାରେ ନେଇଥିଲେ । ମାଘ ମାସ ଅମାବାସ୍ୟା ଦିନ ସେ ଶ୍ରୀମନ୍ଦିରରେ ପହଞ୍ଚି ପଦ୍ମଫୁଲ ଗୁଡ଼ିକ ଶ୍ରୀଜୀଉମାନଙ୍କ ଚରଣାବିନ୍ଦରେ ଲାଗି କରିବା ପାଇଁ ଅନୁରୋଧ କଲେ । ମଇଳା ଗାମୁଛାରେ ଥିବା ଶୁଷ୍କ ପଦ୍ମ ଫୁଲକୁ ଦେଖି ସେବାୟତ ଏହା ଠାକୁରଙ୍କୁ ଲାଗି ହେଇପାରିବ ନାହିଁ କହି ତିରସ୍କାର କଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଘଟଣାରେ ଭକ୍ତ ମନୋହର ଦୁଃଖ ଓ ଅପମାନରେ ମ୍ରିୟମାଣ ହୋଇ ତଳେ ପଡ଼ିଥିବା ଫୁଲ ସବୁ ଗୋଟାଇ ଶ୍ରୀମନ୍ଦିରରୁ ପଳାଇ ଆସି ବଡ଼ଛତା ମଠ ନିକଟରେ ଜଗନ୍ନାଥଙ୍କୁ ସ୍ମରଣ କରି ମୂର୍ଚ୍ଛିତ ହୋଇପଡ଼ିଲେ । ସେହି ଦିନ ଜଗନ୍ନାଥ ମହାପ୍ରଭୁ ସ୍ୱପ୍ନାଦେଶରେ ଗଜପତି ମହାରାଜାଙ୍କୁ କହିଲେ: ମନୋହର ଆଣିଥିବା ପଦ୍ମ ପୁଷ୍ପରେ ହିଁ ଆଜି ମୋର ବଡ଼ସିଂହାର ବେଶ ହେବ । ପଦ୍ମ ଚାଉଳରେ ଖିରି ଭୋଗକରି ସେହି ସାଧୁଙ୍କୁ ସେବନ କରାଇ ତାଙ୍କର ଜୀବନ ରକ୍ଷା କର । ତେଣୁ ମନୋହର ଦାସଙ୍କ ସ୍ମୃତିରେ ପଦ୍ମବେଶ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ।


ମାଘମାସ ଶୁକ୍ଳପକ୍ଷ ପ୍ରତିପଦା ଠାରୁ ଶ୍ରୀପଞ୍ଚମୀ ମଧ୍ୟରେ ଯେଉଁ ଦିନ ବୁଧବାର କିମ୍ବା ଶନିବାର ପଡିଥାଏ ସେହିଦିନ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବାର ପରମ୍ପରା ରହିଛି । ସେହି ପରମ୍ପରା ଅନୁଯାୟୀ ଆଜିର ଦିନରେ ବଡସିଂହାର ନୀତିରେ ମହାପ୍ରଭୂ ପଦ୍ମବେଶରେ ସଜ୍ଜିତ ହୋଇ ପହୁଡ ହେବେ।


Argus Whatsapp Channel Mobile Top
Sponsored
jagannatha-mahaprabhu-padma-besha-to-be-perform-today | Argus News