Videos
|
Odisha

ଜାଗର ପର୍ବ ୨୦୨୫: ଆଜି ରାତି ୧୦ଟାରେ ଉଠିବ ମହାଦୀପ

Ritu Das
Browse all articles by Ritu Das
·1 year ago
ଜାଗର ପର୍ବ ୨୦୨୫: ଆଜି ରାତି ୧୦ଟାରେ ଉଠିବ ମହାଦୀପ

ଆଜି ଜାଗର। ସବୁ ଶୈବପୀଠ ଉତ୍ସବ ମୁଖର। ତେବେ ବ୍ରତ କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ମହାଦୀପ ଉଠିବାର ସମୟ ଅତ୍ୟନ୍ତ ଆବଶ୍ୟକ। କାରଣ ପ୍ରଭୁଙ୍କ ମହାଦୀପ ଉଠିବା ପରେ ସମସ୍ତେ ନିଜ ବ୍ରତକୁ ଭଙ୍ଗ କରିଥାନ୍ତି। ଆଜି ଲିଙ୍ଗରାଜ ମନ୍ଦିରରେ ନିର୍ଦ୍ଧାରିତ ସମୟରେ ଉଠିବ ମହାଦୀପ। ଏନେଇ ଆଜି ଆଇନମନ୍ତ୍ରୀଙ୍କ ସହ ବୈଠକ ହୋଇଥିଲା। ଏହି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ, ଜାଗର ଦିନ ରାତି 10 ଟାରେ ମହାଦୀପ ଉଠିବ।


ଏହି ବୈଠକରେ ଉପସ୍ଥିତ ଥିଲେ, ପୂଜାପଣ୍ଡା, ନିଯୋଗ, ବ୍ରାହ୍ମଣ, ବଡୁ। ଆଇନ ମନ୍ତ୍ରୀଙ୍କ ସହ ହୋଇଥିବା ବୈଠକରେ ଡିସିପି ଏବଂ ଏକାମ୍ର ବିଧାୟକ ମଧ୍ୟ ଉପସ୍ଥିତ ରହିଥିଲେ । ସେବାୟତ ବୈଠକ ପରେ ବ୍ରାହ୍ମଣ ନିଯୋଗଙ୍କ ମହାଦୀପ ଉଠିବାର ସମୟକୁ ସ୍ପଷ୍ଟ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: