କୂଳ ଲଙ୍ଘୁଛି ଦେବୀ ନଦୀ

Key Points
- କୂଳ ଲଙ୍ଘୁଛି ଦେବୀ ନଦୀ
- ବର୍ଷା ଋତୁ ଆସିଲେ ଲୋକଙ୍କ ନିଦ ହଜିଯାଉଛି
- ଯେ କୌଣସି ସମୟରେ କିଛି ବି ଘଟିପାରେ
ଜଗତସିଂହପୁର: ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ହେଲେ ଠିକାଦାର ପୋଷାଚାଲିଛି । କୂଳ ଖାଉଛି ଦେବୀ ନଦୀ । ବର୍ଷା ଋତୁ ଆସିଲେ ଲୋକଙ୍କ ନିଦ ହଜିଯାଉଛି । ଝଗତସିଂହପୁର ନାଉଗାଁ ଵ୍ଲକର ଓଷକଣା ପଞ୍ଚାୟତ କୂଳ ଲଙ୍ଘିବା ଆରମ୍ଭ କଲାଣି ଦେବୀ ନଦୀ । ଏହାକୁ ନେଇ ଆତଙ୍କିତ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି ନଦୀ କୂଳରେ ବସବାସ କରୁଥିବା ଓଷକଣା ଗାଁ । ପ୍ରତି ବର୍ଷ ନଦୀ କୂଳ ଖାଇ ଲୋକଙ୍କ ଫସଲ ନଷ୍ଟ ହେବା ସହ କେତେକ ଜୀବନ ନଷ୍ଟ ହେଉଛି । ନଦୀର କରାଳ ରୂପ ଦିନକୁ ଦିନ ଆହୁରି ଭୟଙ୍କର ହେବାରେ ଲାଗିଛି। ଏହି ନଦୀ ଯେଉଁଠି ଏଵେ ପ୍ରଵାହିତ ହେଉଛି ସେଠି ଲୋକମାନଙ୍କର ଚାଷ ଜମି ଥିଲା । କିନ୍ତୁ ନଦୀର କରାଳ ରୂପରେ ଚାଷ ଜମିରେ ମିଶି ସାରିଲାଣି ।
ବନ୍ୟାରୁ ଅଞ୍ଚଳଵାସୀଙ୍କୁ ସୁରକ୍ଷା ଦେବା ପାଇଁ ପ୍ରତି ବର୍ଷ ଜଳସମ୍ପଦ ବିଭାଗ ପଥର ପ୍ୟାକିଂ କରୁଛି ହେଲେ କିଛି ଦିନ ପରେ ପଥର ଗୁଡିକ ତଳକୁ ଖସି ପଡୁଛି ବୋଲି କହିଛନ୍ତି ଗ୍ରାମବାସୀ । ଅନ୍ୟପଟେ ନିମ୍ନମାନର ପଥରରେ କାମ ହେଉଥିବା କୁହାଯାଉଛି । ନଦୀର ଏଭଳି ରୂପ ଦେଖି ଭୟ ଓ ଆଶଙ୍କାରେ ଦିନ କାଟୁଛନ୍ତି ନଦୀ କୁଳିଆ ବାସିନ୍ଦା । ତେବେ ନଦୀ କୂଳ ଖାଇବା ଦ୍ଵାରା ବିଭିନ୍ନ ସ୍ଥାନରେ ବନ୍ଧ ଗୁଡିକ ଦୁବଳ ହୋଇଗଲାଣି । ଆଉ ଯେଉଁଠି ଅଛି ତାହା ସୁରକ୍ଷିତ ନୁହେଁ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । କିଛି କିଛି ସ୍ଥାନରେ ପଥର ପ୍ୟାକିଂ କରାଯାଇଥିଲେ ମଧ୍ୟ ତାହା ଅତିନିମ୍ନ ମାନର ହୋଇ ଥିବା ଅଭିଯୋଗ ହୋଇଛି । ନଦୀ ଏବେ ଗାଁର ନିକଟତର ହୋଇ ସାରିଲାଣି ।
ଭିତରେ ଶହଶହ ଏକର ଚାଷଜମି ନଦୀ ଗର୍ଭରେ ଲୀନ ହୋଇ ସାରିଲାଣି । ଚାଷଜମି ସମେତ ବାସଗୃହର ସୁରକ୍ଷା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।
📱 Get Argus News App
✨