Bangladeshi Verification / ଜଗତସିଂହପୁର: ୮୦ରୁ ଅଧିକ ସନ୍ଦିଗ୍ଧଙ୍କୁ ଚାଲିଛି ପଚରାଉଚରା
·7 months ago·2 min read

Key Points
ଜଗତସିଂହପୁରରେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା
80ରୁ ଅଧିକ ସନ୍ଦିଗ୍ଧଙ୍କୁ ଭିନ୍ନ ଭିନ୍ନ ସ୍ଥାନରେ ପଚରାଉଚରା
ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମ ଓ ସାନ ଭାଇକୁ ଧରିବାକୁ ପୋଲିସର ଯୋଜନା

ଜଗତସିଂହପୁରରେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ । 80ରୁ ଅଧିକ ସନ୍ଦିଗ୍ଧଙ୍କୁ ଅଲଗା ଅଲଗା ସ୍ଥାନରେ ଅଟକ ରଖି ପଚରାଉଚରା କରୁଛି ଜିଲ୍ଲା ପ୍ରଶାସନ । ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମ ଓ ତାଙ୍କର ସହଯୋଗୀ ସାନ ଭାଇକୁ ଧରିବା ପାଇଁ ପୋଲିସ ଯୋଜନା ପ୍ରସ୍ତୁତ କରିଛି। ଆବଶ୍ୟକ ସ୍ଥଳେ ପୋଲିସ ଲୁକ୍ ଆଉଟ୍ ସର୍କୁଲାର ଜାରି କରିବ । ସିକନ୍ଦର କେଉଁ କେଉଁ ଦେଶରୁ ଫଣ୍ଡିଂ ଆଣୁଥିଲା, ସିକନ୍ଦରର କିଛି ବ୍ୟାଙ୍କ ଆକାଉଣ୍ଟ ଉପରେ ପୋଲିସ ତଥ୍ୟ ସଂଗ୍ରହ କରୁଛି । ତେବେ ସିକନ୍ଦର କୁଆଡ଼େ ଗଲା ତାକୁ ନେଇ ପ୍ରଶ୍ନ ଉଠିଛି । କୁହାଯାଉଛି ସିକନ୍ଦର ପଶ୍ଚିମବଙ୍ଗ ପଳାଇ ଯାଇଛି ।
ଏହା ପୂର୍ବରୁ ମଧ୍ୟ ଜଗତସିଂହପୁରରେ ବେଆଇନ୍ ଘରେ ଚାଲିଥିଲା ମଦ୍ରାସା । ବିହାର, ଉତ୍ତରପ୍ରଦେଶରୁ ଆସୁଥିଲେ ପିଲା । ଜଗତସିଂହପୁରରେ ବାଂଲାଦେଶୀ ଚଳାଇଥିଲେ ବଡ଼ ସିଣ୍ଡିକେଟ୍ । ବିଦେଶରୁ ଆସୁଥିଲା ଫଣ୍ଡିଂ । ବେଆଇନ୍ ନିର୍ମାଣ ଭାଙ୍ଗିବା ବେଳେ ମୁଖ୍ୟ କାର୍ପଟଦାର ସିକନ୍ଦର ଆଲାମ ସହ ୩୦ ବାଂଲାଦେଶୀ ଫେରାର୍ ହୋଇଯାଇଛନ୍ତି । ପୋଲିସ ବିପୁଳ ମାରଣାସ୍ତ୍ର ସହ ବନ୍ଧୁକ ଏବଂ ଏକାଧିକ ଆଧାର କାର୍ଡ ଜବତ କରିଛି । ବେହେରାମପୁର ବସ୍ତିରେ ମାଟିରେ ମିଶିଛି ବାଂଲାଦେଶୀଙ୍କ ମଦ୍ରାସା । ମାଜିଷ୍ଟ୍ରେଟ୍ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଭଙ୍ଗା ଯାଇଛି ୧୦ ବଖରା ଘର । ସେପଟେ ସାତପୁରା ଧନିପୁରରେ ବାଂଲାଦେଶୀଙ୍କ ୭ ବେଆଇନ୍ ନିର୍ମାଣ ଉପରେ ବୁଲଡୋଜର ବୁଲିଛି ।
ଏଥିସହ ପଢ଼ନ୍ତୁ: କେନ୍ଦ୍ରାପଡ଼ାରେ ଆରମ୍ଭ ଅନୁପ୍ରବେଶକାରୀ ବାଂଲାଦେଶୀ ଯାଞ୍ଚ ପ୍ରକ୍ରିୟା
ବର୍ତ୍ତମାନ ବାଂଲାଦେଶୀଙ୍କୁ ଆଉ ତ୍ରାହି ନାହିଁ। ଓଡ଼ିଶାରୁ ବିଦା ହେବେ ବାଂଲାଦେଶୀ। ଆରମ୍ଭ ହୋଇଗଲାଣି ଚିହ୍ନଟ ପ୍ରକ୍ରିୟା। ଜଗତସିଂହପୁରରୁ ସନ୍ଦିଗ୍ଧ ବାଂଲାଦେଶୀ ଧରାପଡିବା ପରେ କେନ୍ଦ୍ରାପଡାରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଆରମ୍ଭ ହୋଇଛି । କେନ୍ଦ୍ରାପଡା ଏସପି ଆରମ୍ଭ କରିଛନ୍ତି ବାଂଲାଦେଶୀ ଯାଞ୍ଚ ପ୍ରକ୍ରିୟା । ବିଭିନ୍ନ ସ୍ଥାନରେ ବ୍ଳକିଂ ଓ ଚେକିଂ କରି ଜୋରଦାର ଚଢାଉ କରାଯାଉଛି । ଚିଲଖାନାରୁ ୧୮ ଜଣ ଅନୁପ୍ରବେଶକାରୀଙ୍କୁ କାବୁ କରିବା ସହ ଅଟକ ରଖିଛି ପୋଲିସ। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ପ୍ରମାଣପତ୍ର ନାହିଁ । ଘର ଭଡ଼ା ଦେଇଥିବା ମାଲିକ ସହ ଘର ଭଡ଼ା ନେଇଥିବା ଲୋକଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ।
କେନ୍ଦ୍ରାପଡା ଦିଲାରପୁର, ବଡ଼ହାଟ, ରଣପଡ଼ା ବସ୍ତିରେ ରହୁଥିବା ଅନେକ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଟାଉନ୍ ଥାନାକୁ ଡକାଯାଇ ଯାଞ୍ଚ କରାଯାଇଛି । ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରବେଶ ଓ ପଳାୟନ ଆଶଙ୍କା କରି ପୋଲିସ ଯାଞ୍ଚ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସପି l ଜଗତସିଂହପୁରରେ ବାଂଲାଦେଶୀ ବାହାରିବା ପରେ ଆକ୍ସନ ମୋଡରେ ଓଡ଼ିଶା ପୋଲିସ । ପଶ୍ଚିମବଙ୍ଗରେ SIR ପ୍ରକ୍ରିୟା ଆରମ୍ଭ ହେବା ପରେ ଏବେ ସେଠାରେ ନିରାପଦରେ ରହୁଥିବା ବିଦେଶୀ ଅନୁପ୍ରବେଶକାରୀଙ୍କ ଭିତରେ ଛନକା। ଜଗତସିଂହପୁରରୁ ବାଂଲାଦେଶୀ ବାହାରିବା ଘଟଣାରେ ଏବେ ଏମିତି ଆଶଙ୍କା ଦୃଢ଼ୀଭୂତ ହୋଇଛି। ରାଜ୍ୟରୁ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବାହାର କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories