ଜଗତସିଂହପୁର ତରିକୁନ୍ଦ ମାଛ ଗାଁ କେନାଲରେ ୧୦ ଫୁଟ ଘାଇ
·11 months ago

Key Points
ଜଗତସିଂହପୁର ତରିକୁନ୍ଦ ମାଛ ଗାଁ କେନାଲରେ ୧୦ ଫୁଟ ଘାଇ
ସ୍ଥାନୀୟ ଅଞ୍ଚଳରେ କୂତ୍ରିମ ବନ୍ୟା
ରାସ୍ତାରେ ରହଡି ମାରୁଛି ପାଣି
ଜଗତସିଂହପୁର ଜିଲ୍ଲା ତରିକୁନ୍ଦ ମାଛ ଗାଁ କେନାଲରେ ୧୦ ଫୁଟ ଘାଇ ସୃଷ୍ଟି ହୋଇଛି । ଚଳିତ ବର୍ଷ କେନାଲରେ ପାଣି ଆସିବା ବେଳେ ଏକ କୂତ୍ରିମ ଘାଇ ସୃଷ୍ଟି ହୋଇଥିବା ଦେଖିବା ପାଇଁ ମିଳିଛି । ଗତ କିଛି ଦିନ ପୂର୍ବରୁ ଏହି ସ୍ଥାନରେ ଏକ ଛୋଟିଆ ଘଳିଆ ପଡ଼ିଥିବା ଦେଖିବା ପାଇଁ ମିଳିଥିଲା । ଜଳ ସମ୍ପଦ ବିଭାଗ ତାହାକୁ ମରାମତି କରିଥିଲା । କିନ୍ତୁ ଆଜି ସେହି ବନ୍ଧ ସମ୍ପୂର୍ଣ୍ଣ ଭାବରେ ଧସିଯିବା ସହିତ ୧୦ ଫୁଟ ଘାଇ ସୃଷ୍ଟି ହୋଇଛି । ସ୍ଥାନୀୟ ଅଞ୍ଚଳରେ କୂତ୍ରିମ ବନ୍ୟା ସୃଷ୍ଟି ହୋଇଛି । ପାଖରେ ଥିବା ଘର ଭିତର ଓ ଦୋକାନ ବଜାର ରାସ୍ତା ସବୁଆଡ଼େ ଦୁଇ ଫୁଟ୍ ପାଣି ଲହଡ଼ି ମାରୁଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: