ED / EDରେ ହାଜର ହେଲେ ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ

Key Points
EDରେ ହାଜର ହେଲେ ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ
ଆଜି ହାଜର ହେବା ପାଇଁ ଜଗବନ୍ଧୁଙ୍କୁ ସମନ କରିଥିଲା ED
ସମନ ଆଧାରରେ ହାଜର ହୋଇଛନ୍ତି ଜଗବନ୍ଧୁ
ED ରେ ହାଜର ହେଲେ ବହୁ ଚର୍ଚିତ ଅର୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଆଜି ହାଜର ହେବା ପାଇଁ ଜଗବନ୍ଧୁଙ୍କୁ ED ସମନ କରିଥିଲା । ସମନ ଆଧାରରେ ହାଜର ହୋଇଛନ୍ତି । ବିଭିନ୍ନ ପ୍ରକାର କାଗଜ ପତ୍ର ଦାଖଲ ପାଇଁ ତାଙ୍କୁ ED ପକ୍ଷରୁ ସମନ କରାଯାଇଥିଲା । ଗତ କିଛି ଦିନ ପୂର୍ବରୁ ସତ୍ୟ ବିହାର ସ୍ଥିତ ଅର୍ଚନାଙ୍କ ଆଲିସାନ ଘରକୁ ସିଲ୍ କରିଥିଲା ED ।
କିଛିଦିନ ପୂର୍ବରୁ ଅର୍ଚ୍ଚନାଙ୍କ ଭୁବନେଶ୍ବର ସତ୍ୟବିହାରରେ ଥିବା ଘରେ ED ର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରି ଘରକୁ ଆଟାଚ୍ କରିଥିଲା । ଅର୍ଚ୍ଚନାଙ୍କ ସତ୍ୟବିହାରସ୍ଥିତ G+୨ କୋଠାକୁ ଆଟାଚ୍ କରାଯାଇଥିଲା । ମନି ଲଣ୍ଡରିଂ ଆଇନ ୨୦୦୨ ଆଧାରରେ ଏହି ପଦକ୍ଷେପ ନିଆଯାଇଥିଲା । ଘର ଛାଡ଼ିବା ପାଇଁ ପୂର୍ବରୁ ଅର୍ଚ୍ଚନା ନାଗଙ୍କୁ ନୋଟିସ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କିନ୍ତୁ ଅର୍ଚ୍ଚନା ନାଗ ଘର ନ ଛାଡ଼ିବାରୁ ଘର ସିଲ୍ କରାଯାଇଥିଲା ।
📱 Get Argus News App
✨ସୂଚନା ଅନୁସାରେ, ୨୦୨୨ ମସିହା ନଭେମ୍ବର ମାସରେ ଅର୍ଚ୍ଚନା ନାଗଙ୍କ ଆଲିସାନ ଘରେ ରେଡ୍ କରିଥିଲା ଇଡି । ଏହା ପରେ ୨୦୨୩ ମସିହା ଜାନୁଆରୀରେ ଅର୍ଚ୍ଚନାଙ୍କ ଘରକୁ ଇଡି ଆଟାଚ୍ କରିବା ସହ ଦାମୀ ଗାଡ଼ିକୁ ଜବତ କରିଥିଲା ।
ଏହାପୂର୍ବରୁ ବିଜେଡି ବିରୋଧରେ ବିଷ ଓଗାଳିଥିଲେ ଅର୍ଚ୍ଚନା । ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଭାବରେ ଜଣାଇଛି । ଗଣମାଧ୍ୟମ ସାମ୍ନାରେ ମିଛ ତଥ୍ୟ ରଖାଯାଇଥିଲା । ଘଟଣା ପଛରେ ଥିବା କାହାଣୀ କହିଥିଲେ । ଅକ୍ଟୋବର 6 ରେ ଗିରଫ କରାଗଲା । ତା ପୂର୍ବରୁ 4 ତାରିଖରୁ ଗୃହବନ୍ଦୀ କରାଯାଇଥିଲା । ଅକ୍ଟୋବର 10ରେ ମୁଁ ଜାଣିଲି କିଏ କରିଥିଲେ ଅଭିଯୋଗ।କଣ ଥିଲା ଅଭିଯୋଗ।ମୋ ଘରର ସିସିଟିଭି ଫୁଟେଜର ହାର୍ଡ ଡିସ୍କ ଭାଙ୍ଗି ଦିଆଗଲା।
1. ପୁରା ଘଟଣାର ମାଷ୍ଟରମାଇଣ୍ଡ ବିଜେଡିର ସାଂଗଠନିକ ସମ୍ପାଦକ ବବି ଦାସ, ଅମରେଶ ଜେନା, ମାନସ ମଙ୍ଗରାଜ, ତତ୍କାଳୀନ ଡିସିପି ପ୍ରତୀକ ସିଂ, ଏସିପି ପ୍ରକାଶ ପାଲ, ହିଂମାଂଶୁ ସ୍ବାଇଁ ,ତତ୍କାଳୀନ ବାଲିଅନ୍ତା ଆଇଆଇସି ଅନୁପ କାନୁନଗୋ ।
2. ଜେଲ ପାରେଡ଼ ନାଁ ରେ ମୋ ପାଖକୁ ଯାଉଥିଲେ । କୌଣସି କଏଦୀଙ୍କୁ ଭେଟୁ ନଥିଲେ । ପୋଲିସ ଟଙ୍କା ଦେଇ ଜେଲର କର୍ମଚାରୀଙ୍କୁ କିଣି ଦେଇଥିଲେ । ମୋତେ ଜେଲରେ ନିର୍ଯ୍ୟାତନା ଦିଆଯାଉଥିଲା । ମୋତେ ଇଞ୍ଜେକସନ ଦେଉଥିଲେ । ମୋତେ ଜେଲ୍ ରେ ମେଡ଼ିସିନ ଦେଉଥିଲେ ।
3.ମୋତେ ପାଗୀଳି ବୋଲି ସ୍ବୀକାର କରିବାକୁ ବାଧ୍ୟ କରାଯାଇଥିଲା।
4.ରାଜ୍ୟ ଛାଡି ଯିବାକୁ ଚାପ ପକା ଯାଉଥିଲା ବୋଲି କହିଥିଲେ ଅର୍ଚ୍ଚନା ନାଗ ।
Related Topics
Explore more stories