ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଜଗମୋହନ ମିନା

ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଜଗମୋହନ ମିନା। କହିଲେ, ରାଜଧାନୀବାସୀଙ୍କୁ ସୁରକ୍ଷା ଦେବା ପ୍ରଥମ କାମ। ସିସିଟିଭି ସର୍ଭିଲାନ୍ସ ବଢ଼ାଯିବ, ସାଇବର ଥାନା ସୁଦୃଢ଼ କରାଯିବ। ଗତକାଲି କଟକ ନୂତନ ଡିସିପି ଭାବେ ଦାୟିତ୍ବ ନେଇଥିଲେ ଖିଲାରୀ ଋଷିକେଶ ଦ୍ୟାନଦେଓ। ବଲାଙ୍ଗୀର ଏସପି ଭାବେ ଥିଲେ କାର୍ଯ୍ୟରତ
ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଜଗମୋହନ ମିନା । ରାଜଧାନୀବାସୀଙ୍କୁ ସୁରକ୍ଷା ଦେବା ପ୍ରଥମ କାମ କହିଛନ୍ତି ନୂଆ ଡିସିପି । ‘ଅପରାଧ ତଦନ୍ତ, ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ଗୁରୁତ୍ବ’ । ସାଧାରଣ ଲୋକଙ୍କ ପ୍ରତି ଯତ୍ନବାନ ହେବୁ । ସିସିଟିଭି ସର୍ଭିଲାନ୍ସ ବଢ଼ାଯିବ, ସାଇବର ଥାନା ସୁଦୃଢ଼ କରାଯିବ । ପୋଲିସ ମେକାନିଜମକୁ ବୃଦ୍ଧି କରାଯିବ ।
📱 Get Argus News App
✨ନବନିଯୁକ୍ତ କନଷ୍ଟେବଳଙ୍କୁ ବ୍ୟବହାର କରି ସିସିଟିଏନଏସ୍କୁ ସୁଦୃଢ଼ କରାଯିବ କହିଛନ୍ତି ନୂଆ ଡିସିପି । ଅପରାଧିଙ୍କୁ ଧରିବା ପାଇଁ ନୂଆ ଟେକ୍ନୋଲୋଜିକୁ ଗୁରୁତ୍ବ । ଆପାର୍ଟମେଣ୍ଟ ଲୁଟ ରୋକିବାକୁ ନୂଆ ଟିମ ଗଠନ ହେବ । ଟ୍ରାଫିକ ସମସ୍ୟା ଦୁର ପାଇ ସ୍ପେଶାଲ ରଣନୀତି । ସାଧାରଣ ଲୋକଙ୍କ ସମସ୍ୟା ଦୂରିକରଣ ପାଇଁ ନୂଆ ହେଲ୍ପ ଲାଇନ୍ ନଂ 8280338302 ଜାରି ହୋଇଛି ।