Videos
|
Odisha

ମା'କୁ ମାରି ଗୋବର ପାଣିରେ ଘର ଧୋଇଥିଲେ ଜହ୍ଲାଦ ପୁଅ

Ritu Das
Browse all articles by Ritu Das
·1 year ago·2 min read
ମା'କୁ ମାରି ଗୋବର ପାଣିରେ ଘର ଧୋଇଥିଲେ ଜହ୍ଲାଦ ପୁଅ

ଅର୍ଗସ ବ୍ୟୁରୋ: କଟକ ମହାନଦୀ ବିହାର ବୃଦ୍ଧା ଅନିମା ମହାନ୍ତି ହତ୍ୟା ମାମଲାରେ ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ। ପ୍ରତିଶୋଧ ପରାୟଣ ହୋଇ ମାକୁ ହତ୍ୟା କରିଛନ୍ତି ଦୁଇ ପୁଅ l ଦୁଇ ପୁଅ କୌଣସି କାର୍ଯ୍ୟ କରୁନଥିଲେ l କିଛି ଦିନ ହେବ ଘରର ଆସବାବ ପତ୍ରକୁ ବିକ୍ରି କରୁଥିଲେ। ଯାହାକୁ ବିରୋଧ କରୁଥିଲେ ମା ଅନିମା ମହାନ୍ତି। ଏଇ ଘଟଣାରେ ପ୍ରତିଶୋଧ ପରାୟଣ ହୋଇ ମାଙ୍କୁ ହତ୍ୟା କରିଛନ୍ତି ଦୁଇ ପୁଅ ଅଂଶୁମାନ ଓ ଅନୁରାଗ l ମୃତ୍ୟୁ ପରେ ଗୋବର ପାଣିରେ ଘର ଧୋଇଥିଲେ ଦୁଇ ଭାଇ l ବଡ଼ ପୁଅ ଅନୁରାଗକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସାନ ପୁଅ ବର୍ତମାନ ଫେରାର ରହିଛି l ଏନେଇ ଚାଉଳିଆଗଞ୍ଜ ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ବାଳ ସୂଚନା ଦେଇଛନ୍ତି ।

ଏ ହେଉଛି ମହାନଦୀ ବିହାରର ପ୍ଲଟ ନମ୍ବର 714 l 5 ବର୍ଷ ପୂର୍ବେ ଅନିମାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ସେହି ଘରେ ବଡପୁଅ ଅନୁରାଗ ଓ ସାନପୁଅ ଅଂଶୁମାନଙ୍କ ସହିତ ମା ଅନିମା ମହାନ୍ତି ରହୁଥିଲେ । ତେବେ ଘଟଣାର ଖବର ପାଇ ଚାଉଳିଆଗଞ୍ଜ ଥାନା ପୋଲିସ ପହଞ୍ଚି ଶବକୁ ଜବତ କରିଥିବା ବେଳେ ସାଇଣ୍ଟିଫିକ ଟିମ ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

5 ବର୍ଷ ତଳେ ଅନିମା ଦେବୀଙ୍କ ସ୍ବାମୀ ଓ ଏହାର କିଛି ଦିନ ପୂର୍ବରୁ ତାଙ୍କ ବଡ଼ ଝିଅଙ୍କ ମୃତ୍ୟୁ ହୋଇଥିଲା ।  ଦୁଇ ପୁଅ ସହିତ ସେ ରହୁଥିଲେ, ତେବେ ଦୁଇ ପୁଅ ଅବିବାହିତ ଥିଲେ l  ଉଭୟଙ୍କ ବୟସ ପାଖାପାଖି 50 ବର୍ଷ ବୋଲି ଜଣାପଡିଛି । ଏକ ସପ୍ତାହ ପୂର୍ବେ ନଖରା ଅଂଚଳରେ ଉଲଗ୍ନ ହୋଇ ବୁଲୁଥିବାର ପୁଲିସକୁ ଖବର ଦେଇଥିଲେ ଲୋକେ l ପୁଲିସ ତାଙ୍କୁ ଆଣି ଘରେ ଛାଡିଥିଲା l ପୋଲିସର ସୂଚନା ଅନୁଯାୟୀ ଘଟଣାର ପୂର୍ବ ଦିନ ମଧ୍ୟ ଦୁଇ ପୁଅ ମାଙ୍କୁ ନେଇ ଅଟୋରେ କେଉଁଆଡେ ଯାଇଥିଲେ । ସମସ୍ତ ଆସାବାବପତ୍ର କବାଡିଆକୁ ଡାକି ଦେଇ ଦେଇଥିଲେ ଏହାସହ ଅନେକ ଆସବାବପତ୍ର ସହ ଘରର ଜିନିଷ ବାହାରେ ମଧ୍ୟ ପଡିଥିଲା। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Jahlad's son killed | Argus News