ବିଜେପିରେ ମିଶିଲେ ଦେବାଶିଷ, ନିହାର
·2 years ago·1 min read

ଭୁବନେଶ୍ୱର: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଚାଲିଥିବା ମିଶ୍ରଣ ପର୍ବରେ ବିଜେଡି ଛାଡି ପଦ୍ମ ଧରିଲେ ଦେବାଶିଷ ନାୟକ । 4 ଥରର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ଆଜି ବିଜେଡିରୁ ଇସ୍ତଫା ଦେଇଥିଲେ । ଇସ୍ତାଫା ଦେବାର କେଇଟା ମୁହୂର୍ତ୍ତ ପରେ ବିଜେପିରେ ସାମିଲ୍ ହୋଇଛନ୍ତି ଦେବାଶିଷ ।
ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବିଜେଡି ସୁପ୍ରିମୋଙ୍କୁ ଚିଠି ଲେଖି ଇସ୍ତଫା ପତ୍ର ଦେଇଥିଲେ ଦେବାଶିଷ ନାୟକ । ସେହିପରି ପୂର୍ବତନ ବିଧାୟକ ନିହାର ମହାନନ୍ଦ ମଧ୍ୟ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି ।
ନିର୍ବାଚନ ପୂର୍ବରୁ ଦଳ ଛାଡୁଛନ୍ତି ହେଭିୱେଟ୍ । ପ୍ରତି ଜିଲ୍ଲା ପ୍ରତି ବ୍ଲକରେ ବଢୁଛି ଅସନ୍ତୁଷ୍ଟଙ୍କ ସଂଖ୍ୟା । ତେବେ ନିର୍ବାଚନ ଆଉ କେଇଟା ଦିନ ବାକି ଥିବାବେଳେ ଅସନ୍ତୁଷ୍ଟଙ୍କୁ କେମିତି ଦଳ ମ୍ୟାନେଜ କରି ନିର୍ବାଚନ ଲଢୁଛି ତାହା ଦେଖିବାର କଥା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
