ବିରଜା ହାଟ ସ୍ଥଗିତ
·1 year ago·1 min read

ଯାଜପୁର: ବିରଜା ହାଟ ସ୍ଥାନାନ୍ତରକୁ ନେଇ ଉତ୍ତେଜନା । ବହୁ ବର୍ଷ ହେବ ବିରଜା ମନ୍ଦିର ନିକଟରେ ବିରଜା ହାଟ ଚାଲିଆସୁଥିଲା । ପୂର୍ବ ସରକାର ସମୟରେ ବିରଜା ପ୍ରକଳ୍ପ ପାଇଁ ଏହି ହାଟକୁ ସେଠାରୁ ସନ୍ଥମାଧବ ନିକଟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଭଲ ବ୍ୟବସାୟ ହେଉନଥିବାରୁ କିଛି ବ୍ୟବସାୟମାନେ ଏହାକୁ ବିରୋଧ କରିଥିଲେ ।
ଆଜି ବ୍ୟବସାୟୀମାନେ ଯାଜପୁର-ସିଂହପୁର ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି । ହାଟ ସପକ୍ଷବାଦୀ-ବିପକ୍ଷବାଦୀ ମୁହାଁମୁହିଁ ହୋଇଥିବା ବେଳେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ଗୋଷ୍ଠୀ ହାଟ ନୂଆ ସ୍ଥାନକୁ ସ୍ଥାନାନ୍ତର ଦାବିରେ ଅଟଳ ଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ପୁରୁଣା ସ୍ଥାନରେ ହାଟ ହେଉ ବୋଲି ଚାହୁଁଛନ୍ତି । ବିରଜା ହାଟ ସାମୟିକ ଭାବେ ବନ୍ଦ କରିଛି ପ୍ରଶାସନ । ବିରଜା ହାଟ ସାମୟିକ ସ୍ଥଗିତ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ । ଉକ୍ତ ସ୍ଥାନରେ ବ୍ୟାପକ ପୋଲିସ ମୁତୟନ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: