Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Politics / ବବି-ଡ୍ୟାନି ଲଢେଇରେ ଏଣ୍ଟ୍ରି ମାରିଛନ୍ତି BJD MLA ସୁଜାତା

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ବବି-ଡ୍ୟାନି ଲଢେଇରେ ଏଣ୍ଟ୍ରି ମାରିଛନ୍ତି BJD MLA ସୁଜାତା
Odisha Politics

Key Points

ଭୁବନେଶ୍ୱର ସ୍ଥିତ ବାସଭବନରେ ବୈଠକ ଡାକି ସମାଧାନର ବାଟ କାଢିବାକୁ ପ୍ରମିଳାଙ୍କ ଉଦ୍ୟମ ।
କିନ୍ତୁ ବୈଠକ ପରେ ବବି ବଡ଼ ନେତା ନୁହଁନ୍ତି କହି ସବୁ ବିଗାଡ଼ି ଦେଲେ ସୁଜାତା ।

ଚର୍ଚ୍ଚା ହେଉଛି କୋରେଇ ସଭା ମଞ୍ଚରେ ବବିଙ୍କ ବୟାନ, ବିବାଦକୁ ଅଧିକ ବଢାଇଛି । ଆଉ ଏହାରି ଭିତରେ ଭୁବନେଶ୍ୱର ସ୍ଥିତ ବାସଭବନରେ ବୈଠକ ଡାକି ସମାଧାନର ବାଟ କାଢିବାକୁ ପ୍ରମିଳାଙ୍କ ଉଦ୍ୟମ । ବୈଠକ ପରେ ବବି ବଡ଼ ନେତା ନୁହଁନ୍ତି କହି ସବୁ ବିଗାଡ଼ି ଦେଲେ ସୁଜାତା । ଯାଜପୁର ବିଧାୟିକାଙ୍କ ଏଭଳି ବିସ୍ଫୋରକ ବୟାନକୁ ନେଇ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି ।

ବର୍ଷ ଆରମ୍ବରୁ ବିଜେଡିରେ ପୁଣି ଘନେଇଲା ବିବାଦ । ସାମ୍ନାକୁ ଆସିଲା ଯାଜପୁର ବିଜେଡି କଳି । ଶଙ୍ଖ ଭବନ ଛାଡ଼ି ପ୍ରମିଳାଙ୍କ ଘରେ ବସିଲା ବୈଠକ । ଏକାଠି ହେଲେ ଯାଜପୁରିଆ ବିଜେଡି ନେତା । ସଂଗଠନ ସଜାଡ଼ିବା ଆଳରେ ମନ ମାଳିନ୍ୟ ଦୂର କରିବାକୁ ବୈଠକ ଡାକି ପ୍ରଚେଷ୍ଟା କଲେ ପ୍ରମିଳା । କୋରେଇରେ କାଲି କହୁ କହୁ ଯାଜପୁର ବିଜେଡିର ଭିତିରି କଥା କହିଦେଇଥିଲେ ବବି । କହିଥିଲେ ଆମ ବିଜେଡି ନେତାଙ୍କ ଭିତରେ ପରସ୍ପର ପ୍ରତି ରହିଛି ବିଦ୍ଵେଷ ଭାବ । ଆମ ବିଜେଡି ନେତାଙ୍କ ଭିତରେ ସୃଷ୍ଟି ହୋଇଛି ଅବିଶ୍ଵାସର ବାତାବରଣ । ତେବେ ବୈଠକରୁ ବାହାରିବା ପରେ ବର୍ଷିଛନ୍ତି ସୁଜାତା ।

ସେପଟେ କୋରେଇକୁ ନେଇ ବବି ଓ ଡ୍ୟାନିଙ୍କ ଭିତରେ ଚାଲିଥିବା ଶୀତଳ ଯୁଦ୍ଧ ଏବେ ଉଗ୍ର ରୂପ ଧାରଣ କରିଛି । ରବିବାର ପରୋକ୍ଷରେ ଡ୍ୟାନି, ପ୍ରଫୁଲ୍ଲ ଓ ଅଶୋକ ବଳଙ୍କୁ ଟାର୍ଗେଟ କରି ବବି କହିଥିଲେ, ୧୫ରୁ ୧୭ ବର୍ଷ ସୁଯୋଗ ପାଇ କୋରେଇ ଛାଡି ପଳେଇଛନ୍ତି । ଆଉ ସୋମବାର ବବିଙ୍କୁ ଡ୍ୟାନି ବି ଶୁଣେଇ କହିଛନ୍ତି, ଯାଜପୁରରେ ସବୁ ଠିକ ଅଛି । ପ୍ରମିଳା କହିଛନ୍ତି ବିଦ୍ଵେଷ ଭାବ କାହା ଭିତରେ କାହାରି ନାହିଁ ।

ବବି-ଡ୍ୟାନି କଳିକୁ ନେଇ ଯାଜପୁର ବିଜେଡି ରାଜନୀତି ଦୁଇ ଫାଳ ହୋଇଥିବା ବେଳେ ସୁଜାତାଙ୍କ ଏଣ୍ଟ୍ରି ଘଟଣାକୁ କେଉଁ ମୋଡ଼ ଦେଉଛି, ତେଣୁ ଏବେ ତାହା ଉପରେ ସମସ୍ତଙ୍କ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Politics | Jajpur BJD MLA Sujata Sahu Says “Babi Das Is Not a Big Leader, Naveen Babu Is Our Leader” | Argus News