Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବବି ଦାସଙ୍କ ସାଂଗଠନିକ ଦକ୍ଷତାକୁ ଶକ୍ତ ଝଟକା

Odisha

ବବି ଦାସଙ୍କ ସାଂଗଠନିକ ଦକ୍ଷତାକୁ ଶକ୍ତ ଝଟକା

Smruti parija
Browse all articles by Smruti parija
·1 year ago·2 min read
ବବି ଦାସଙ୍କ ସାଂଗଠନିକ ଦକ୍ଷତାକୁ ଶକ୍ତ ଝଟକା

Key Points

ବବି ଦାସଙ୍କ ସାଂଗଠନିକ ଦକ୍ଷତାକୁ ଶକ୍ତ ଝଟକା

ବିଜେଡି ଛାଡିଲେ, ବିଜେପିରେ ମିଶିଲେ ସରପଞ୍ଚ ଓ ସମିତି ସଭ୍ୟ

ଆଉ କାମ ଦେଉନି ବବିଙ୍କ ପାୱାର୍

ଯାଜପୁର: ଖାଲି ବବି କାହିଁକି କୋରେଇ ନିର୍ବାଚନ ମଣ୍ଡଳୀ ସଂଗଠନ କଥା ବୁଝୁଥିବା ବବିଙ୍କ ଭାଇ ଭବପ୍ରସାଦ ଦାସ ବା ଲଲ ମଧ୍ୟ ଏହି ମିଶ୍ରଣ ପର୍ବ ଅଟକାଇବାରେ ଅସମର୍ଥ । ଖାଲି ହୋଇଯାଉଛି ବିଜେପି ଭାଡି । ଦିନକୁ ଦିନ ଯାଜପୁରରେ ସତ୍ତା ହରାଉଛି ବିଜେଡି । ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀର 15 ରୁ ଉର୍ଦ୍ଧ୍ବ ସରପଞ୍ଚ ଓ ସମିତିସଭ୍ୟଙ୍କ ସମେତ 300ରୁ ଉର୍ଦ୍ଧ୍ବ ଆଗଧାଡିର ନେତା ଓ କର୍ମୀ ବିଜେଡ଼ି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । ଯାହାକୁ ନେଇ ରାଜୈନିତକ ମହଲରେ ଚର୍ଚ୍ଚା ଜୋର୍ ।


କୋରାଇ ବିଧାୟକ ଆକାଶ ଦାସ ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ କୋରେଇ ବ୍ଲକର 28ଟି ପଞ୍ଚାୟତ ଓ ରସୁଲପୁର ବ୍ଲକ୍ ର 9ଟି ପଞ୍ଚାୟତର ବହୁ କର୍ମକର୍ତ୍ତା ଓ ସମର୍ଥକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଯେଉଁଥିରେ ଅଧ୍ୟକ୍ଷତା କରି ଖୋଦ ଆକାଶ ଦାସ ନାୟକ କିଛନ୍ତି ଯେ କୋରେଇ ମାଟି କାହାର ଜାଗିର୍ ନୁହେଁ । କୋରେଇକୁ ଏକ ନମ୍ବର ନିର୍ବାଚନ ମଣ୍ଡଳୀରେ ପରିଣତ କରିବାକୁ ସେ ଦୃଢ ସଂକଳ୍ପ ବଦ୍ଧ ବୋଲି କହିଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଖଣି, ପାଣି ଓ ଡାଲି ଚୋରି କରିଥିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ବିଜେପି ସଭାପତି ଗୌତମ ରାୟ କହିଛନ୍ତି । ଯାଜପୁରକୁ ଲୁଣ୍ଠନ କରିଥିବା ବ୍ୟକ୍ତିମାନଙ୍କ ନେତୃତ୍ୱକୁ ଜିଲ୍ଲାବାସୀ ଭଲ ଭାବରେ ଜାଣିସାରିଛନ୍ତି । ଆଗାମୀ ଦିନରେ ସେମାନଙ୍କ ଭଦ୍ରମୁଖା ଖୋଲାଯିବ ବୋଲି କିହି ବିଜେଡି ଉପରେ ବର୍ଷିଛନ୍ତି ହିଂମାଶୁ ଶେଖର ସାହୁ ।


ତେବେ ଏହା ମିଶ୍ରଣ ନୁହେଁ ମହାମିଶ୍ରଣ ପର୍ବ । ଯେଉଁଥିରେ 5 ହଜାରରୁ ଉର୍ଦ୍ଧ୍ବ ବିଜେପି କର୍ମୀ ସାମିଲ ହୋଇଥିଲେ। ପ୍ରାୟ ହଜାରରୁ ଉର୍ଦ୍ଧ୍ୱ ବିଜେଡି କର୍ମୀ ବିଜେପିରେ ସାମିଲ ହୋଇଥିଲେ । ତେବେ ଗତ ନିର୍ବାଚନରେ ଏଠାରୁ ପ୍ରାର୍ଥୀ ହୋଇଥିଲେ ବବି ଦାସଙ୍କ ମା ସନ୍ଧ୍ୟାରାଣୀ ଦାସ । ଆଉ ଲୋକେ ମଧ୍ୟ ତାହାର ଉଚିତ୍ ଜବାବ ଦେଇଥିଲେ । ଆଉ ଏବେ ଏହି ମହାମିଶ୍ରଣ ପର୍ବ ବବିଙ୍କ ସାଂଗଠନିକ ଦକ୍ଷତାକୁ ଶକ୍ତ ଝଟକା ବୋଲି ଚର୍ଚ୍ଚା ଜୋର୍ ଧରିଛି ।


Sponsored
jajpur-bjp-mishrana-parba | Argus News