Videos
|
Odisha

Tragic Incident in Jajpur / ଅଷ୍ଟପ୍ରହରୀ ବୁଲି ଆସିବା ପରେ ଜୀବନ ହାରିଦେଲେ ସ୍ଵାମୀ, ସ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·5 months ago·2 min read
ଅଷ୍ଟପ୍ରହରୀ ବୁଲି ଆସିବା ପରେ ଜୀବନ ହାରିଦେଲେ ସ୍ଵାମୀ, ସ୍ତ୍ରୀ
Couple Found Dead in Locked Room

Key Points

ସ୍ଵାମୀ, ସ୍ତ୍ରୀ କାହିଁକି ଜୀବନ ହାରିଲେ ? ଆତ୍ମହତ୍ୟାର କାରଣ ପାରିବାରିକ କଳହ ନା ରହିଛି ଆଉ କିଛି ରହସ୍ୟ ? ଏ ଦିଗରେ ପୋଲିସ ଖୋଳତାଡ଼ ଆରମ୍ଭ କରିଛି ।
ଧର୍ମଶାଳା (ଯାଜପୁର): ଭିତରୁ କବାଟ ବନ୍ଦ ଥିଲା । ଯେତେ ଡାକିଲେ ବି ସ୍ଵାମୀ, ସ୍ତ୍ରୀ କେହି ଶୁଣିନଥିଲେ । ପରିବାର ଲୋକଙ୍କ ମନରେ ସନ୍ଦହେ ହେଲା । ଘରର କବାଟ ଭାଙ୍ଗିବା ପରେ ସମସ୍ତଙ୍କ ଗୋଡ଼଼ ତଳୁ ମାଟି ଖସିଗଲା । କାରଣ ସେତେବେଳକୁ ସବୁ ସରି ଯାଇଥିଲା । ଦୁହେଁ ଦୁହିଁଙ୍କ ହାତ ଧରାଧରି ହୋଇ ଫ୍ୟାନରେ ଝୁଲି ପଡ଼ିଥିଲେ ।

ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ମଧୁପୁରଗଡ଼ ପଞ୍ଚାୟତର କୁକୁଡ଼ାଖାଳେଇ ଗାଁରେ । ଗାଁର ବାବୁଲା ମଲିକଙ୍କ ପୁଅ ଜଜ ମଲିକ ଓ ବୋହୂ ଝରଣା ମଲିକ ଏଭଳି ଭାବେ ଜୀବନ ହାରି ଦେଇଛନ୍ତି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଏଥିସହ ପଢ଼ନ୍ତୁ: ରାଜଧାନୀରେ ଛାତ୍ରୀଙ୍କୁ ୫ ଘଣ୍ଟା ଅପହରଣ; ବାଇକ୍‌ରେ ଆସି ଉଠାଇନେଲେ ଦୁର୍ବୃତ୍ତ

ତେବେ ସ୍ଵାମୀ, ସ୍ତ୍ରୀ କାହିଁକି ଜୀବନ ହାରିଲେ ? ଆତ୍ମହତ୍ୟାର କାରଣ ପାରିବାରିକ କଳହ ନା ରହିଛି ଆଉ କିଛି ରହସ୍ୟ ? ଏ ଦିଗରେ ପୋଲିସ ଖୋଳତାଡ଼ ଆରମ୍ଭ କରିଛି । ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ବାବୁଲା ମଲିକଙ୍କ ପରିବାରରେ ଗତ କିଛିଦିନ ହେବ କଳହ ଲାଗି ରହିଥିଲା । ଯାହାକୁ ନେଇ ଜଜ ଓ ତାଙ୍କ ସ୍ତ୍ରୀ ଝରଣା ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି ।

ସୂଚନା ଅନୁସାରେ, ଗାଁରେ ଅଷ୍ଟପ୍ରହରୀ ନାମଯଜ୍ଞ ଚାଲୁଥିବା ବେଳେ ସୋମବାର ରାତି ପ୍ରାୟ ସାଢେ ୯ଟାରେ ଜଜ୍ ଓ ଝରଣା ଯାଇ ପୂଜାର୍ଚ୍ଚନା କରି ଘରକୁ ଫେରିଥିଲେ । ଘରକୁ ଫେରିବା ପରେ ସ୍ଵାମୀ, ସ୍ତ୍ରୀ ଉଭୟ ଏକାଠି ଖାଇବା ପରେ କବାଟ ବନ୍ଦ କରି ନିଜ କୋଠରୀକୁ ଯାଇଥିଲେ ।

ଏଥିସହ ପଢ଼ନ୍ତୁ: ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ନୂଆ ଜୀବନ ଦେଲା ମଲା କୁକୁର; ନଦୀକୁ ଡେଇଁ ଜୀବନ ହାରିବାକୁ କରୁଥିଲେ ଉଦ୍ୟମ

କିଛି ସମୟ ପରେ ବାପା ବାବୁଲା ପୁଅ ଜଜଙ୍କୁ ଅଷ୍ଟପ୍ରହରୀକୁ ଯିବା ଲାଗି ଡାକିଥିଲେ । ହେଲେ ଭିତରୁ କବାଟ ବନ୍ଦ ଥିବାବେଳେ କେହି କିଛି ଶୁଣିନଥିଲେ । ଅଘଟଣ ସନ୍ଦେହ କରି ପରିବାର ଲୋକ କବାଟ ଭାଙ୍ଗିଥିଲେ । ଆଉ କବାଟ ଭାଙ୍ଗିବା ବେଳକୁ କିଛି ନଥିଲା ।

ସେତେବେଳକୁ ସ୍ଵାମୀ, ସ୍ତ୍ରୀ ଉଭୟ ଫ୍ୟାନରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ଦମ୍ପତିଙ୍କ ଉଦ୍ଧାର କରି ପରିବାର ଲୋକେ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: