ମନ୍ଦିରରୁ ମୂର୍ତ୍ତି ଚୋରି ହେଲାଣି, ବିଜେଡି ରଙ୍ଗ ମାରୁଛି...

ଅର୍ଗସ ବ୍ୟୁରୋ: କେବଳ ପ୍ରଚାରରେ ବ୍ୟସ୍ତ ବିଜେଡି ସରକାର । ଭୋଟ୍ ହାତେଇବାକୁ ନୂଆ ନୂଆ ଯୋଜନାର ଭେଳିକି ଦେଖାଇ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏବେ ନିର୍ବାଚନକୁ ଆଉ ମାତ୍ର ୫ ମାସ ସମୟ ରହିଛି । ସେଇଥି ଲାଗି ଜିଲ୍ଲାୱାରି ବୁଲିବୁଲି ମନ୍ଦିରର କେମିତି ବିକାଶ ହେବ ? ପୁଳାପୁଳା ଟଙ୍କା ଦେଇ ଦେଉଛନ୍ତି । ହେଲେ ମନ୍ଦିରରେ ବିକାଶ କଣ ହେଲା ? ମୂର୍ତ୍ତି କୁଆଡେ ଗଲା ସେନେଇ ବାବୁଙ୍କ ପାଖରେ କିଛି ଖବର ନାହିଁ । ଓଡ଼ିଆ ଘରେ କଥା ଅଛି ମହାକାଳ ଫଳ ଭାରି ସୁନ୍ଦର, ଭିତରେ ପୂରା ପୋଡା ଅଙ୍ଗାର । ଠିକ୍ ସେମିତି ବିଜେଡି ସରକାରର କାମ । ଆଉ ନୁହେଁ ତ କଣ ? ମନ୍ଦିରର ବିକାଶ ହେଉଛି ବୋଲି କହିବୁଲୁଛନ୍ତି ହେଲେ ମନ୍ଦିର ଭିତରୁ ମୂର୍ତ୍ତି ଚୋରି ହୋଇ ଫରେନ ରପ୍ତାନୀ ହେବାର କଥା କିନ୍ତୁ କେହି ଜାଣିଲେଣି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ନବୀନ ସରକାର କେବଳ ନାଁକୁ ମାତ୍ର ମନ୍ଦିରର ବିକାଶ କରୁଛନ୍ତି ।
ଗୋଟିଏ ପଟେ ମନ୍ଦିର ଗୁଡିକରେ କାମ ଚାଲିଛି । ଏପଟେ ଯାଜପୁର ଦର୍ପଣ ଗଡର ଅଧିଷ୍ଠାତ୍ରୀ ଦେବି ମାଆ କୋଟ୍ରାକ୍ଷୀଙ୍କ ମୂର୍ତ୍ତି ଚୋରି ହୋଇଯାଇଥିଲା । ଗାଁର ଅଧିଷ୍ଠାତ୍ରୀ ଦେବୀଙ୍କ ମୂର୍ତ୍ତି ଚୋରି ହୋଇଥିବାରୁ ପୂରା ଗାଁଟା ଯାକର ନଖାଇ ନପିଇ କେମିତି ମୂର୍ତ୍ତି ଫେରିବ ସେନେଇ ଚିନ୍ତା କରୁଥିଲେ । ଥାନାରେ ଏତଲା ଦେଇଥିଲେ । ହେଲେ ଖାକି ବାବୁ କେବଳ ଏତଲା ରଖି ଚୁପ୍ ବସିଲେ । ହେଲେ ଏ କଥା ପହଞ୍ଚିଥିଲା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ । ଆଉ କେମିତି ମୂର୍ତ୍ତି ଗାଁକୁ ଫେରିବ ସେନେଇ କରିଥିଲେ ଉଦ୍ୟମ ।
କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଆଉ ତାହାକୁ ବାସ୍ତବ ରୂପ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦୃଷ୍ଟି ଆକର୍ଷଣ କରି ମୂର୍ତ୍ତି ଫେରାଇବାର ବ୍ୟବସ୍ଥା କରିଥିଲେ । ଖାଲି ବ୍ୟବସ୍ଥା କରିଥିଲେ ତାହା ନୁହେଁ ବରଂ ମୂର୍ତ୍ତି ଫେରିଥିଲା ୨ ବର୍ଷ ପରେ । ଦିଲ୍ଲୀରେ ପ୍ରେସମିଟ୍ କରି ମୂର୍ତ୍ତି ଫେରିବାର କଥା କହିବା ପରେ ଦର୍ପଣଗଡର ବାସୀଙ୍କ ଆଖିରେ ଜକାଇ ଆସିଥିଲା ଭକ୍ତିର ଲୁହ । ଆଉ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଥିଲା ମାଆ ଫେରିଛନ୍ତି କେବଳ ଧର୍ମେନ୍ଦ୍ରଙ୍କ ପାଇଁ । ନହେଲେ ଏ ଅପାରଗ ବିଜେଡି ସରକାର କିଛି କରିନଥାନ୍ତା କି ମୂର୍ତ୍ତି ଫେରିନଥାନ୍ତା ।
📱 Get Argus News App
✨ତେବେ ମୂର୍ତ୍ତି ଫେରିବା ପରେ ଗାଁ ଲୋକେ ଭାରି ଖୁସି ? ସମସ୍ତଙ୍କ ଘର ଆଗରେ ଦୀପ, ଧୂପ ଜଳିବା ସହ ସୃଷ୍ଟି ହୋଇଥିଲା ଭକ୍ତିମେୟ ପରିବେଶ । ଆମ ଧର୍ମେନ୍ଦ୍ରଙ୍କର ପଡିଥିଲା ଜୟଜୟ କାର । କଥାରେ ଅଛି କାମ କରିବାର ଯାହାର ଇଚ୍ଛା ଥିବ କୌଣସି ପ୍ରତିବନ୍ଧକ ତାକୁ ଅଟକାଇପାରିବ ନାହିଁ । ଆଉ ସଦ୍ୟତମ ଉଦାହରଣ ହେଉଛନ୍ତି ଧର୍ମେନ୍ଦ୍ର ।