Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Jajpur Politics: ବଡ଼ଚଣାରେ ଦଳ ଛାଡ଼ିଲେ ସବୁ ଜନପ୍ରତିନିଧି, ପରିବାରବାଦ ଶାସନକୁ ବାଏ ବାଏ କଲେ ଜନତା !

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
Jajpur Politics: ବଡ଼ଚଣାରେ ଦଳ ଛାଡ଼ିଲେ ସବୁ ଜନପ୍ରତିନିଧି, ପରିବାରବାଦ ଶାସନକୁ ବାଏ ବାଏ କଲେ ଜନତା !

Key Points

ଅନାସ୍ଥାରେ ହାରିବା ପୂର୍ବରୁ ଇସ୍ତଫା ଦେଇଥିଲେ ପୂର୍ବତନ ଧର୍ମଶାଳା ବିଧାୟକଙ୍କ ଭାଇ ।
୨୦୨୪ ସାଧାରଣ ନିର୍ବାଚନରେ ଯାଜପୁରବାସୀ ଦେଇଥିଲେ ବଡ଼ ବାର୍ତ୍ତା । 
ସଦର, ସୁକିନ୍ଦା, ଧର୍ମଶାଳାରେ ମାଟି କାମୁଡ଼ିଥିଲେ ବଡ଼ ନେତା ।

ବଡ଼ଚଣାରେ ଦଳ ଛାଡ଼ିଲେ ଶଙ୍ଖ ଦଳର ସବୁ ଜନପ୍ରତିନିଧି । ଅନାସ୍ଥାରେ ହାରିବା ପୂର୍ବରୁ ଇସ୍ତଫା ଦେଇଥିଲେ ପୂର୍ବତନ ଧର୍ମଶାଳା ବିଧାୟକଙ୍କ ଭାଇ । ୨୦୨୪ ସାଧାରଣ ନିର୍ବାଚନରେ ଯାଜପୁରବାସୀ ଦେଇଥିଲେ ବଡ଼ ବାର୍ତ୍ତା । ଯାଜପୁର ସଦର, ସୁକିନ୍ଦା, ଧର୍ମଶାଳାରେ ମାଟି କାମୁଡ଼ିଥିଲେ ବଡ଼ ନେତା । ପରିବାରବାଦ ଶାସନକୁ ବାଏ ବାଏ କରିଛନ୍ତି ଜନତା ।

ଦୀର୍ଘ ୨୪ ବର୍ଷ ଧରି ଯାଜପୁରରେ ଚାଲିଥିଲା ପରିବାରବାଦ ରାଜନୀତି । କିନ୍ତୁ ୨୪ ନିର୍ବାଚନରେ ୩ଟି ପରିବାରର ରାଜୁତିରେ ଫୁଲଷ୍ଟପ୍ ଲଗାଇଥିଲେ ଜିଲ୍ଲାବାସୀ। ଏବେ ଯାଜପୁର ସମ୍ପୂର୍ଣ୍ଣ ରୂପେ ପରିବାରବାଦରୁ ମୁକ୍ତ ହେବାରେ ଲାଗିଛି । କିଛି ଦିନ ପୂର୍ବରୁ ବ୍ଲକ୍ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ପୂର୍ବତନ ଧର୍ମଶାଳା ବିଧାୟକଙ୍କ ଭାଇ ପ୍ରଭାତ ବଳବନ୍ତରାୟ । ତା'ପରେ ବଡ଼ଚଣା ବ୍ଲକରେ ବିଜେଡିରେ ହୋଇଛି କମ୍ପନ।


ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ବ୍ଲକ୍ ଅଧ୍ୟକ୍ଷ ଉପାଧ୍ୟକ୍ଷଙ୍କ ଯାଏଁ ବ୍ଲକର ସବୁ ଜନପ୍ରତିନିଧି ଦଳରୁ ଇସ୍ତଫା ଦେଇଛନ୍ତି। ଯେଉଁଠି ୩ଟି ପରିବାର ଦଶକ ଦଶକ ଧରି ରାଜୁତି କରି ଯାଜପୁରକୁ ବିଜେଡିର ଗଡ଼ କରିଥିଲେ ସେହି ଯାଜପୁରରେ ଏବେ ବିଜେଡିର ଗଡ଼ ପୁରା ଭୁଶୁଡ଼ି ଗଲାଣି । ତଥାପି ଶଙ୍ଖ ଦଳର ନେତା କରୁଛନ୍ତି ଦମ୍ଭୋକ୍ତି, ଆଗାମୀ ପଞ୍ଚାୟତ ନିର୍ବାଚନରେ ପୁଣି ବ୍ଲକ୍ ହାତେଇବ ବିଜେଡି ।

ସେପଟେ କଂଗ୍ରେସର କହିବା କଥା ବିଜେଡି ପତନର ମୁଖ୍ୟ କାରଣ ଲୋକଙ୍କୁ ହଇରାଣ କରିବା ଓ ଲୁଟିବା । ନୂଆ ସଭାପତିଙ୍କ ଯୋଗଦାନ ପରେ ଏବେ କଂଗ୍ରେସ ନିଜ କାମ ଆରମ୍ଭ କରିଛି। ଯାଜପୁର ଜିଲ୍ଲା ବିଜେପି ସଭାପତି କହିଛନ୍ତି, ଜିଲ୍ଲାରୁ ପରିବାର ଶାସନକୁ ପୁରା ଲୋପ କରି ବିଜେପି ଏବେ ଲୋକଙ୍କ ଶ୍ରେୟ ଭାଜନ ହୋଇପାରିଛି । ଆଉ ଲୋକଙ୍କୁ ସହ ରହି କାମ କରିବ ।

ରାଜ୍ୟରେ ୨୪ ନିର୍ବାଚନରେ ୨୪ ବର୍ଷର ସରକାରକୁ ବିଦା କରିବା ପରେ ଯାଜପୁର ଜିଲ୍ଲାରୁ ପରିବାର ବାଦକୁ ଗୁଡ଼ ବାଏ କରିଛନ୍ତି ଲୋକେ। ଆଉ ଆଗକୁ ପୁରା ଜିଲ୍ଲାରୁ ବିଜେଡିକୁ ହଟାଇବାରେ ସମର୍ଥ ହେଉଛନ୍ତି ନା ବିଜେଡି ଦୁର୍ଗ ବଞ୍ଚାଇବରେ ସଫଳ ହେଉଛି ତାକୁ ହିଁ ଅପେକ୍ଷା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jajpur Politics: All representatives left the party, the people said goodbye to the dynasty rule! | Argus News