Videos
|
Odisha

Odisha News / ବିଶୃଙ୍ଖଳିତ ଆଚରଣ ପାଇଁ ତିନି ଜଣ ଅଧ୍ୟାପକ, ଅଧ୍ୟାପିକାଙ୍କୁ ନିଲମ୍ୱିତ କଲେ ମୁଖ୍ୟମନ୍ତ୍ରୀ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବିଶୃଙ୍ଖଳିତ ଆଚରଣ ପାଇଁ ତିନି ଜଣ ଅଧ୍ୟାପକ, ଅଧ୍ୟାପିକାଙ୍କୁ ନିଲମ୍ୱିତ କଲେ ମୁଖ୍ୟମନ୍ତ୍ରୀ
Mohan Majhi Suspends 3 Jajpur Polytechnic Teachers

Key Points

ବିଶୃଙ୍ଖଳିତ ଆଚରଣ ପାଇଁ ଯାଜପୁର ସରକାରୀ ପଲିଟେକ୍‌ନିକ୍‌ରେ କାର୍ଯ୍ୟରତ ତିନି ଜଣ ଅଧ୍ୟାପକ, ଅଧ୍ୟାପିକାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ନିଲମ୍ୱିତ କରାଯାଇଛି ।
ଭୁବନେଶ୍ଵର: ଯାଜପୁର ସରକାରୀ ପଲିଟେକ୍‌ନିକ୍‌ରେ ଅଧ୍ୟାପକ, ଅଧ୍ୟାପିକା ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ତିନି ଜଣ ଅଧ୍ୟାପକ, ଅଧ୍ୟାପିକାଙ୍କୁ ନିଲମ୍ୱିତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଶୃଙ୍ଖଳିତ ଆଚରଣ ପାଇଁ ଯାଜପୁର ସରକାରୀ ପଲିଟେକ୍‌ନିକ୍‌ରେ କାର୍ଯ୍ୟରତ ତିନି ଜଣ ଅଧ୍ୟାପକ, ଅଧ୍ୟାପିକାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ନିଲମ୍ୱିତ କରାଯାଇଛି ।

ନିଲମ୍ବିତ ହୋଇଛନ୍ତି ବରିଷ୍ଠ ଅଧ୍ୟାପକ ନୃସିଂହ ଚରଣ ବେହେରା, ଅଧ୍ୟାପକ ସନ୍ଦୀପ ମହାପାତ୍ର ଏବଂ ଅଧ୍ୟାପିକା ପି. ଆରାଧନା । ଅଭିଯୋଗ ଅନୁଯାୟୀ, ୨୬ ତାରିଖରେ ଏକ ବୈଠକରେ ଏବଂ ପରବର୍ତ୍ତୀ ସମୟରେ ଏହି ଅଧ୍ୟାପକମାନେ ନିଜ ନିଜ ଭିତରେ ଯୁକ୍ତିତର୍କ, ମାରପିଟ ଏବଂ ଅନ୍ୟାନ୍ୟ ମର୍ଯ୍ୟାଦାହୀନ କାର୍ଯ୍ୟରେ ସମ୍ପୃକ୍ତ ହୋଇଥିଲେ ।

ଏଥିସହ ପଢ଼ନ୍ତୁ: ପ୍ରଲୋଭନ ଦେଖାଇ ୫ ଜଣଙ୍କୁ ବିବାହ ଅଭିଯୋଗ, ଶେଷରେ ବନ୍ଧା ହେଲା କୈଳାସ! 

ଅଧ୍ୟାପନା ଭଳି ଏକ ମର୍ଯ୍ୟାଦାଜନକ ବୃତ୍ତିରେ ଥାଇ ମଧ୍ୟ ବୈଠକରେ ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଏଭଳି ମର୍ଯ୍ୟାଦାବିହୀନ କାର୍ଯ୍ୟରେ ଜଡ଼ିତ ହେବା ଦ୍ୱାରା ସେମାନେ ଶିକ୍ଷାନୁଷ୍ଠାନର ଭାବମୂର୍ତ୍ତୀ ଉପରେ ଆଞ୍ଚ ଆଣିବା ସହିତ ସମଗ୍ର ଅନୁଷ୍ଠାନର ଶୈକ୍ଷିକ ପରିବେଶ ଉପରେ ଗୁରୁତର ପ୍ରତିକୂଳ ପ୍ରଭାବ ପକାଇଛନ୍ତି ।


ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ତିନି ଜଣ ଅଧ୍ୟାପକଙ୍କୁ ନିଲମ୍ୱିତ କରିବା ସହିତ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସେଦିନ କ'ଣ ଘଟିଥିଲା ?

ଯାଜପୁର କୋରେଇ ଥାନା ଅନ୍ତର୍ଗତ ରଗଡ଼ି ସ୍ଥିତ ସରକାରୀ ପଲିଟେକନିକ କଲେଜ ପରିସରରେ ସେପ୍ଟେମ୍ବର ୨୬ ତାରିଖରେ ଏକ ବୈଠକ ବସିଥିଲା । ଯେଉଁଥିରେ ଅଧ୍ୟାପକମାନେ ନିଜ ନିଜ ଭିତରେ ଯୁକ୍ତିତର୍କ, ମାରପିଟ ଏବଂ ଅନ୍ୟାନ୍ୟ ମର୍ଯ୍ୟାଦାହୀନ କାର୍ଯ୍ୟରେ ସମ୍ପୃକ୍ତ ରହିଥିଲେ ।

ଗତ ଅକ୍ଟୋବର ୧୫ ତାରିଖରେ ଏହାର ପୁନରାବୃତ୍ତି ଘଟିଥିଲା । ଅଧ୍ୟାପିକା ପି. ଆରାଧନା ଇଲେକ୍ଟିକାଲ ବିଭାଗର ଏଚଓଡି ନୃସିଂହ ଚରଣ ବେହେରାଙ୍କ ଉପରେ ପାଇଖାନା ପାଣି ଢାଳି ଦେଇଥିବା ଅଭିଯୋଗ ହୋଇଥିଲା । ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: