Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଏମିତି ବି ଆସେ ମୃତ୍ୟୁ ! ନାତୁଣୀର ଦେହାନ୍ତ ଖବର ପାଇ ଟଳି ପଡ଼ିଲେ ଜେଜେ

Sushanta Sahoo
Browse all articles by Sushanta Sahoo
·10 months ago·1 min read
ଏମିତି ବି ଆସେ ମୃତ୍ୟୁ ! ନାତୁଣୀର ଦେହାନ୍ତ ଖବର ପାଇ ଟଳି ପଡ଼ିଲେ ଜେଜେ

Key Points

ପ୍ରଥମେ ନାତୁଣୀ ଆଉ ତା'ପରେ ଜେଜେଙ୍କ ଦେହାନ୍ତ । ମାତ୍ର କେଇ ଘଣ୍ଟାରେ ଘରୁ ଉଠିଲା ୨ କୋକେଇ ।

ଯାଜପୁର: ଏକା ସଙ୍ଗେ ଚାଲିଗଲେ ନାତୁଣୀ ଓ ଜେଜେ । ପ୍ରଥମେ ନାତୁଣୀ ଆଉ ତା'ପରେ ଜେଜେଙ୍କ ଦେହାନ୍ତ । ମାତ୍ର କେଇ ଘଣ୍ଟାରେ ଘରୁ ଉଠିଲା ୨ କୋକେଇ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଗୋବଣ୍ଡିଆ ଗାଁରେ । ସର୍ପାଘାତରେ ନାତୁଣୀର ମୃତ୍ୟୁ ଖବର ଶୁଣି ଜେଜେଙ୍କ ପ୍ରାଣ ଚାଲି ଯାଇଛି ।


ଖବର ଅନୁସାରେ, ଗୋବଣ୍ଡିଆ ଗାଁର ଦେବେନ୍ଦ୍ର ପରମାଣିକଙ୍କ ଝିଅ ଅଙ୍କିତା ପ୍ରିୟଦର୍ଶିନୀ ଗୁରୁବାର ରାତିରେ ଶୋଇଥିବା ବେଳେ ଏକ ବିଷଧର ସାପ କାମୁଡ଼ିଥିଲା । ବିଳମ୍ବିତ ରାତିରେ ସାପ କାମୁଡ଼ିଥିଲେ ବି କେହି ଜାଣିପାରି ନଥିଲେ । ଶୁକ୍ରବାର ଭୋର ସମୟରେ ଅଙ୍କିତା ପାଟିରୁ ଫେଣ ବାହାରିବା ପରେ ଘର ଲୋକେ ତାକୁ ମାହାଙ୍ଗା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରେ କଟକ ବଡ଼ ମେଡିକାଲ୍ ନେଇଥିଲେ । ହେଲେ ସେତେବେଳେକୁ ଢ଼େର୍ ବିଳମ୍ବ ହୋଇ ସାରିଥିଲା । ମେଡିକାଲ୍‌ରେ ୧୫ ବର୍ଷୀୟ ଅଙ୍କିତାକୁ ମୃତ ଘୋଷଣା କରିଥିଲେ ଡାକ୍ତର ।


ସର୍ପାଘାତରେ ଅଙ୍କିତାଙ୍କ ମୃତ୍ୟୁକୁ ନେଇ ପୁରା ପରିବାର ମ୍ରିୟମାଣ ହୋଇ ପଡ଼ିଥିବା ବେଳେ ଆଉ ଏକ ଦୁଃଖଦ ଖବର ଆସିଛି । ଗର ପିଣ୍ଢାରେ ବସିଥିବା ଜେଜେ, ନାତୁଣୀର ମୃତ୍ୟୁ ଖବର ଶୁଣି ଟଳି ପଡ଼ିଛନ୍ତି । ନାତୁଣୀର ଦେହାନ୍ତ ଖବର ଜାଣିବା ପରେ ୭୨ ବର୍ଷିଅ ବାବାଜୀଙ୍କୁ ହୃଦଘାତ ହୋଇଥିଲା । ତାଙ୍କୁ ବଡ଼ଚଣା ମେଡିକାଲ୍ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Jajpur Tragedy: Granddaughter Dies from Snakebite, Grandfather Passes Away Hours Later | Argus News | Argus News