ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ

Key Points
ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ
ମଥାନୀଠାରେ ୬.୭୧ ମିଟର ଉପରେ ପ୍ରବାହିତ ବନ୍ୟାଜଳ
ବସ୍ତା ବ୍ଲକର ୧୦ଟି ଏବଂ ସଦର ବ୍ଲକର ୨ଟି ପଞ୍ଚାୟତରେ ବନ୍ୟା ଆଶଙ୍କା
ଫୁଲୁଛି ଜଳକା । ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀ । ମଥାନୀଠାରେ ବିପଦ ସଙ୍କେତ ୬.୫୦ ରହିଥିବା ବେଳେ ସକାଳା ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୬.୭୧ ମିଟର ଉପରେ ପ୍ରବାହିତ ହେଉଛି । ଫଳରେ ପୁଣି ଜଳକା ନଦୀରେ ଚତୁର୍ଥ ଥର ପାଇଁ ବନ୍ୟା ଆଶଙ୍କା ଦେଖାଦେଇଛି ।
ଲଘୁଚାପ ପ୍ରଭାବରେ ଗତ ଚାରି ଦିନ ଧରି ବସ୍ତା ସମେତ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିବା କାରଣରୁ ବଢୁଛି ଜଳସ୍ତର । ବନ୍ୟା ହେଲେ ବସ୍ତା ବ୍ଲକର ୧୦ଟି ପଞ୍ଚାୟତ ଏବଂ ସଦର ବ୍ଲକର ୨ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ବନ୍ୟା ହେଲେ ହଜାର ହଜାର ହେକ୍ଟର ଜମିରେ କିଛି ଦିନ ପୂର୍ବରୁ ରୂଆ ଯାଇ ଥିବା ଧାନ ତଳି ପଚି ନଷ୍ଟ ହେବାର ଆଶଙ୍କା ରହିଛି । ଯାହାକୁ ନେଇ ଚିନ୍ତାରେ ଚାଷୀ ।
ସେପଟେ ପୁଣି ଥରେ ବୈତରଣୀ ନଦୀରେ ଆସିଛି ବନ୍ୟା । ବୈତରଣୀ ନଦୀରେ ପାଣି ବଢ଼ୁଥୁବାରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଓଲଗ ପଂଚାୟତର ବୋଡ଼କଠାରେ ବୈତରଣୀ ନଦୀ କୁଳ ଲଙ୍ଘିଛି । ବୋଡ଼କ ରାସ୍ତାରେ ଦୁଇ ଫୁଟ ଉଚ୍ଚର ବନ୍ୟା ପାଣି ପ୍ରବାହିତ ହେଉଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବନ୍ୟା ପାଣି ରାସ୍ତା ପାର ହୋଇ ଚାଷ ଜମିକୁ ବୁଡାଇବା ସହ ତଳିଆ ଅଞ୍ଚଳକୁ ପ୍ରବେଶ କରିଛି ।