ଜଳେଶ୍ବର ଭୋଗରାଇ ଥାନା IIC ଶ୍ରୀବଲ୍ଲଭ ସାହୁ ସସ୍ପେଣ୍ଡ୍

Key Points
ଥାନାରେ ଅମାନୁଷିକ ଦଣ୍ଡ ପାଇଁ IIC ସସ୍ପେଣ୍ଡ୍
ଥାନାରେ ଅମାନୁଷିକ ଦଣ୍ଡ ପାଇଁ IIC ସସ୍ପେଣ୍ଡ୍ । ଜଳେଶ୍ବର ଭୋଗରାଇ ଥାନା IIC ଶ୍ରୀବଲ୍ଲଭ ସାହୁ ସସ୍ପେଣ୍ଡ୍ ହୋଇଛନ୍ତି । କାର୍ଯ୍ୟରେ ଅବହେଳା ପାଇଁ ସସ୍ପେଣ୍ଡ୍ କଲେ ଡିଜିପି । ଜଣେ ଅଭିଯୁକ୍ତଙ୍କ ହାତ ଗୋଡ଼ରେ ହ୍ୟାଣ୍ଡକପ୍ ପକାଇ ନିର୍ଯାତନା ଦେଇଥିଲେ । ବିନା ମାମଲାରେ ଦୁଇ ଦିନ ଧରି ଅଭିଯୁକ୍ତଙ୍କୁ ନିର୍ଯାତନା ଦେଇଥିଲେ ।
ସାମାନ୍ୟ ବାଇକ୍ ଅଦଳ ବଦଳ ଘଟଣାକୁ ନେଇ ଅମାନୁଷିକ ଦଣ୍ଡ ଦେଇଥିଲେ ଆଇଆଇସି । ହସ୍ତକ୍ଷେପ କରି ଅଭିଯୁକ୍ତଙ୍କୁ ଥାନାରୁ ମୁକୁଳାଇ ଥିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ । ସିଧା ଥାନାରୁ ଭିଡିଓ କଲ୍ କରି IICଙ୍କ କାରନାମା SPଙ୍କୁ ଜଣାଇଥିଲେ । କର୍ମଚାରୀ ଅଭାବରୁ ଏପରି କରିଥିଲୁ ବୋଲି IIC ଖାମଖିଆଲି ମନ୍ତବ୍ୟ ଦେଇଥିଲେ ।
📱 Get Argus News App
✨ଜୟରାମପୁର ଗ୍ରାମର କାର୍ତିକ ଭୋଳଙ୍କ ସ୍ତ୍ରୀ ସାଂସଦ ପ୍ରତାପ ଷଡ଼ଙ୍ଗୀକୁ ଜଣାଇବା ପରେ ସାଂସଦ ଭୋଗରାଇ ଥାନାରେ ପହଂଚି ଘଟଣାର ପୁଙ୍ଖନୂପୁଙ୍କ ତଦନ୍ତ କରିଥିଲେ । ଅଭିଯୁକ୍ତ ଗୋଡ଼ ଓ ହାତରେ ବେଡ଼ି ପଡିଥିବାର ଦେଖି ଉତକ୍ଷିପ୍ତ ହଇଥିଲେ । ପୋଲିସର ଏଭଳି ଅମାନୁଷିକ ବ୍ୟବହାରକୁ ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ମୋବାଇଲ ଭିଡ଼ିଓ ମାଧ୍ୟମରେ ଏସପି ଜଣାଇବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ।
ବାଇକ ଅଦଳବଦଳକୁ ନେଇ ଜୟରାମପୁର ଗ୍ରାମର କାର୍ତିକ ଭୋଳଙ୍କ ନାମରେ ଅନ୍ୟ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଥିଲେ l ପୋଲିସ ଘଟଣାର ତଦନ୍ତ ନକରି ନିଜର ପତିଆର ଜାହିର କରି ୨ଦିନ ଧରି କାର୍ତିକଙ୍କୁ ଅତ୍ୟାଚାର କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସାଂସଦଙ୍କ ହସ୍ତକ୍ଷେପ ପରେ ଥାନାରୁ ମୁକୁଳି ଥିଲେ ଅଭିଯୁକ୍ତ ।