Videos
|
Odisha

Accident / ଓଲଟିଲା ଶ୍ରମିକଙ୍କୁ ନେଇ ଫେରୁଥିବା ପିକଅପ୍ ଭ୍ୟାନ୍; ଜଣେ ମୃତ, ୨୫ରୁ ଅଧିକ ଆହତ

Sushanta Sahoo
Browse all articles by Sushanta Sahoo
·36 mins ago·2 min read
ଓଲଟିଲା ଶ୍ରମିକଙ୍କୁ ନେଇ ଫେରୁଥିବା ପିକଅପ୍ ଭ୍ୟାନ୍; ଜଣେ ମୃତ, ୨୫ରୁ ଅଧିକ ଆହତ
Pickup Van Overturns, 1 Dead & 25+ Injured

Key Points

ତାଳବଣିଆ ନିକଟରେ ଶ୍ରମିକ ବୋଝେଇ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଯେଉଁଥିରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି ।
ଜଳେଶ୍ଵର: ପେଟ ପୋଷିବା ଲାଗି ମୂଲ ଲାଗିବାକୁ ଯାଇଥିଲେ । ବଡ଼ି ଭୋର୍‌ରୁ ଯାଇ ଦିନ ଯାକ ଖଟିବା ପରେ ହାତରେ କେଇ ଟଙ୍କା ନେଇ ଘରକୁ ଫେରୁଥିଲେ । ଘରେ ପହଞ୍ଚିବା ପରେ ଚୁଲି ଜଳିଥାନ୍ତା । ହେଲେ ଫେରିବା ବାଟରେ ଘଟିଗଲା ଅଘଟଣ ।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତାଳବଣିଆ ନିକଟରେ ଶ୍ରମିକ ବୋଝେଇ ପିକଅପ୍ ଭ୍ୟାନ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଯେଉଁଥିରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ୨୫ରୁ ଅଧିକ ଶ୍ରମିକ ଆହତ ହୋଇଥିବା ବେଳେ ସେମାନଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

ଏଥିସହ ପଢ଼ନ୍ତୁ: ଆକାଶରୁ ଖସିଲା ମୃତ୍ୟୁ; ବିଲରେ ଚାଲିଗଲା ୪ ମହିଳା ଶ୍ରମିକଙ୍କ ଜୀବନ 

୫୭ ନମ୍ବର ରାଜ୍ୟ ରାଜପଥର ତାଳବଣିଆ ଛକ ନିକଟରେ ଶ୍ରମିକ ବୋଝେଇ ପିକ୍‌ଅପ୍‌ ଭ୍ୟାନଟି ଓଲଟି ପଡ଼ିଛି । ସୂଚନା ଅନୁସାରେ, ପିକଅପ୍ ଭ୍ୟାନ୍‌ରେ ୫୦ରୁ ଅଧିକ ଶ୍ରମିକ ଥିଲେ । ଶ୍ରମିକ ମାନେ ପଡ଼ୋଶୀ ମୟୂରଭଞ୍ଜ ଜିଲ୍ଲାରୁ ଭୋଗରାଇକୁ ଚାଷ କାମ ପାଇଁ ଆସିଥିଲେ ।

ଜମିରେ ମୂଲ ଲାଗି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଗାଡ଼ିଟି ଦ୍ରୁତ ଗତିରେ ଯାଉଥିବା ବେଳେ ରାସ୍ତା ମଝିରେ ହଠାତ୍ ଓଲଟି ପଡ଼ିଥିଲା । ସ୍ଥାନୀୟ ଲୋକ ସଙ୍ଗେ ସଙ୍ଗେ ଆହତ ଶ୍ରମିକଙ୍କୁ ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି ।

ଖବର ପାଇ ନାମ୍ପୋ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଦୁର୍ଘଟଣା ପରେ ଗାଡ଼ି ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଦୁର୍ଘଟଣା ଘଟିଥିବା ଅଞ୍ଚଳରେ ରାସ୍ତା ମଧ୍ୟ ଖରାପ ଥିବା ଜଣାପଡ଼ିଛି । ପିକଅପ୍ ଭ୍ୟାନ୍ ଡ୍ରାଇଭର୍ ଫେରାର୍ ରହିଥିବା ବେଳେ ପୋଲିସ ତଦନ୍ତ କରୁଛି । 

ସେପଟେ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ସୋର-କୁପାରୀ ରାସ୍ତାରେ ଦୁର୍ଘଟଣା ଘଟିଛି । ମହତିପୁର ହାଇସ୍କୁଲ ନିକଟରେ ଭାରସାମ୍ୟ ହରାଇ ନୟନଜୋରିକୁ ଓଲଟି ପଡ଼ିଛି ସାର ବୋଝେଇ ଟ୍ରକ୍ । ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଟ୍ରକ୍ ତଳେ ଚାପି ହୋଇ ଗୋଟିଏ ଗାଈର ମୃତ୍ୟୁ ହୋଇଛି ।

ଏଥିସହ ପଢ଼ନ୍ତୁ: ବେଳାଭୂମିରେ ଗାଧୋଇବା ବେଳେ ସାବଧାନ ! ବେକରୁ ଛିଡ଼ାଇ ନେଉଛନ୍ତି ଚେନ୍ 

ସୂଚନା ଅନୁସାରେ, ସାର ବୋଝେଇ ଟ୍ରକ୍‌ଟି ବାଲେଶ୍ଵରରୁ ଖଇରାକୁ ଆସୁଥିଲା । ମହତିପୁର ହାଇସ୍କୁଲ ନିକଟରେ ସାଇକେଲ ଆରୋହୀ ଟ୍ରକ୍ ଆଗକୁ ପଳାଇ ଆସିଥିଲେ । ଟ୍ରକ୍ ଡ୍ରାଇଭର ହଠାତ୍ ବ୍ରେକ ମାରିଦେବାରୁ ଟ୍ରକଟି ପାଖରେ ଥିବା ନୟନଜୋରିକୁ ଓଲଟି ପଡ଼ିଥିଲା ।

ସେଠାରେ ଚରୁଥିବା ଏକ ଗାଈ ଉପରେ ଟ୍ରକ୍ ଓଲଟି ପଡ଼ିବାରୁ ଗାଈଟି ଚାପି ହୋଇଯାଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଖବର ପାଇ ଖଇରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: